/odishatv-khabar/media/media_files/2025/10/05/candidate-suspense-2025-10-05-20-11-13.jpg)
CANDIDATE-SUSPENSE Photograph: (OTV)
ଦିଲ୍ଲୀରେ ସରିଲା କସରତ । ଏବେ ଗ୍ରାଉଣ୍ଡରେ ହେବ ମହା ମୁକାବିଲା । ଆସନ୍ତାକାଲି ନୂଆପଡା ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଉ ମୋହନଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରି କଂଗ୍ରେସ କରିବ ନ୍ୟାୟ ଯାତ୍ରା । ଯଦିଓ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି ହେଲେ ସରଗରମ ହେଲାଣି ନୂଆପଡା ରାଜନୀତି । ପାର୍ବଣ ପରେ ଏବେ ଗ୍ରାଉଣ୍ଡକୁ ଓହ୍ଲାଇଲେଣି ନେତା ।
ଗତକାଲି ଦିନିକିଆ ଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ନୂଆପଡାରେ ବିଜେପିର ପ୍ରାର୍ଥୀ ଚୟନ ଓ ରଣନୀତି ନେଇ ସେ ଆଲୋଚନା କରିଥିବା କୁହାଯାଉଛି । ଆଉ ଏହାର ଦିନକ ପରେ ଆସନ୍ତାକାଲି ନୂଆପଡା ଯାଇ ବିଭିନ୍ନ ଉନ୍ନୟନ ମୂଳକ କାମରେ ଶୁଭରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସେପଟେ ଏହାକୁ କାଉଣ୍ଟର କରି କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ବରେ କୋମନାରୁ ଖରିଆର ରୋଡ଼ ଯାଏଁ ନ୍ୟାୟ ଶୋଭାଯାତ୍ରା ସହ ନ୍ୟାୟ ସଭା କରିବ ।
ନୂଆପଡା ଉପନିର୍ବାଚନ ଶାସକ ଦଳ ପାଇଁ ଏସିଡ ଟେଷ୍ଟ ହୋଇଥିବା ବେଳେ, ବିଜେଡି ଆଉ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ । ଆଉ ସେଥିପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନୂଆପଡାରେ ଏକ୍ସରସାଇଜ ଆରମ୍ଭ କରିଦେଲେଣି ୩ ପ୍ରମୁଖ ରାଜନୈତିକ ଦଳ । କଂଗ୍ରେସ ଘାସିରାମ ମାଝୀଙ୍କୁ ଏକ ପ୍ରକାର ପ୍ରାର୍ଥୀ ଘୋଷଣା କରିଦେଇଥିବା ବେଳେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଦମ୍ଭୋକ୍ତି କରି ମୈଦାନକୁ ଓହ୍ଲେଇ ସାରିଲେଣି ।
ସେପଟେ ବିଜେପି, ଭେଟେରାନ୍ ବସନ୍ତ ପଣ୍ଡା କିମ୍ବା ତାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ଦଳ କିନ୍ତୁ ଏ ନେଇ ହୋମୱାର୍କ ଆରମ୍ଭ କରିଦେଇଛି । ନିକଟରେ ନୂଆପଡା ଗସ୍ତରେ ଯାଇ ରାଜ୍ୟ ସଭାପତି ଏକ ବଡ ଧରଣର ମିଶ୍ରଣ ପର୍ବ କରିଥିବା ବେଳେ ମନ୍ତ୍ରୀମାନେ ଘନ ଘନ ଗସ୍ତ କରୁଛନ୍ତି ।
Kumara Purnima 2025: କାହିଁକି ପାଳନ କରାଯାଏ କୁମାର ପୂର୍ଣ୍ଣିମା; କ’ଣ ରହିଛି ଏହାର ବୈଜ୍ଞାନିକ ମତ

Viral Video: ବ୍ରେକଅପ ହେଲେ ବି ଏତେ କଷ୍ଟ ହୁଏନି, ଭାଇରାଲ ହେଉଛି ଭିଡିଓ....ଦେଖନ୍ତୁ ଗୋଟିଏ କ୍ଲିକରେ

Indian Dental Student Dead: ଆମେରିକାରେ ପୁଣି ଭାରତୀୟ ଛାତ୍ରଙ୍କୁ ହତ୍ୟା, ୨୮ବର୍ଷୀୟ ଚନ୍ଦ୍ରଶେଖରଙ୍କୁ ମାରିଲେ ଗୁଳି

Taylor Swift: ଜଣେ ଏମିତି ସିଙ୍ଗର...ଯେଉଁଠି ଶୋ ସେଇଠି ଟଙ୍କାର ବର୍ଷା, ବଦଳାଇ ଦିଅନ୍ତି ଅର୍ଥନୀତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)