/odishatv-khabar/media/media_files/2025/10/06/gajalakshmi-puja-2025-10-06-09-05-12.jpg)
Gajalakshmi Puja Photograph: (OTV)
ଆଜି ଗଜଲକ୍ଷ୍ମୀ ପୂଜା । ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ସୁଖ, ସମୃଦ୍ଧି, ସୌଭାଗ୍ୟ, ସୁଖ୍ୟାତି ଓ ଐଶ୍ବର୍ଯ୍ୟର ଭଣ୍ଡାର ନେଇ ବିରାଜିବେ ମା' ଲକ୍ଷ୍ମୀ । ମା'ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ଢେଙ୍କାନାଳ ସହର । ୩୮ଟି ପୂଜା ମଣ୍ଡପ ପକ୍ଷରୁ ଗଜଲକ୍ଷ୍ମୀ ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରସ୍ତୁତି ହୋଇଛି । ଚଳିତ ବର୍ଷ ଗଣେଶ ବଜାର, ଲକ୍ଷ୍ମୀ ବଜାର, କାଞ୍ଚନ ବଜାର ପକ୍ଷରୁ କପଡାରେ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି।ଏଥିସହ ୬ଟି ବଜାର ପକ୍ଷରୁ ଆକର୍ଷଣୀୟ ଚାନ୍ଦି ମେଢ଼ ଶ୍ରଦ୍ଧାଳୁଙ୍କୁ ବେସ୍ ଆକୃଷ୍ଟ କରିବ। ମୁଖ୍ୟ ଆକର୍ଷଣ ସାଜିବ କାଞ୍ଚନ ବଜାରର ପ୍ଲାଟିନମ୍ ଜୁବଲି।..
ଏପଟେ ମା'ଙ୍କ ପୂଜା ପାଇଁ ସଜେଇ ହୋଇଛି ଅନୁଗୁଳ ସହର। ଚଳିତ ଥର ବଜାର ଛକ ପୂଜା କମିଟି ବର୍ଷା ଋତୁର ପରିବେଶ ସନ୍ତୁଳନର ଦୃଶ୍ୟ ସଦୃଶ ସାଜସଜା ମଧ୍ୟରେ ମା'ଙ୍କୁ ପୂଜା କରୁଥିବା ବେଳେ ସହରର ସବୁଠୁ ପୁରୁଣା ଲକ୍ଷ୍ମୀ ବଜାର ଏଥର ଆଲୋକ ସଜା ଉପରେ ଅଧିକ ଗୁରୁତ୍ବ ଦେଉଛି। ସେହିଭଳି କାଞ୍ଚନ ବଜାର ଛକରେ ଅଯୋଧ୍ୟା ରାମ ମନ୍ଦିର ସଦୃଶ ତୋରଣ ହୋଇଛି। ଏଥର ସହର ମଧ୍ୟରେ ୪୫ରୁ ଅଧିକ ମଣ୍ଡପରେ ଗଜଲକ୍ଷ୍ମୀଙ୍କୁ ପୂଜା କରାଯାଉଥିବା ବେଳେ ସହର ବାହାରେ ୬୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମା' ଲକ୍ଷ୍ମୀ। ଅନ୍ୟପଟେ କେନ୍ଦ୍ରାପଡାରେ ଧନଦାତ୍ରି ମା' ଲକ୍ଷ୍ମୀଙ୍କୁ ବେସ୍ ଧୁମଧାମରେ ପୂଜା କରିବାକୁ ପ୍ରସ୍ତୁତି ହୋଇଛି । ୭ ଦିନ ଧରି ସହର ଓ ଏହାର ଉପକଣ୍ଠରେ ଥିବା ୬୮ଟି ପୂଜା ମଣ୍ଡପରେ ମା'ଙ୍କ ଆରାଧନା କରାଯିବ।
Big Fight In Nuapada: ବିଗୁଲ୍ ବାଜିନି, ରାଜନୀତି ସରଗରମ...କାଲି ନୂଆପଡାରେ ପାଓ୍ୱାର୍ ଶୋ'

Odisha SI Exam Scam: ପୋଲିସ SI ପରୀକ୍ଷା କେଳେଙ୍କାରୀରେ ଆଉ ଏକ ଗିରଫଦାରି, କ୍ରାଇମବ୍ରାଞ୍ଚ ହାତରେ ଦଲାଲ ନମ୍ବର ୫

Odisha SI Recruitment Scam: ସାର୍ଟିଫିକେଟ୍ କେଳେଙ୍କାରୀଠୁ ନିଯୁକ୍ତି ରାକେଟରେ ସଂପୃକ୍ତ, ଗାଁରେ ହିଂସାକାଣ୍ଡଠୁ ରାଜନୈତିକ ହତ୍ୟାକାଣ୍ଡରେ ଲିଙ୍କ୍

Cuttack's Bhasan Utsav Turns Battlefield: ଆସନ୍ତାକାଲି କଟକ ବନ୍ଦ ଡାକରା, ଭାଇଚାରା ସହରରେ ଚାପା ଉତ୍ତେଜନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)