Advertisment

Jabalpur Vendor Forces: ପଇସା ପାଇଁ ଯାତ୍ରୀଙ୍କ କଲର ଧରିଲେ, ପ୍ଲାଟଫର୍ମରେ ଘୋଷାଡ଼ିଲେ

କଲର୍ ଧରି ପ୍ଲାଟଫର୍ମରେ ଘୋଷାଡ଼ିଲେ। ପଇସା ଦେବାକୁ ବାଧ୍ୟ କରି ବେଜ୍ଜତ କଲେ। UPI ପେମେଣ୍ଟ ନହେବାରୁ ଜୋର ଜବରଦସ୍ତ ଯାତ୍ରୀଙ୍କ ଘଣ୍ଟା ଓହ୍ଲାଇଲେ। ମଧ୍ୟପ୍ରଦେଶ ଜବଲପୁର ରେଳ ଷ୍ଟେସନରେ ସାମାନ୍ୟ ସିଙ୍ଗଡ଼ା ପାଇଁ ଚାଲିଥିଲା ଯାତ୍ରୀ ଓ ବିକ୍ରେତାଙ୍କ ମଧ୍ୟରେ ହାଇଡ୍ରାମା।

author-image
Manas Ranjan Mohanty
SAMOSA

SAMOSA Photograph: (OTV)

କଲର୍ ଧରି ପ୍ଲାଟଫର୍ମରେ ଘୋଷାଡ଼ିଲେ। ପଇସା ଦେବାକୁ ବାଧ୍ୟ କରି ବେଜ୍ଜତ କଲେ। UPI ପେମେଣ୍ଟ ନହେବାରୁ ଜୋର ଜବରଦସ୍ତ ଯାତ୍ରୀଙ୍କ ଘଣ୍ଟା ଓହ୍ଲାଇଲେ। ମଧ୍ୟପ୍ରଦେଶ ଜବଲପୁର ରେଳ ଷ୍ଟେସନରେ ସାମାନ୍ୟ ସିଙ୍ଗଡ଼ା ପାଇଁ ଚାଲିଥିଲା ଯାତ୍ରୀ ଓ ବିକ୍ରେତାଙ୍କ ମଧ୍ୟରେ ହାଇଡ୍ରାମା। ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇଇରାଲ୍ ହେବାରେ ଲାଗିଛି। 

Advertisment

ସୂଚନା ମୂତାବକ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଜବଲପୁର ରେଳଷ୍ଟେସନର ପ୍ଲାଟଫର୍ମ ନମ୍ବର ୫ରେ ଏହି ଘଟଣା ଘଟିଥିଲା। ଜଣେ ଯାତ୍ରୀ ଟ୍ରେନ୍ ଛାଡିବା ପୂର୍ବରୁ ପ୍ଲାଟଫର୍ମରେ ବସିଥିବା ରେଲଓ୍ବେ ଭେଣ୍ଡର ସନ୍ଦୀପ ଗୁପ୍ତାଙ୍କୁ ସିଙ୍ଗଡ଼ା ଅର୍ଡର ଦେଇଥିଲେ। ହେଲେ ଅନଲାଇନ୍ ପେମେଣ୍ଟ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଠିକ୍ ସେହି ସମୟରେ ହଠାତ୍ ଟ୍ରେନ୍ ଚାଲିବା ଆରମ୍ଭ କରିଥିଲା। ତେଣୁ ଯାତ୍ରୀ ସିଙ୍ଗଡ଼ା ନନେଇ ଟ୍ରେନ ଧରିବାକୁ ଦୌଡ଼ିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ସନ୍ଦୀପ ତାଙ୍କ କଲାର ଧରି ଘୋଷାଡ଼ି ଆଣିଥିଲେ। ଆଉ ସିଙ୍ଗଡ଼ା ପଇସା ଦେବାକୁ ବାଧ୍ୟ କରିଥିଲେ।

ଭିଡ଼ିଓରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି ଯେ ଯାତ୍ରୀ ଜଣକ ଅନଲାଇନ୍ ପେମେଣ୍ଟ କରିବାକୁ ଚାହୁଁଥିଲେ ମଧ୍ୟ ଏହା ସଫଳ ହେଉନାହିଁ। ହେଲେ ମଧ୍ୟ ତାଙ୍କୁ ଛାଡ଼ିନଥିଲେ ସନ୍ଦୀପ। ଯାତ୍ରୀଙ୍କୁ ତାଙ୍କ ହାତ ଘଣ୍ଟା କାଢ଼ି ନିଜପାଖେ ରଖିଥିଲେ। ଆଉ ତାଙ୍କୁ ସିଙ୍ଗଡ଼ା ଦେଇଥିଲେ। 

Advertisment

ତେବେ ଏହି ଭିଡ଼ିଓଟି ଭାଇରାଲ୍ ହେବାପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲା। ଆଉ ଘଟଣାର ଗମ୍ଭୀରତାକୁ ବିଚାର କରି, ରେଳ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିକ୍ରେତା ସନ୍ଦୀପଙ୍କୁ RPF ଦ୍ୱାରା ଗିରଫ କରାଯାଇଛି। ଆଉ ତାଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।



ଟ୍ରେନ୍ ପଳାଉଥିଲା ବୋଲି ସିଙ୍ଗାଡ଼ା ନନେଇ ପଳାଉଥିଲେ ଯାତ୍ରା। ହେଲେ ତାଙ୍କୁ ଜୋର ଜବରଦସ୍ତ କଲର୍ ଧରି ଅଟକାଇଥିଲେ ସନ୍ଦୀପ। ଆଉ ସିଙ୍ଗଡ଼ା ନେବାକୁ ବାଧ୍ୟ କରିଥିଲେ। ତେଣୁ ଏପରି ପ୍ଲାଟଫର୍ମରେ ଗୁଣ୍ଡାରାଜ ଚଲାଉଥିବା ଭେଣ୍ଡରଙ୍କୁ ଚିହ୍ନଟ କରି ରେଲଓ୍ବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସାଧାରଣରେ ମତପ୍ରକାଶ ପାଇଛି ।  

Advertisment
Related Articles
Advertisment