/odishatv-khabar/media/media_files/2025/10/20/diwali-2025-10-20-13-04-55.jpg)
diwali Photograph: (OTV)
ଭାରତର ସବୁଠାରୁ ବଡ଼ ପର୍ବ ଦୀପାବଳି । ଏହି ପର୍ବ ଯେଉଁଠି ଦେଶର ସମସ୍ତ ସ୍ଥାନରେ ଧୂମଧାମରେ ପାଳିତ ହୁଏ, କିନ୍ତୁ ହିମାଚଳ ପ୍ରଦେଶର ହମୀରପୁର ଜିଲ୍ଲାର ସମ୍ମୁ ଗାଁରେ ପାଳିବା କଥା ଛାଡନ୍ତୁ ଦୀପ ବି ଲାଗେନି । ହିମାଚଳର ଏହି ଅଭିଶପ୍ତ ଗାଁ ସମ୍ମୁ ।
ଯେଉଁଠାରେ ଯଦି କେହି ଦୀପାବଳି ପାଳନ କରିବାକୁ ଚେଷ୍ଟା କରେ ତେବେ ଗାଁରେ ବିପଦ ମାଡ଼ି ଆସେ । କିମ୍ବା କାହାର ମୃତ୍ୟୁ ହୁଏ । ଏହି କାରଣରୁ ଶତାବ୍ଦୀରୁ ସମ୍ମୁ ଗାଁରେ ଦୀପାବଳିକୁ ନେଇ କୌଣସି ପ୍ରସ୍ତୁତି ହୋଇନଥାଏ । ଲୋକମାନେ ବାଣ ଫୁଟାନ୍ତିନି କି ଘରେ ଘରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତିନି ।
ଗାଁର ଲୋକମାନେ କହନ୍ତି ଯେ ଦୀପାବଳି ଦିନ ଯଦି କୌଣସି ପରିବାର ଭୁଲରେ ବାଣ ଫୁଟାନ୍ତି କି ସୁସ୍ବାଦୁ ବ୍ୟଞ୍ଜନ ତିଆରି କରନ୍ତି ତେବେ ଗାଁରେ ବିପଦ ଆସେ କିମ୍ବା କାହାର ଅକାଳ ମୃତ୍ୟୁ ହୋଇଯାଏ। ଏହା ବ୍ୟତୀତ ଅନେକ ଥର ଗାଁର ଲୋକମାନେ ଏହି ଅଭିଶାପରୁ ମୁକ୍ତି ପାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ତଥାପି ଅଭିଶାପରୁ ମୁକ୍ତି ମିଳୁନାହିଁ।
ସେଥିପାଇଁ ଗାଁର ଲୋକମାନେ ଦୀପାବଳି ପାଳିବାରୁ ବଞ୍ଚିତ ରୁହନ୍ତି । ଆଜି ମଧ୍ୟ ଏହି ଗାଁରେ ଏହି ଅଭିଶାପର ଏତେ ଭୟ ଅଛି ଯେ ଦୀପାବଳିରେ ଲୋକମାନେ ଘରୁ ବାହାରିବାକୁ ଉଚିତ ମନେ କରନ୍ତି ନାହିଁ । ଏହାକୁ ସଂଯୋଗ କୁହନ୍ତୁ କି ଅଭିଶାପ, ଦୀପାବଳିର ମାସରେ ଏହି ଗାଁରେ କାହାରି ନା କାହାରି ମୃତ୍ୟୁ ହୋଇଯାଏ।
କିଏ ଦେଇଥିଲେ ଅଭିଶାପ
