Advertisment

Cuttack's Bhasan Utsav Turns Battlefield: ଆସନ୍ତାକାଲି କଟକ ବନ୍ଦ ଡାକରା, ଭାଇଚାରା ସହରରେ ଚାପା ଉତ୍ତେଜନା

ରାତି ଅଧରେ କାହିଁକି କଟକରେ ଘଟିଲା ଅଭାବନୀୟ କାଣ୍ଡ ? ଭସାଣ ଉତ୍ସବ କାହିଁକି ପାଲଟିଗଲା ରଣକ୍ଷେତ୍ର ? ଭାଇଚାରାକୁ ଜଳାଞ୍ଜଳି ଦେଇ ଢେଲାପଥର ମାଡ଼ ପଛରେ କିଏ ? ଦୁଇଦିନ ହେଲା ଆଲୋଚନା, ବୁଝାସୁଝା ଏବଂ ଚାପା ଉତ୍ତେଜନା ଭିତରେ ଆଜି କଟକର ଗଳିଗନ୍ଦିରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଦୃଶ୍ୟ।

author-image
Manas Ranjan Mohanty
cm

cm Photograph: (OTV)

ରାତି ଅଧରେ କାହିଁକି କଟକରେ ଘଟିଲା ଅଭାବନୀୟ କାଣ୍ଡ ? ଭସାଣ ଉତ୍ସବ କାହିଁକି ପାଲଟିଗଲା ରଣକ୍ଷେତ୍ର ? ଭାଇଚାରାକୁ ଜଳାଞ୍ଜଳି ଦେଇ ଢେଲାପଥର ମାଡ଼ ପଛରେ କିଏ ? ଦୁଇଦିନ ହେଲା ଆଲୋଚନା, ବୁଝାସୁଝା ଏବଂ ଚାପା ଉତ୍ତେଜନା ଭିତରେ ଆଜି କଟକର ଗଳିଗନ୍ଦିରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଦୃଶ୍ୟ। ଶାନ୍ତି ଫେରାଇଆଣିବାକୁ ସହର ସାରା ପୋଲିସ ଛାଉଣୀ। ବାଜୁଥିଲା ସାଇରନ୍, ଘନଘନ ପହରା ମାରୁଥିଲା ପୋଲିସ୍। ହାତରେ ଲାଠି ଆଉ ବନ୍ଧୁକ। ଗଳିକନ୍ଦିରେ ପୋଲିସ ସମେତ ସ୍ପେଶାଲ୍ ଫୋର୍ସର ପଇଁତରା। ବାଇକ୍ ପାଟ୍ରୋଲିଂ ବି ଜୋରଦାର। ସମ୍ବେଦନଶୀଳ ସ୍ଥାନ ସମେତ ସମସ୍ତ ଥାନା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ। ଉପରକୁ ସ୍ଥିତି ସ୍ବାଭାବିକ ଲାଗୁଥିଲେ ବି ଚାପା ଉତ୍ତେଜନାକୁ ନଜରରେ ରଖି ସବୁଠି ହାଇଆଲର୍ଟ, କଡ଼ାକଡ଼ି ସୁରକ୍ଷା। ପୋଲିସ କହିଛି, ଏବେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। କୌଣସି ଜାଗାରେ ବିବାଦ ନାହିଁ । ତେବେ ଗୁଜବକୁ ବିଶ୍ବାସ ନକରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛି ପୋଲିସ ।... 

Advertisment

ଏପଟେ ଗଣ୍ଡଗୋଳ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆସନ୍ତାକାଲି କଟକ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ। ମାଆ ଦୁର୍ଗାଙ୍କ ପ୍ରତିମା ଓ ଶୋଭାଯାତ୍ରାକାରୀଙ୍କ ଉପରେ ଆକ୍ରମଣକୁ ଘୋର ନିନ୍ଦା କରିବା ସହ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ବିଫଳତାକୁ ଦାୟୀ କରିଛି । କଟକ ବଜ୍ରକବାଟି ରୋଡରେ ହିନ୍ଦୁ ସଂଗଠନ ତରଫରୁ ବିଶାଳ ଶୋଭାଯାତ୍ରା କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜୋରଦାର ହୋଇଛି ଦାବି। ସେପଟେ ଭାଇଚାରାକୁ ନଷ୍ଟ ନକରି ଶାନ୍ତି ରକ୍ଷା ପାଇଁ ଅଫିଲ୍ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଂପ୍ରଦାୟ ।...  

ବୁଧବାର ଭସାଣ ଉତ୍ସବ ରାତିରେ ଦରଘlବଜ଼ାର ଜେଲ ରୋଡ ନିକଟରେ ଘଟିଥିଲା ଅସ୍ବାଭାବିକ ଘଟଣା । ଶୋଭାଯାତ୍ରାକାରୀଙ୍କ ଉପରକୁ ବର୍ଷିଥିଲା ଟେକା, ଢେଲା ଓ କାଚ ବୋତଲ। ସିସିଟିଭି କ୍ୟାମେରା, ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ପୋଲିସ ୬ ଜଣଙ୍କୁ ଗିରଫ କରିଥିବାବେଳେ ଏବେ ବି ଛାନଭିନ୍ ଚାଲିଛି । ରାପିଡ୍ ଆକ୍ସନ ଫୋର୍ସ ସମେତ ସିଆରପିଏଫ ବାହିନୀ ବି ମୁତୟନ ହୋଇଛନ୍ତି। 

Advertisment
Advertisment
Related Articles
Advertisment