/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751952586.jpg)
Niladri Bije
ଦେଉଳ ବାହାରେ ସରିଲା ତିନି ଠାକରୁଙ୍କ ଲୀଳାଖେଳା।ଆଜି ନୀଳାଦ୍ରିବିଜେରେ ନିଳକନ୍ଦରକୁ ବାହୁଡ଼ି ଯିବେ ଚତୁର୍ଦ୍ଧା ମୁରତୀ।ପବିତ୍ର ଘୋଷଯାତ୍ରାର ଆଜି ଅନ୍ତିମ ପର୍ବ ନୀଳାଦ୍ରି ବିଜେ।ଶ୍ରୀବିଗ୍ରହମାନେ ରଥ ଉପରୁ ଓହ୍ଲାଇ ଗୋଟି ପହଣ୍ଡିରେ ରତ୍ନ ସିଂହାସନରେ ବିଜେ କରିବେ।ପବିତ୍ର ନିଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି।
ଗତକାଲି ରଥାରୁଢ ଶ୍ରୀଜିଉଙ୍କଠାରେ ଲାଗି ହୋଇଥିଲା ଅଧରପଣା।ଶ୍ରୀଜିଉଙ୍କୁ ଅଧରପଣା ଲାଗି ହେବା ପରେ ରଥଗୁଡ଼ିକରେ ଥିବା ପାର୍ଶ୍ୱ ଦେବଦେବୀ, ଚଣ୍ଡିଚାମୁଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ଅଧର ପଣା ହାଣ୍ଡି ଭାଙ୍ଗି ଅର୍ପଣ କରାଯାଇଛି।ଅଧରପଣା ନୀତି ତଥା ଶ୍ରୀଜିଉଙ୍କ ଦର୍ଶନ ଲାଗି ଗତକାଲି ବି ପୁରୀରେ ଭକ୍ତଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଥିଲା।ପାଗ ଅନୁକୂଳ ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।
ଅଧିକ ପଢନ୍ତୁ: ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ; ୭ ଦଫା ଦାବି ନେଇ ଆନ୍ଦୋଳନ ଡାକରା…
ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିକୁ ନେଇ ଆନ୍ତର୍ଜାତିକ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକଙ୍କ ଆକର୍ଷଣୟୀ ବାଲୁକା ଚିତ୍ର।ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ମହାପ୍ରଭୁଙ୍କ ବାଲୁକା ପ୍ରତିମୂର୍ତ୍ତି ସାଙ୍ଗକୁ ରସୋଗଲା ହାଣ୍ଡି।
ନୀଳାଦ୍ରୀ ବିଜେରେ ମହାପ୍ରଭୁ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥାଆନ୍ତି।ଏହି ନୀତି ତଥା ପରମ୍ପରାକୁ ବାଲୁକା କଳା ମାଧ୍ୟମରେ ବେଶ୍ ସୁନ୍ଦର ଭାବେ ପ୍ରତିପାଦନ କରିବା ସହ ୧୦୦ଟି ରସଗୋଲା ଠେକିର ନିର୍ମାଣ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
Odisha Driver Mahasangha: ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ; ୭ ଦଫା ଦାବି ନେଇ ଆନ୍ଦୋଳନ ଡାକରା…

United Forum Slams Steering Leave Stir: ‘ନିଜର ନ୍ୟସ୍ତ ସ୍ବାର୍ଥ ହାସଲ ପାଇଁ ଯୋଜନା କରିଛି ଓଡ଼ିଶା ଡ୍ରାଇଭର ମହାସଂଘ’

Heavy Rain and Thunderstorms in Odisha: ଅଧା ଓଡ଼ିଶାରେ ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)