/odishatv-khabar/media/media_files/2025/10/20/whatsapp-2025-10-20-09-43-46.jpg)
whatsapp Photograph: (OTV)
ଅନେକ ୟୁଜର୍ଙ୍କ ଅଭ୍ୟାସ ଥାଏ ଯେ ଅଜଣା ଲୋକଙ୍କୁ ବାରମ୍ବାର ମେସେଜ୍ ପଠାଇବା। ଆପଣ ଯଦି ଏହି ୟୁଜରମାନଙ୍କ ମଧ୍ୟରୁ ଜଣେ, ତେବେ ସତର୍କ ହୋଇଯାଆନ୍ତୁ। କାରଣ ମେଟାର ମେସେଜିଂ ଆପ୍ WhatsApp ଏବେ ଏଭଳି ୟୁଜର ଏବଂ ବ୍ୟବସାୟିକ ଆକାଉଣ୍ଟଗୁଡ଼ିକୁ ବ୍ୟାନ୍ କରିବ। ଏନେଇ କମ୍ପାନୀ କହିଛି, ଏହା ପ୍ଲାଟଫର୍ମରେ ସ୍ପାମ୍କୁ କମ କରିବା ପାଇଁ ଖୁବ୍ ଶୀଘ୍ର ଏକ ମେସେଜ୍ ଲିମିଟେଡ୍ ସିଷ୍ଟମ୍ ଲାଗୁ କରିବ।
ବର୍ତ୍ତମାନ, ୟୁଜର କିମ୍ବା ବ୍ୟବସାୟ ଆକାଉଣ୍ଟ ଦ୍ୱାରା ପଠାଯାଇଥିବା ପ୍ରତ୍ୟେକ ମେସେଜକୁ ଗଣନା କରାଯିବ। ଯଦି ଜଣେ ଅଜଣା ବ୍ୟକ୍ତିଙ୍କୁ ଏକ ମେସେଜ ପଠାଯାଏ ଏବଂ ସେ ଉତ୍ତର ନ ଦିଅନ୍ତି, ତେବେ ସେହି ମେସେଜକୁ ମାସିକ ଲିମିଟ୍ରେ ସାମିଲ୍ ହେବ। ଏହି ସୀମା ପାଖାପାଖି ହେଲେ ଆପ୍ ଏକ ପପ୍-ଅପ୍ ଆଲର୍ଟ ଦେବ। ଏହା ୟୁଜରଙ୍କୁ ଜଣାଇବ ଯେ ସେମାନେ ଏହାକୁ ଅତିକ୍ରମ କରିବାକୁ ଯାଉଛନ୍ତି ଯାହାଦ୍ୱାରା ସେମାନଙ୍କ ଆକାଉଣ୍ଟ ବ୍ଲକ୍ ହୋଇପାରେ।
କମ୍ପାନୀ ଖୁବ୍ ଶୀଘ୍ର ଅନେକ ଦେଶରେ ଏହି ଫିଚରକୁ ଟେଷ୍ଟ୍ କରିବାକୁ ଯାଉଛି। ଏଥିରେ ଭାରତ ମଧ୍ୟ ରହିଛି। ତେବେ WhatsApp ବର୍ତ୍ତମାନ କେବଳ ଏକ ଚାଟ୍ ଆପ୍ ହୋଇ ନାହିଁ, ଏହା ବ୍ୟବସାୟ ଏବଂ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୋଇଗଲାଣି। ଲୋକମାନେ ପ୍ରତିଦିନ ଡଜନ ଡଜନ ଅଜଣା ମେସେଜର ସମ୍ମୁଖିନ ହେଉଛନ୍ତି, ଯେଉଁଥିରୁ ଅନେକ ପ୍ରମୋସନାଲା କିମ୍ବା ସ୍ପାମ୍ ହୋଇଥାଏ।
WhatsApp ୟୁଜରମାନଙ୍କ ସୁବିଧାକୁ ଦେଖି, ଅନାବଶ୍ୟକ ମେସେଜ୍ ଏଡ଼ାଇବା ପାଇଁ ୨୦୨୪ରେ ମାର୍କେଟିଂ ମେସେଜ୍ ଲିମିଟ୍ ଏବଂ ଅନ୍ସବ୍ସ୍କ୍ରାଇବ୍ ଅପ୍ସନ୍ ଭଳି ଫିଚର ଆରମ୍ଭ କରିଥିଲା। ସେହିପରି ଚଳିତ ବର୍ଷ ଆରମ୍ଭରେ, କମ୍ପାନୀ ବ୍ରଡକାଷ୍ଟ୍ ମେସେଜ୍ ଲିମିଟ୍ ମଧ୍ୟ ଲାଗୁ କରିଥିଲା। ବର୍ତ୍ତମାନ ଏହି ଫିଚର ଅନେକ ୟୁଜରଙ୍କୁ ଲାଭ ଦେବ ବୋଲି ଅନୁମାନ କରାଯାଉଛି।
Odisha Politics Shocker: ନୂଆପଡ଼ା ଉପନିର୍ବାଚନ, ସ୍ଥିର କରିବ ୩ ପ୍ରମୁଖ ଦଳର ରାଜନୈତିକ ଦୃଶ୍ୟପଟ୍ଟ

Cyclone: ବଙ୍ଗୋପସାଗରରେ ବଳ ଗୋଟାଉଛି ଘୂର୍ଣ୍ଣିବଳୟ...ବଢ଼ି ଚାଲିଛି ବାତ୍ୟା ଛନକା

High Court Drama: ହାଇକୋର୍ଟ ଭିତରେ ହାଇଡ୍ରାମା; କୋର୍ଟ ରୁମ୍ ରେ ଜଜ୍-ଓକିଲ ମୁହାଁମୁହିଁ

Ayodhya Deepotsav: ଭବ୍ୟ ଓ ଦିବ୍ୟ ଦୀପାବଳିରେ ଏକାକାର ରାମ ଜନ୍ମଭୂମି, ରେକର୍ଡ କଲା ଅଯୋଧ୍ୟା ଦୀପୋତ୍ସବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)