Advertisment

Massive Crowd: ସରିସରି ଆସୁଛି କାର୍ତ୍ତିକ , ଆରମ୍ଭ ହେବ ପଞ୍ଚୁକ...ଶ୍ରୀକ୍ଷେତ୍ରକୁ ଛୁଟିବ ଲକ୍ଷାଧିକ ଭକ୍ତଙ୍କ ସୁଅ

ଆଉ ଦିନକ ପରେ ଆରମ୍ଭ ହେଉଛି ପଞ୍ଚୁକ। ମହାପ୍ରଭୁଙ୍କୁ ସ୍ବତନ୍ତ୍ର ବେଶରେ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟିବ ଭକ୍ତଙ୍କ ସୁଅ। ଏଥିପାଇଁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରୁଛି ପୋଲିସ।

author-image
Manas Ranjan Mohanty
panchuka

panchuka Photograph: (OTV)

ବାଡ଼ି ନଧରିଲେ ଉଠିହେଉନି, ହାତ ନଧରିଲେ ଆଗକୁ ଖୋଜ ପଡ଼ୁନି। ତଥାପି କାଳିଆ ଭାବ ଆଗରେ ଏ ବାର୍ଦ୍ଧକ୍ୟ ବା କଣ ? ବୟସକୁ ଖାତିର ନକରି ପବିତ୍ର କାର୍ତ୍ତିକରେ ହବିଷିଆଳୀ ଛୁଟିଆସିଛନ୍ତି ମହାବାହୁଙ୍କୁ ଟିକେ ଆଖିପୂରେଇ ଦେଖିଦେବାକୁ। ଶ୍ରୀମନ୍ଦିର ଭିତରେ ସିନା ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ହେଲେ ଶ୍ରୀମନ୍ଦିର ଭିତରକୁ ଯିବାକୁ କେତେ ଯେ ସଂଘର୍ଷ କରିବାକୁ ପଡ଼ୁଛି, କେତେ ଯେ ନେହୁରା ହେବାକୁ ପଡ଼ୁଛି, ତାହା କେବଳ ଏମାନଙ୍କୁ ହିଁ ଜଣା । ସିଂହଦ୍ବାର ଛାଡ଼ନ୍ତୁ ଅନ୍ୟ ଦୁଆରରେ ବି ପ୍ରବେଶ ମୁସ୍କିଲ୍। ଚାଲିଚାଲି ଗୋଡ଼ ଥକି ଯାଉଛି, ତଥାପି ପୋଲିସ ଛାଡ଼ୁନି।... 

ଆଉ ଦିନକ ପରେ ଆରମ୍ଭ ହେଉଛି ପଞ୍ଚୁକ। ମହାପ୍ରଭୁଙ୍କୁ ସ୍ବତନ୍ତ୍ର ବେଶରେ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟିବ ଭକ୍ତଙ୍କ ସୁଅ। ଏଥିପାଇଁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରୁଛି ପୋଲିସ। ଭକ୍ତମାନେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ନିଷ୍ପତ୍ତି ହୋଇଛି। ଯାହାଦ୍ବାରା ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି ହବିଷିଆଳୀ। ସିଂହଦ୍ବାରରେ ପ୍ରବଳ ଭିଡ଼ ଯୋଗୁଁ ହନ୍ତସନ୍ତ ହେବାକୁ ପଡ଼ୁଛି। ସେପଟେ ପୁରୀ ବାସିନ୍ଦା, ବରିଷ୍ଠ ନାଗରିକ ଓ ହବିଷିଆଳୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ଦାବି ହୋଇଛି।... 

Advertisment



ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ। ପଞ୍ଚୁକରେ ଭକ୍ତମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ପାଇବେ। ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଥମ ଭୋଗମଣ୍ଡପ ପରେ ଭିତର କାଠ ଦର୍ଶନ କରାଯିବ। ବଡ଼ଦାଣ୍ଡରେ ବ୍ୟାରିକେଡକୁ ଅଧିକ ଲମ୍ବାଯାଇଛି। ସୁରକ୍ଷା ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ। ଭିଡ଼ ନିୟନ୍ତ୍ରଣ ସହିତ ସମସ୍ତଙ୍କର ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ବ ଦେଉଛି ପୋଲିସ-ପ୍ରଶାସନ। ଆଇନ ମନ୍ତ୍ରୀ କହିଛନ୍ତି, ଶୃଙ୍ଖଳିତ ଦର୍ଶନ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି।

ଏପଟେ ଆଜି ପବିତ୍ର ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଇଛନ୍ତି ମାଆ ରାଧାରାଣୀ। ଭୋର ୫ଟାରୁ ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ ଆରମ୍ଭ ହୋଇଥିବାବେଳେ ବିଳମ୍ବିତ ରାତିରୁ ଧାଡ଼ି ଲମ୍ବାଇଥିଲେ ଶ୍ରଦ୍ଧାଳୁ। ଶୃଙ୍ଖଳିତ ଦର୍ଶନ ପାଇଁ ୧୧ ଧାଡ଼ିଆ ବ୍ୟାରିକେଡ୍ ବ୍ୟବସ୍ଥା କରିଛି ପ୍ରଶାସନ।

Advertisment
Related Articles
Advertisment