/odishatv-khabar/media/media_files/2025/10/13/jatsinghpur-laxmi-puja-2025-10-13-10-49-21.jpg)
Jatsinghpur-Laxmi-Puja Photograph: (OTV)
ଝଲମଲ ଆଲୋକ ମାଳାରେ ଝଲସି ଉଠୁଛି ପରିବେଶ। କେଉଁଠି ଅପରେସନ୍ ସିନ୍ଦୁର ତ କେଉଁଠି ବଡ଼ ଦେଉଲର ଢାଞ୍ଚାରେ ତିଆରି ହୋଇଚି ସୁଉଚ୍ଚ ତୋରଣ। ଆଉ ସୁନ୍ଦର ସୁସଜ୍ଜିତ ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ ମାଆ ଲକ୍ଷ୍ମୀ। ଜଗତସିଂହପୁର ଜିଲ୍ଲା ନବାପାଟଣା ଗାଁ। ୧୦୦ ବର୍ଷ ତଳେ ଗାଁରେ ହଇଜା ବ୍ୟାପିବାରୁ ଧୁନ ଦାସ ସାହିରେ ପ୍ରଥମେ ମା ଲକ୍ଷ୍ମୀଙ୍କର ପୂଜା କରାଯାଇଥିଲା। ତାପରେ ଆଉ ଗାଁକୁ କେବେବି ହଇଜା ଛୁଇଁ ପାରିନି। ମାଆଙ୍କ କରୁଣାରୁ ଏହା ସମ୍ଭବ ହେଲା ବୋଲି ବିଶ୍ୱାସ ରଖି ସାରା ଗାଁରେ ଆରମ୍ଭ ହୋଇଥିଲା ମା ଲକ୍ଷ୍ମୀଙ୍କ ପୂଜା। ଏବେ ଗାଁର ୧୮ଟି ସାହିର ପ୍ରାୟ ୨୧ଟି ପୂଜା ମଣ୍ଡପରେ ପ୍ରତିବର୍ଷ ପୂଜା ପାଇ ଆସୁଛନ୍ତି ମା ଲକ୍ଷ୍ମୀ।
ଲକ୍ଷ୍ମୀ ପୂଜା ଆସିଲେ ସାରା ଗାଁରେ ହୋଇପଡ଼େ ଉତ୍ସବମୁଖର। ବାହାରେ ଚାକିରୀ କରିଥିବା ଲୋକେ ଘରକୁ ଫେରି ଆସନ୍ତି। ଆଉ ସଭିଙ୍କ ସହଯୋଗରେ ଧୁମଧାମରେ କରାଯାଏ ମାଆ ଲକ୍ଷ୍ମୀଙ୍କ ପୂଜା। ଗାଁଟିକୁ ତୋରଣ ଓ ଆଲୋକମାଳାରେ ନବ ବଧୂଟି ପରି ସଜେଇ ଦିଆଯାଏ। ପିଲାଙ୍କ ପାଇଁ ମିନାବଜାର ଓ ଦୋଳି ମଧ୍ୟ ପଡ଼େ। ଆଉ ଜିଲ୍ଲା ତଥା ଜିଲ୍ଲା ବାହାରରୁ ପୂଜା ଦେଖିବାକୁ ହଜାର ହଜାର ଦର୍ଶକଙ୍କର ସୁଅ ଛୁଟିଥାଏ।
ପ୍ରତିବର୍ଷ ମା ଲକ୍ଷ୍ମୀଙ୍କ ପୂଜା ପାଇଁ ଚାତକ ପରି ଚାହିଁ ବସିଥାନ୍ତି ନବାପାଟଣା ଗ୍ରାମବାସୀ। ଆଉ ଦୀର୍ଘ ୭ ଦିନ ବ୍ୟାପି ଚାଲୁଥିବା ଏହି ପୂଜାରେ ସାରା ଗାଁରେ ଜମିଥାଏ ଉତ୍ସବର ମାହୋଲ ।
Mamata Banerjee Faces: ମମତାଙ୍କ ବିତଣ୍ଡା ଯୁକ୍ତି , ରାତିରେ କଲେଜ ବାହାରକୁ ଯିବାର ଆବଶ୍ୟକତା କ’ଣ ?

Operation Blue Star: କଂଗ୍ରେସକୁ ଖୋଲା ଟାର୍ଗେଟ୍ କଲେ ଚିଦାମ୍ବରମ, କହିଲେ ଇନ୍ଦିରା ଥିଲେ ଭୁଲ୍

Mexico 41 Dead: ଉତ୍ତର ଆମେରିକାରେ ଆରମ୍ଭ ହୋଇଗଲା ତାଣ୍ଡବ, ମାଡ଼ି ଆସୁଛି ପାଣି...ବୁଡୁଛି ସହର

Giant Water Tornado: ଆକାଶ ଶୋଷିନେଲା ଚିଲିକା ପାଣି, ଘିରି ଘିରି ହୋଇ ବୁଲିଲା...ଲୋକଙ୍କୁ ଡ଼ରାଇଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)