/odishatv-khabar/media/media_files/2025/10/05/crimebranch-hatere-dalal-5-2025-10-05-20-26-00.jpg)
CRIMEBRANCH-HATERE-DALAL-5 Photograph: (OTV)
ପୋଲିସ SI ପରୀକ୍ଷା କେଳେଙ୍କାରୀରେ ଆଉ ଏକ ଗିରଫଦାରି । କ୍ରାଇମବ୍ରାଞ୍ଚ ହାତରେ ଦଲାଲ ନମ୍ବର ୫ । ଶଙ୍କର ପୃଷ୍ଟିର ବାଲେଶ୍ବର ଏଜେଣ୍ଟ ଅରବିନ୍ଦ ଦାସ ଗିରଫ । ଘର ବାଲେଶ୍ବରର ସିଙ୍ଗଲା ଥାନା ଅଞ୍ଚଳରେ । ୟାଠୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିଛି କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ସିକ୍ୟୁରିଟି ବାଟାଲିୟନର ଯବାନ ବିଶ୍ବରଞ୍ଜନ ବେହେରାଙ୍କୁ ଗିରଫ କରିଥିଲା । ୨୦୧୮ ବ୍ୟାଚରେ ନିଯୁକ୍ତି ପାଇଥିବା ବିଶ୍ବରଞ୍ଜନ ଆଗରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଡ୍ୟୁଟି କରୁଥିଲେ । ଏବେ ସେ ଲୋକସେବା ଭବନରେ ମୁତୟନ ଥିଲେ । ତେବେ ବିଶ୍ବରଞ୍ଜନ କେଳେଙ୍କାରୀର ଅନ୍ୟତମ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସହଯୋଗୀ ବୋଲି କୁହାଯାଉଛି । ବିଶ୍ବରଞ୍ଜନ ପରୀକ୍ଷାର୍ଥୀଙ୍କ ଅରିଜିନାଲ ସାର୍ଟିଫିକେଟ୍ ଏବଂ ବ୍ଲାଙ୍କ ଚେକ୍, ସିଣ୍ଡିକେଟର ଉପର ମହଲକୁ ପଠାଉଥିବା ଚର୍ଚ୍ଚା ହେଉଛି । ଏହା ପରେ ପୁରା ଘଟଣାରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ ଜୋରଦାର ହୋଇଛି।
ଏଣେ ଏହି ସ୍କାମରେ ଜଣେ ବିଜେଡି କାଉନସିଲର ସମ୍ପୃକ୍ତି ସାମ୍ନାକୁ ଆସିଛି । ନୟାଗଡ଼ ଜିଲ୍ଲା ଖଣ୍ଡପଡା NAC ର 4 ନଂ ୱାର୍ଡର ବିଜେଡ଼ି କାଉନସିଲର ଯତୀନ ଦଳେଇକୁ ପୋଲିସ ପୂର୍ବରୁ ଗିରଫ କରିସାରିଛି । ପୋଲିସ SI Scam ରେ ଦଲାଲ ସାଜିଥିଲେ ଯତୀନ l ନିଜେ SI ଚାକିରୀ କରିବାକୁ ମନ ବଳାଇଥିଲେ l SI ଚାକିରୀ କରିବାକୁ 25 ଲକ୍ଷ ଦରକାର ଥିବାରୁ ଆଉ କିଛି ଆଶାୟୀଙ୍କୁ ଯୋଗାଇଦେଲେ ତାଙ୍କୁ କୁଆଡେ ଫ୍ରିରେ SI ଚାକିରୀ ମିଳିଥାନ୍ତା l ସେଥିପାଇଁ ଯତୀନ ନୟାଗଡ଼ ଜିଲ୍ଲାର ଆଉ କିଛି ଆଶାୟୀଙ୍କୁ ଯୋଗାଡ଼ କରି ଦେଇଥିବା କୁହାଯାଉଛି l
ଏଣେ ଘଟଣାକୁ ନେଇ ବଢିଛି ଶାସକ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ। ପୂର୍ବ ସରକାରର ଗୁମର ଖୋଲି ବିଜେପି ବିଧାୟକ ବାବୁ ସିଂହ କହିଛନ୍ତି, SI ଦୁର୍ନୀତିର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ବ୍ରହ୍ମପୁରରେ ଜଣେ ବିଜେଡି ନେତାଙ୍କ ଘରେ ଅଫିସ ଚଳାଇଥିଲେ । ବିଜେଡି ନେତା ସୁବ୍ରତ ଛାଟୋଇଙ୍କୁ ବି ବିବାଦକୁ ଟାଣିଛନ୍ତି ବାବୁ ସିଂ । ସେ ଅଭିଯୋଗ କରିଛନ୍ତି, ଦୀର୍ଘ ଦିନ ଧରି ସୁବ୍ରତଙ୍କ ଶିକ୍ଷାନୁଷ୍ଠାନ ମାଧ୍ୟମରେ ନିଯୁକ୍ତି ଦୁର୍ନୀତି କରୁଥିଲେ ବିଗତ ଦିନର ବିଜେଡି ସରକାର। ଏବେ ସେଇ ବାଟ କୁ ବନ୍ଦ କରାଯାଉଛି।
ଖୁବ୍ ଶୀଘ୍ର ବଡ ମାଛ ଜାଲରେ ପଡିବେ ବୋଲି ବାବୁ ସିଂ କହିଛନ୍ତି। ଏ ନେଇ ସୁବ୍ରତ ଛାଟୋଇଙ୍କ ପ୍ରତିକ୍ରିୟା ମିଳି ନ ଥିବା ବେଳେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ପାଲଟା ଆକ୍ରମଣ କରିଛି। ଦଳ କହିଛି ତଦନ୍ତକୁ ଦିଗହରା କରିବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଛନ୍ତି ସରକାର। ସିବିଆଇ ତଦନ୍ତ ହେଲେ ସବୁ କିଛି ସ୍ପଷ୍ଟ ହେବ। ଏଣେ କଂଗ୍ରେସ କହିଛି, ରାଜ୍ୟରେ ଏଯାଏଁ କୌଣସି ଗୋଟିଏ ବି ପରୀକ୍ଷାରେ ସ୍ୱଚ୍ଛତା ନାହିଁ। ବିଜେଡିକୁ ଗାଳି ଦେଇ ଦେଇ ସରକାରକୁ ଆସିଥିବା ବିଜେପି ଏବେ ସେହି ଦଳ ସହ ମିଶି ଦୁର୍ନୀତି କରୁଛି।
Viral Video: ବ୍ରେକଅପ ହେଲେ ବି ଏତେ କଷ୍ଟ ହୁଏନି, ଭାଇରାଲ ହେଉଛି ଭିଡିଓ....ଦେଖନ୍ତୁ ଗୋଟିଏ କ୍ଲିକରେ

Indian Dental Student Dead: ଆମେରିକାରେ ପୁଣି ଭାରତୀୟ ଛାତ୍ରଙ୍କୁ ହତ୍ୟା, ୨୮ବର୍ଷୀୟ ଚନ୍ଦ୍ରଶେଖରଙ୍କୁ ମାରିଲେ ଗୁଳି

Taylor Swift: ଜଣେ ଏମିତି ସିଙ୍ଗର...ଯେଉଁଠି ଶୋ ସେଇଠି ଟଙ୍କାର ବର୍ଷା, ବଦଳାଇ ଦିଅନ୍ତି ଅର୍ଥନୀତି

After Heavy Rain: ପ୍ରକୃତିର ମହାତାଣ୍ଡବ, ସବୁ ଛାରଖାର...ସବୁ ମିଶିଯାଇଛି ମାଟିରେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)