Advertisment

OTV’s Puja Tribute : ମୁଁ ଦେଖିଛି ଦୁର୍ଗାଙ୍କ ଭୟଙ୍କର ରୂପ...ପଢ଼ନ୍ତୁ ଗୋଟିଏ କ୍ଲିକରେ

ଦୁର୍ଗା... ଲକ୍ଷ୍ମୀ... କାଳୀ... ସରସ୍ବତୀ... ଏମାନେ ତ କେବଳ ଗୋଟିଏ ଗୋଟିଏ ରୂପ... ହେଲେ ମୁଁ ଦେଖିଛି, ସତସତିକା ସେ ଦୁର୍ଗା ମା'ଙ୍କୁ... ବୋଉ ଲୋ ତୋ ପାଖରେ ଏ ସବୁ ମାନେ ଯେମିତି ସମାନ

author-image
Manas Ranjan Mohanty
Durgapuja Special

Durgapuja Special Photograph: (OTV)

ଦୁର୍ଗା... ଲକ୍ଷ୍ମୀ... କାଳୀ... ସରସ୍ବତୀ... ଏମାନେ ତ କେବଳ ଗୋଟିଏ ଗୋଟିଏ ରୂପ... ହେଲେ ମୁଁ ଦେଖିଛି, ସତସତିକା ସେ ଦୁର୍ଗା ମା'ଙ୍କୁ... ବୋଉ ଲୋ ତୋ ପାଖରେ ଏ ସବୁ ମାନେ ଯେମିତି ସମାନ... କାଇଁ ଜାଣିଛୁ, ମତେ ଯେତେବେଳେ  ବିନାକାରଣରେ କିଏ ଦୋଷୀ ସଜାଏ, ମୁଁ ସେଇଠି ଦେଖିଛି ତୋ କାଳୀ ରୂପକୁ… ତୁ ସିନା ଆମ ସଂସ୍କାରର ହାତ ଛାଡ଼ି ଆଗକୁ ଯାଇପାରୁନା, ହେଲେ ତୋ ପାଟି କେହି ବନ୍ଦ କରିପାରେନା... 

Advertisment

ଆଉ ଯେତେବେଳେ ମତେ ଭାରି ଭୋକ ଲାଗେ ତୋ ହାଣ୍ଡିଶାଳରୁ ମୋ ପାଇଁ କିଛି ସରେନା.. ସେତେବେଳେ ତୁ ସାଜୁ ମା’ ଲକ୍ଷ୍ମୀ ଆଉ ଅନ୍ନପୂର୍ଣ୍ଣା... ନିଜେ ନଖାଇ ଆମକୁ ସବୁ ପରଷିଦେଉ.... ବୋଉ ଲୋ ଆଉ ତୋ ଦୁର୍ଗା ରୂପ କଥା ଟିକେ କହିବି...  ତୁ ଜମା ରାଗିବୁନି... ହଁ ତୁ ବି ରାଗିଲେ କେତେ ସମୟ ବା ମୋ ଉପରେ ରାଗିବୁ... ହଁ ଲୋ ବୋଉ ଯେତେବେଳେ କିଛି ମୋ ଉପରେ ବିପଦ ଆସେ ତୁ ପାଲଟୁ ଦୁର୍ଗା ମା'... ସାପ ହେଉ କି ମତେ କଷ୍ଟ ଦେବାପରି ଜନ୍ତୁ ଯଦି ଦଂଶନ କରିବାକୁ ଚେଷ୍ଟା କରେ... ତେବେ ତା' ଜୀବନ ନେବାକୁ ତୁ ପଛାଉନା... ତୋ ପିଲା ତୋ ସୁରକ୍ଷା ଭିତରେ ନରହିବା ଯାଏ ତୁ ସେମିତି ଲଢେଇ ହିଁ କରୁ... ମୁଁ ତ କେବେ ଭାବିନି ତୁ ମତେ ଜନ୍ମଦେଇ କେତେ କଷ୍ଟ ପାଇଥିବୁ... ହେଲେ ତୁ ମା' ଦୁର୍ଗା ସାଜି ମତେ କେତେ ପୁନର୍ଜନ୍ମ ଦେଇଛୁ ସେଇଟା ମୁଁ ଦେଖିଛି... 


ଆଉ ମା'ର ସରସ୍ବତୀ ରୂପ କଥା କ'ଣ ଅବା କହିବି... ଆପଣମାନେ ସମସ୍ତେ ଦେଖିଥିବେ ଆଉ ଅନୁଭବ ବି କରିଥିବେ... ଯେଉଁ ମା' ହାତ ଧରି ପାଠ ପଢାନ୍ତି.. ସିଲଟ ଧରି ବ୍ରହ୍ମା, ବିଷ୍ଣୁ, ମହେଶ୍ବର କହି ୩ଟି ଶୂନ ଲେଖାନ୍ତି... ସାରା ବିଶ୍ବ କଥା ଜାଣିବାକୁ ଆଗେଇ ନିଅନ୍ତି... ସିଏ ଆଉ ସରସ୍ବତୀ ନୁହଁନ୍ତି ଆଉ କିଏ... କାହା ମା' ସ୍ବାକ୍ଷର ହୁଅନ୍ତୁ କି ନିରକ୍ଷର... ହେଲେ ତା ପିଲାଙ୍କୁ ସବୁବେଳେ ଭଲ ଶିକ୍ଷା ହିଁ ଦିଅନ୍ତି... ନିଜେ ମା' ସରସ୍ବତୀ ପାଲଟି ଯାଇ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଦେଇ ଜ୍ଞାନର ଦୀପକୁ ଜଳାଇ ଦିଅନ୍ତି...  ଇଏ ହେଉଛି ଆମ ଜୀବନରେ ଆମ ପରିବାରରେ ଆମ ମା'ଙ୍କ ସତ ରୂପର କାହାଣୀ...

Advertisment


ମା' ନାଁ ଯେତିକି ଛୋଟ... ତାର କର୍ତ୍ତବ୍ୟ ତାର ସହନଶୀଳତା ତା ଠାରୁ କୋଟି କୋଟି ଗୁଣରେ ବଡ଼...  ଯାହାର ମୂଲ୍ୟ କହାସହ ତୁଳନା ନାହିଁ... ତା' କଷ୍ଟର ଋଣ ସୁଝିବାକୁ କାହା ପାଖରେ ଶକ୍ତି ନାହିଁ... ବାପା ମା'ଙ୍କ ଠୁ ବି ମୂଲ୍ୟବାନ ସମ୍ପତ୍ତି ନାହିଁ... ଧରାକୁ ମାଆ ଦୁର୍ଗାଙ୍କ ଆଗମନରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା... ଆପଣଂକ ପରିବାରରେ ଢେର୍ ସାରା ଖୁସି ଖେଳିଯାଉ... ଯେଉଁ ପରିବାରରେ ମା’ ଥାଏ ଖୁସିରେ, ସେ ପରିବାରରେ ଦୁଃଖ କେବେ ପଡେନି ଖସି... ଜୟ ମା' ଦୁର୍ଗା.. ଓଟିଭି ପରିବାର ତରଫରୁ ଆପଣମାନଙ୍କୁ ଶୁଭ ଦଶହରା 

Advertisment
Related Articles
Advertisment