Advertisment

Dharmendra Movie: ଧର୍ମେନ୍ଦ୍ର ଓ ହେମାଙ୍କ ୫୦ ବର୍ଷ ତଳର ଫିଲ୍ମ ଟିକେଟ ଭାଇରାଲ, ଦାମ କେବଳ ୩ଟଙ୍କା ୩୦ ପଇସା...ଆୟ କରିଥିଲା ୭ କୋଟି

ହିନ୍ଦୀ ସିନେମାର ହି-ମ୍ୟାନ୍ ଧର୍ମେନ୍ଦ୍ର ନିଜର ଫିଲ୍ମୀ କ୍ୟାରିଅରରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଥିଲେ । ଏହି ଦିଗ୍ଗଜ ଅଭିନେତାଙ୍କର ହିଟ୍ ଫିଲ୍ମଗୁଡ଼ିକର ତାଲିକା ବହୁତ ଲମ୍ବା। ଧର୍ମେନ୍ଦ୍ରଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ଲମ୍ବା ସମୟ ଧରି ଚାଲୁଥିଲା ।

author-image
Manas Ranjan Mohanty
dharmendra

dharmendra Photograph: (OTV)

ହିନ୍ଦୀ ସିନେମାର ହି-ମ୍ୟାନ୍ ଧର୍ମେନ୍ଦ୍ର ନିଜର ଫିଲ୍ମୀ କ୍ୟାରିଅରରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଥିଲେ । ଏହି ଦିଗ୍ଗଜ ଅଭିନେତାଙ୍କର ହିଟ୍ ଫିଲ୍ମଗୁଡ଼ିକର ତାଲିକା ବହୁତ ଲମ୍ବା। ଧର୍ମେନ୍ଦ୍ରଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ଲମ୍ବା ସମୟ ଧରି ଚାଲୁଥିଲା । ଅଭିନେତା ନିଜର ଦମଦାର ବ୍ୟକ୍ତିତ୍ୱ ଓ ସୁନ୍ଦର ଚେହେରା ଦ୍ୱାରା ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିଲେ। ଧର୍ମେନ୍ଦ୍ର ମଜାମସ୍ତିରେ ରହୁଥିବା ଅଭିନେତା ଥିଲେ ଏବଂ ତାଙ୍କର ଏହି ଅନ୍ଦାଜ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳୁଥିଲା । 

Advertisment

ଧର୍ମେନ୍ଦ୍ରଙ୍କର ଏକ ଏପରି ଫିଲ୍ମ ଅଛି, ଯେଉଁଥିରେ ଅଭିନେତା ବହୁତ କମେଡି କରି ଲୋକଙ୍କୁ ହସାଇଥିଲେ । ଏହା ଏକ ୫୦ ବର୍ଷ ପୁରୁଣା ଫିଲ୍ମ, କିନ୍ତୁ ଆଜି ବି ଏହି ଫିଲ୍ମ ଓ ଏହାର ଗୀତଗୁଡ଼ିକୁ ଅଭିନେତାଙ୍କ ଫ୍ୟାନ୍ସ ମାନେ ମନେ ପକେଇ ଥାଆନ୍ତି । 

ବର୍ତ୍ତମାନ ଧର୍ମେନ୍ଦ୍ରଙ୍କର ଏହି ୫୦ ବର୍ଷ ପୁରୁଣା ଫିଲ୍ମର ଟିକେଟ୍ ସାମ୍ନାକୁ ଆସିଛି, ଯାହାର ମୂଲ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।‘ ମୈଁ ଜଟ୍ ୟମଲା ପଗଲା ଦିୱାନା’ – ଏହି ଗୀତକୁ ନ ଶୁଣିଥିବା ଲୋକ ବହୁତ କମ୍ ଥିବେ । ପ୍ରତ୍ୟେକ ବିବାହ, ବରଯାତ୍ରୀ ଓ ଛୋଟମୋଟ ପାର୍ଟି ଏହି ଗୀତ ବିନା ଅସମ୍ପୂର୍ଣ୍ଣ। ଏହି ଗୀତଟି ଧର୍ମେନ୍ଦ୍ର ଓ ହେମା ମାଳିନୀ ଅଭିନୀତ ଆକ୍ସନ୍-କମେଡି ଫିଲ୍ମ ‘ପ୍ରତିଜ୍ଞା’ର ଅଟେ, ଯାହାକୁ ଦୁଲାଲ ଗୁହା ନିର୍ଦ୍ଦେଶନା ଦେଇଥିଲେ। 

Advertisment

ଶୋଲେର କିଛି ମାସ ପୂର୍ବରୁ ରିଲିଜ୍ ହୋଇଥିବା ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଏହି ଫିଲ୍ମ ସୁପରହିଟ୍ ଥିଲା। ଏଥିରେ ଧର୍ମେନ୍ଦ୍ର ନିଜର ମସ୍ତିଭରା କମେଡି ଦ୍ୱାରା ଦର୍ଶକଙ୍କୁ ବହୁତ ହସାଇଥିଲେ। ୨୩ ଜୁନ୍ ୧୯୭୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ଟିକେଟ୍ ଦେଖିଲେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ ଯେ, ପୁରୁଣା ସମୟରେ ଟିକେଟ୍‌ର ମୂଲ୍ୟ ଏତେ କମ୍ ଥିଲା। ଗଙ୍ଗା ଥିଏଟରର ଏହି ଭାଇରାଲ ଟିକେଟ୍‌ରେ ‘ପ୍ରତିଜ୍ଞା’ର ମୂଲ୍ୟ କେବଳ ୩.୩୦ ଟଙ୍କା ଥିଲା। ଆଜି ଏତିକି ଟଙ୍କାରେ ତିନୋଟି ଚକଲେଟ ହିଁ ମିଳିପାରିବ। ଫିଲ୍ମଟି ଜୁନ୍‌ରେ ରିଲିଜ୍ ହୋଇଥିବା ବେଳେ ଏହି ଟିକେଟ୍ ଅକ୍ଟୋବର ମାସର ଅଟେ, ଅର୍ଥାତ୍ ଫିଲ୍ମଟି ୪ ମାସ ଧରି ଥିଏଟରରେ ଚାଲିଥିଲା। 

୧୫ ଅଗଷ୍ଟ ୧୯୭୫ରେ ଧର୍ମେନ୍ଦ୍ର ଓ ଅମିତାଭ ବଚ୍ଚନଙ୍କର ଆଇକନିକ୍ ଫିଲ୍ମ ‘ଶୋଲେ’ ମଧ୍ୟ ରିଲିଜ୍ ହୋଇଥିଲା। ଏହାର ଅର୍ଥ ଲୋକେ ‘ଶୋଲେ’ ସହିତ ‘ପ୍ରତିଜ୍ଞା’କୁ ମଧ୍ୟ ପସନ୍ଦ କରିଥିଲେ ।  ମାତ୍ର ୧.୫୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ‘ପ୍ରତିଜ୍ଞା’ ସେସମୟରେ ୭ କୋଟି ଟଙ୍କାର କଲେକ୍ସନ କରିଥିଲା । 

Advertisment