Advertisment

Piyush Gets Court Order: ପୀୟୂଷଙ୍କୁ ମିଳିଲା କୋର୍ଟ ଅର୍ଡର କପି; ଚଢି ପାରିବେନି ଯାତ୍ରା ମଞ୍ଚ

ଯାତ୍ରା ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି। ମଞ୍ଚ ବାରଣ ନେଇ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି। ଏନେଇ ସୂଚନା ଦେଲେ ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ।

author-image
Chinmayee Sahoo
Jatra Artist

Jatra Artist Photograph: (OTV)

ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀ ପାଇଲେ ଭୁବନେଶ୍ବର କୋର୍ଟ ନୋଟିସ କପି। କୋର୍ଟର ହାଜର ନହେଲା ପର୍ଯ୍ୟନ୍ତ ଚଢିପାରିବେନି ମଞ୍ଚ। ପୀୟୂଷଙ୍କ ସହ ଯାତ୍ରା ପାର୍ଟି ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ସୂର୍ଯ୍ୟ ମନ୍ଦିର ଯାତ୍ରାପାର୍ଟି ପ୍ରଯୋଜକ ପ୍ରମୋଦ ସ୍ୱାଇଁ। 

Advertisment

ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ଭୁବନେଶ୍ବର କୋର୍ଟ ନୋଟିସ ହସ୍ତାନ୍ତର ହୋଇଛି। ଆସନ୍ତା ୧୨ତାରିଖରେ ସଞ୍ଜୀବ ପାଢ଼ୀ ମଧ୍ୟ କୋର୍ଟରେ ହାଜର ହେବେ । ନହେଲେ ଓକିଲଙ୍କ ଜରିଆରେ ନିଜର ହାଜିରା ଦେବେ। ପରବର୍ତ୍ତୀ ଅନୁମତି ମିଳିଲେ ପୀୟୂଷ ମଞ୍ଚ ଚଢିବେ। ଏହି ସୂଚନା ଓଟିଭିକୁ ଦେଇଛନ୍ତି ଯାତ୍ରା ପାର୍ଟି ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀ।

ପୀୟୂଷଙ୍କୁ ମିଳିଲା କୋର୍ଟ ଅର୍ଡର କପି
ଯାତ୍ରା ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି
ମଞ୍ଚ ବାରଣ ନେଇ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି
ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ମିଳିଲା ଅର୍ଡର କପି
ଆସନ୍ତା ୧୨ ତାରିଖରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି
ଏନେଇ ସୂଚନା ଦେଲେ ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ

Advertisment
Court Order Actor Piyush Tripathy Jatra Artist
Advertisment
Related Articles
Advertisment