Advertisment

Viral Video Inspires: ଶାଢୀ ପିନ୍ଧି ଫୁଟବଲ୍ ଖେଳିଲେ ମହିଳା, ଫେଲ୍ ମାରିଲେ ମେସି ରୋନାଲ୍ଡୋ

ଶାଢ଼ୀ ପରିଧାନ କରି ପଡ଼ିଆରେ ବିଜୁଳି ବେଗରେ ଦୌଡ଼ି ଦୋଡ଼ି ଫୁଟବଲ ଖେଳିଲେ ଓ ଗୋଲ୍ କଲେ ମହିଳା। ଏହି ଦୃଶ୍ୟ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି।

author-image
Chinmayee Sahoo
Football

Football Photograph: (OTV)

ବର୍ତ୍ତମାନ ସମୟରେ ଲୋକଙ୍କୁ ମୋବାଇଲ୍ ଓ ସୋସିଆଲ ମିଡ଼ିଆ ନିଶା ଘାରିଥିବା ବେଳେ ଏଇ ସମୟରେ ସାମ୍ନାକୁ ଆସିଛି ଏକ ନିଆରା ଚିତ୍ର। ଶାଢ଼ୀ ପରିଧାନ କରି ପଡ଼ିଆରେ ବିଜୁଳି ବେଗରେ ଦୌଡ଼ି ଦୋଡ଼ି ଫୁଟବଲ ଖେଳିଲେ ଓ ଗୋଲ୍ କଲେ ମହିଳା। ଯଦି ଇଚ୍ଛା ଥାଏ, ତାହାଲେ ସବୁ କିଛି ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି ଏହି ମହିଳାମାନେ। ଶାଢୀ ଯେ, କେବଳ ଏକ ପରିଧାନ ତାହା ଏହି ଦ୍ୟୃଶ୍ୟରୁ ପ୍ରମାଣିତ ହୋଇଛି। 

Advertisment

ଜୀବନ ଚର୍ଜାରୁ ସମୟ ବାହାର କରି ଟିକେ ଖୁସି ଖୋଜିବାର ପ୍ରୟାସକୁ ଚାରି ଆଡେ ପ୍ରଶଂସା କରାଯାଉଛି। ଶାଢ଼ି ପିନ୍ଧି ମହିଳାଙ୍କ ଫୁଟ୍‌ବଲ୍ ଖେଳିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। 

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଓପ୍ରବଣ ଅଞ୍ଚଳ କୋଇଡ଼ା ବ୍ଲକ୍ ସୋୟମ୍ବା ପଞ୍ଚାୟତ ବଡ଼ବାଲିଯୋର ଖେଳପଡିଆରେ। ମାଓପ୍ରବଣ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ଏଠାକାର ମହିଳାମାନେ ପ୍ରତ୍ୟେକ ବର୍ଷ କିଛିକିଛି ଟଙ୍କା ଜମା ରଖି ସେଥିରେ ପରସ୍ପର ମଧ୍ୟରେ ଫୁଟ୍‌ବଲ୍‌, ଦୌଡ଼ିଡିଆଁ, ପୁଚି, କବାଡ଼ି ଆଦି ପ୍ରତିଯୋଗିତା କରି ନିଜ ମଧ୍ୟରେ ପୁରସ୍କାର ପ୍ରଦାନ କରିଥାନ୍ତି।

Viral Video Tribal Woman
Advertisment
Related Articles
Advertisment