Advertisment

Family Dispute Turns Brutal: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ଦେଲେ ମାଆ ପୁଅ

ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ। ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ମାଆ ଓ ପୁଅ। ହତ୍ୟା ପରେ ମୃତ ଦେହ ଲୁଚାଇଥିଲେ ଅଭିଯୁକ୍ତ। ତଦନ୍ତ ବେଳେ ସତ ମାନିଲେ ଦୁଇ ଅଭିଯୁକ୍ତ।

author-image
Chinmayee Sahoo
MURDER

MURDER Photograph: (OTV)

ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ। ଟାଙ୍ଗିଆରେ ହାଣି ଓ ପଥରରେ ଛେଚି ହତ୍ୟା କରିଥିଲେ ମାଆ ଏବଂ ପୁଅ। ତଦନ୍ତ ବେଳେ ସତ ମାନିଲେ ଅଭିଯୁକ୍ତ । ଏଭଳି ହତ୍ୟାକଣ୍ଡ ଘଟିଛି ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଝାରବଡା ପଞ୍ଚାୟତ ସୁସବନାଳୀ ଗ୍ରାମରେ। ଗାଁର ଜନ ମୁଣ୍ଡା ନାମକ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ପରେ ସବୁସତ ଆସିଥିଲା ସାମ୍ନାକୁ। 

Advertisment

ସୂଚନା ମୁତାବକ ମୃତକ ଜନ ମୁଣ୍ଡା ସବୁ ଦିନ ଭଳି ସୋମବାର ଦିନ ମଧ୍ୟ କାମ କରିବାକୁ ଘରୁ ବାହାରି ଯାଇଥିଲେ। କିନ୍ତୁ ଆଉ ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜା ଖୋଜି କଲା ପରେ ଏକ ପତ୍ର ପଡ଼ି ପାଖରୁ ତାଙ୍କ ମୃତ ଦେହ ମିଳିଥିଲା। ଯେଉଁଥିରେ ବେକରେ କ୍ଷତ ଓ ମୁହଁରେ ପଥର ଛେଚା ହୋଇଥିବା ଜଣା ପଡ଼ିଥିଲା। 

ଏହି ଘଟଣାରେ ପାଲଲହଡା ପୋଲିସ ପର୍ଦ୍ଦାଫାଶ କରିଛି। ପୁରୁଣା ରାଗ ରଖି ସେହି ଗାଁର ଜେମା ସୁରି ଓ ଦୁଳଭ୍ ସୁରୀ ମିଶି ହତ୍ୟା କରିଥିବା ଜଣାପଡିଛି।

Advertisment

ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ
ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ମାଆ ଓ ପୁଅ
ହତ୍ୟା ପରେ ମୃତ ଦେହ ଲୁଚାଇଥିଲେ ଅଭିଯୁକ୍ତ
ତଦନ୍ତ ବେଳେ ସତ ମାନିଲେ ଦୁଇ ଅଭିଯୁକ୍ତ

Brutal Murder
Advertisment
Related Articles
Advertisment