/odishatv-khabar/media/media_files/2025/11/24/president-droupadi-murmu-to-visit-odisha-2025-11-24-16-30-41.jpg)
President Droupadi Murmu to Visit Odisha Photograph: (OTV)
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆସନ୍ତା ୨୭ତାରିଖ ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖ ରାଜଭବନରେ ରାତ୍ରିଯାପନ କରିବେ ମହାମହିମ । ୨୮ତାରିଖରେ ବିଧାନସଭା କାର୍ଯ୍ୟକ୍ରମରେ ଯୋଗଦେବେ । ତେଣୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି କଡା ବ୍ୟବସ୍ଥା କରାଯାଉଛି ।
ରାଷ୍ଟ୍ରପତି ପହଞ୍ଚିବା ପୂର୍ବରୁ ଏୟାରପୋର୍ଟ ଭିତରେ ସିଆଇଏସଫ୍ କର୍ମଚାରୀଙ୍କଠୁ ଆରମ୍ଭ କରି ବିଧାନସଭା ବାହାରେ ପୋଲିସ କର୍ମଚାରୀଙ୍କ ମିଳିତ ସମନ୍ବୟରେ ସୁରକ୍ଷା ବ୍ୟବସ୍ଥା କରାଯିବ । ଏୟାରପୋର୍ଟଠାରୁ ରାଜଭବନ ପର୍ଯ୍ୟନ୍ତ ଓ ରାଜଭବନଠୁ ବିଧାନସଭା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବାରିକେଡ ବ୍ୟବସ୍ଥା କରାଯିବ । ତେଣୁ ମିଳିତ ସମନ୍ବୟରେ ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରୁଖୁ୍ରୁ କରିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସଫ୍, ସେଣ୍ଟ୍ରାଲ ଇଣ୍ଟେଲିଜେନସ୍ ବ୍ୟୁରୋ ସହ ଓଡ଼ିଶା ପୋଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀ ମିଳିତ ଭାବେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଥିଲେ ।
ଏହା ସହିତ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ, ପିଡବ୍ଲୁଡି, ଟ୍ରାଫିକ ଅଧିକାରୀ ଆଦି ବୈଠକରେ ଉପସ୍ଥିତ ରହିଥିଲେ । ଏୟାରପୋର୍ଟ ନିର୍ଦ୍ଦେଶକ, ଟ୍ରାଫିକ ଡିସିପି, ସିଆଇଏସଫ ଡିଆଇଜି ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କିପରି ସୁରୁଖୁରୁରେ ଶେଷ ହେବ, ସେନେଇ ଏହି ବୈଠକରେ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)