ଗାଁର ଲୋକମାନେ କହନ୍ତି ଯେ ଦୀପାବଳିର ଦିନ ଗାଁର ଏକ ମହିଳା ନିଜ ସ୍ୱାମୀଙ୍କ ସହିତ ସତୀ ହୋଇଯାଇଥିଲେ। ମହିଳା ଜଣକ ଦୀପାବଳି ପର୍ବ ପାଳିବାକୁ ବାପଘରକୁ ଯାଉଥିଲେ । ଏହା ପ୍ରଥମ ବିଶ୍ୱ ଯୁଦ୍ଧର ସମୟର କାହାଣୀ। ମହିଳାର ସ୍ୱାମୀ ସେନାରେ ସୈନିକ ଥିଲେ, କିନ୍ତୁ ମହିଳା ଗାଁରୁ କିଛି ଦୂର ଆସିଥିବା ବେଳେ ତାଙ୍କ ସାମ୍ନାରେ ତାଙ୍କ ସ୍ୱାମୀଙ୍କ ଶବ ଯାଇଥିଲା ।
ମହିଳା ଗର୍ଭବତୀ ଥିଲେ। କୁହାଯାଏ ଯେ ମହିଳା ଜଣକ ଏହି ଆଘାତ ସହି ପାରିଲେ ନାହିଁ । ସେ ନିଜ ସ୍ୱାମୀଙ୍କ ସହିତ ସତୀ ହୋଇଯାଇଥିଲେ। କିନ୍ତୁ ସତୀ ହେବା ପୂର୍ବରୁ ସମଗ୍ର ଗାଁକୁ ଏହି ଶାପ ଦେଇ ଚାଲିଗଲେ ଯେ ଏହି ଗାଁର ଲୋକମାନେ କେବେ ଦୀପାବଳି ପର୍ବ ପାଳିବେ ନାହିଁ ।
ସେଦିନରୁ ଆଜି ପର୍ଯ୍ୟନ୍ତ ଏହି ଗାଁରେ ଦୀପାବଳି ପାଳନ ହୁଏନି । ଲୋକମାନେ କେବଳ ସତୀଙ୍କ ମୂର୍ତ୍ତିର ପୂଜା କରନ୍ତି।
ଗାଁର ଲୋକମାନେ କାରଣ କହିଛନ୍ତି
୭୫ ବର୍ଷୀୟ ରଘୁବୀର ସିଂହ ରଙ୍ଗଡ଼ା କହିଛନ୍ତି ଯେ ଶତାବ୍ଦୀରୁ ଗାଁରେ ଦୀପାବଳି ପାଳନ ହୋଇନି । ଯଦି ଦୀପାବଳି କିଏ ପାଳିବାକୁ ଚେଷ୍ଟା କରେ ଗାଁରେ କାହାରି ନା କାହାରି ମୃତ୍ୟୁ ହୋଇଯାଏ କିମ୍ବା ବିପଦ ମାଡ଼ି ଆସେ ।
ଧୀରେ ଧୀରେ ସମୟ ବଦଳିଛି । କିନ୍ତୁ ପରମ୍ପରା ବଦଳି ନାହିଁ। ଦୀପାବଳି ପାଳନ ନକରିବାର ଦୁଃଖ ମଧ୍ୟ ଏହି ଗାଁର ଲୋକମାନଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଏ। କାରଣ ବାଣ ଫୁଟାଇବା କଥା ପଛରେ ସେମାନଙ୍କ ଗାଁରେ ଏହି ଦିନ କାହାରି ଘରେ ଦୀପ ଜଳେ ନାହିଁ।
WhatsApp: ଆଉ ପଠାଇ ପାରିବେନି ଅଜଣା ଲୋକଙ୍କୁ ମେସେଜ୍ , ବ୍ୟାନ୍ ହେବ ଆକାଉଣ୍ଟ୍ !

Expensive sweets: ମାର୍କେଟ୍ ନେଉଛି ଲକ୍ଷେ ଟଙ୍କିଆ ମିଠା , ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ସେତିକି ସ୍ବାଦିଷ୍ଟ

Fear in Odisha: ଅଶୁଭ ହେବ କି ଏ ବର୍ଷର ଅକ୍ଟୋବର ? ଦାନା ବାନ୍ଧୁଛି ଲଘୁଚାପ

Jabalpur Vendor Forces: ପଇସା ପାଇଁ ଯାତ୍ରୀଙ୍କ କଲର ଧରିଲେ, ପ୍ଲାଟଫର୍ମରେ ଘୋଷାଡ଼ିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)