/odishatv-khabar/media/media_files/2025/10/31/jemima-rodridx-cricket-2025-10-31-18-44-10.jpg)
jemima-rodridx-cricket Photograph: (OTV)
କେବେ କାନ୍ଦ, କେବେ ହସ । କେବେ ଫିଲଡକୁ ପ୍ରଣାମ କରିବା । କେବେ ବାପାଙ୍କୁ କୁଣ୍ଡେଇ ଧରି କାନ୍ଦିବାର ଫଟୋ । ପୁଣି କେବେ ଫ୍ୟାନସମାନଙ୍କୁ ଜିତିବାର ଶ୍ରେୟ ଦେବା । ଇଣ୍ଡିଆନ୍ ୱିମେନ୍ କ୍ରିକେଟ ଟିମର ସ୍ମାଇଲିଙ୍ଗ ଗାର୍ଲ ।
ନା ହାରିବି, ନା ଥକିବି ଯେତେ ପର୍ଯ୍ୟନ୍ତ ବଳ ଥିବ ଫିଲଡରେ ଖେଳିବି ଆଉ ଜିତିବି । ଏକଥା ଆମର ନୁହେଁ ଏକଥା କହିଛନ୍ତି ଜେମିମା ରୋଡ୍ରିଗ୍ସ। ସମସ୍ତଙ୍କ ମୁହଁରେ ଏବେ କେବଳ ଗୋଟିଏ ନାଁ
ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଭାରତୀୟ ମହିଳା କ୍ରିକେଟର ସୁପରଷ୍ଟାର ଜେମିମା। ଧୁଆଁଧାର ଶତକ ପାଇଁ ସବୁଠୁ ଛୁଟୁଛି ପ୍ରଶଂସା ଏହି ମହିଳା କ୍ରିକେଟରଙ୍କ ନିକଟକୁ ।ଅଷ୍ଟ୍ରେଲିଆକୁ ସେଫିଫାଇନାଲରେ ହରାଇ ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । ୫ ୱିକେଟରେ ଜିତିଛି ଭାରତ ।
ଜେମିମା କହିଛନ୍ତି ଏହି ବିଜୟ କେବଳ ସେମାନଙ୍କ ପାଇଁ ଯିଏ ମୋ ଉପରେ ବିଶ୍ବାସ ରଖିଥିଲେ । ଏହି ବିଜୟ କେବଳ ତାଙ୍କ ପାଇଁ ସମ୍ଭବ ହୋଇପାରିଛି । ସମୟ ବହୁତ କଷ୍ଟକର ଥିଲା କିନ୍ତୁ ମୁଁ କରିପାରିଲି ମୋ ଇଶ୍ବରଙ୍କ ପାଇଁ । ଭାବବିହ୍ବଳ ହୋଇ ନିଜ ମନ କଥାକୁ କହିଛନ୍ତି ।
ଟିମ ଇଣ୍ଡିଆ ଦେଖାଇଲା ଜଲୱା । ୩୩୯ ରନ୍ ଟାର୍ଗେଟକୁ ୯ ବଲ୍ ବାକି ଥାଇ ଜିତିଲା । ତେବେ ଆଜି ସମସ୍ତଙ୍କ ମୁହଁରେ ଥିବା ଜେମିମା ରୋଡ୍ରିଗ୍ସ କିଏ ଆସନ୍ତୁ ଜାଣିବା । ଭାରତୀୟ ମହିଳା କ୍ରିକେଟର ଏକ ଦମଦାର ନାମ ଜେମିମା । ୨୦୦୦ ସେପ୍ଟେମ୍ବର ୫ ତାରିଖରେ ମୁମ୍ବାଇରେ ଜନ୍ମିଥିଲେ । ଆଉ ତାଙ୍କ ପୁରା ନାମ ଜେମିମା ଜେସିକା ରୋଡ୍ରିଗ୍ସ।
ଘରେ ଦୁଇ ଭାଇ ଏନୋକ ଓ ଏଲି ସହ ଜେମିମା ଛୋଟବେଳୁ ଖେଳିବାକୁ ଭଲପାଉଥିଲେ । ତାଙ୍କ ପିତା ଆଇଭାନ ରୋଡ୍ରିଗ୍ସ ଜଣେ କୋଚ୍ ଥିଲେ ଏବଂ ଝିଅ ପାଇଁ ପ୍ରଥମ ଗୁରୁ।
୧୩ ବର୍ଷ ବୟସରେ ରାଜ୍ୟ ଟିମରେ ଡେବ୍ୟୁ" କରିଥିଲେ ।
୧୩ ବର୍ଷ ବୟସରେ ସେ ମହାରାଷ୍ଟ୍ର ର ଅଣ୍ଡର–୧୯ ଟିମ୍ ପାଇଁ ମନୋନୀତ ହୋଇଥିଲେ। ୨୦୧୭ ରେ ସେ ସୌରାଷ୍ଟ୍ର ବିପକ୍ଷରେ ୨୦୨ ରନ୍ କରିଥିଲେ । ଏହାପରେ୨୦୧୮ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଏବେ ସେ ଦୁଇଟି ଫର୍ମାଟରେ ଟିମ୍ ଇଣ୍ଡିଆର ଭରସା।
PM Modi: ମୋଦିଙ୍କୁ ଭେଟିଲେ ପଟେଲଙ୍କ ପରିବାର ଲୋକ, ଏକ୍ସରେ ଫଟୋ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

Radhapada Darshan: ରାଜାଙ୍କୁ ସ୍ୱପ୍ନେଇଲେ ମହାପ୍ରଭୁ, କହିଲେ ଭୋଗବୁହା ବାଟରେ ବସି, ପିଠାମିଠା ଅଇଁଠା କରୁଛନ୍ତି ସାକ୍ଷୀଗୋପାଳ, ଆମେ ରହୁଛୁ ଉପବାସ

PM Modi Warns Enemies: ଆଖି ଉଠାଇ ଦେଖିଲେ ଘରେ ପଶି ମାରିବୁ , ଅପରେସନ ସିନ୍ଦୂର ତାର ପ୍ରମାଣ

Pitabas Murder: ଫୁଲବାଣୀ ଜେଲରେ ପିଣ୍ଟୁ ଦାସ , ପୀତବାସ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)