/odishatv-khabar/media/media_files/2025/12/31/humane-sagar-case-open-2025-12-31-16-58-10.jpg)
Humane-Sagar-Case-Open Photograph: (OTV)
ଖୋଲିଲା ହ୍ୟୁମାନ୍ ମୃତ୍ୟୁ ଫାଇଲ୍ । ଖୋଲିବ ହ୍ୟୁମାନଙ୍କ ମୃତ୍ୟୁ ସସପେନ୍ସ୍ ! ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ଅର୍ପିତାଙ୍କୁ ଘାରିଲା ଗିରଫଦାରୀ ଭୟ । ଜେରା ପୂର୍ବରୁ ଆଗୁଆ ଜାମିନ୍ ମାଗିଲେ ଅର୍ପିତା । ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାର ତଦନ୍ତ କମିଶନରେଟ୍ ପୋଲିସ ଆରମ୍ଭ କରିଛି । ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଡିସିପି ଋଷିକେଶ ଦ୍ୟାନଦେଓ ଖିଲାରୀ । ତା’ ସହ ହ୍ୟୁମାନ୍ ଚିକିତ୍ସିତ ହେଉଥିବା ହସ୍ପିଟାଲ୍ ଓ ଡାକ୍ତରଙ୍କ ସହ ଯୋଗାଯୋଗ ରଖାଯାଇଛି ବୋଲି ଡିସିପି କହିଛନ୍ତି ।
ହ୍ୟୁମାନଙ୍କ ସହ କଣ୍ଠଶିଳ୍ପୀ ଅର୍ପିତାଙ୍କ ସମ୍ପର୍କ କ’ଣ ଥିଲା ? ଅର୍ପିତା ଓ ହ୍ୟୁମାନଙ୍କ ମଧ୍ୟରେ ଟଙ୍କା କାରବାର ହେଉଥିଲା କି ? ହ୍ୟୁମାନଙ୍କ ମୃତ୍ୟୁ ପଛରେ କାହାର ଥିଲା ଷଡ଼ଯନ୍ତ୍ରୀ ? ତାଙ୍କ ଅସୁସ୍ଥତା ସତ୍ତ୍ବେ କାହିଁକି ହେଉଥିଲା ପ୍ରୋଗ୍ରାମ୍ ? ଏମିତି ଅନେକ ପ୍ରଶ୍ନକୁ ନେଇ ପୋଲିସ ସମସ୍ତଙ୍କୁ ଜେରା କରିପାରେ ।
ସେପଟେ ଅଭିଯୋଗ ଆସିବା ପରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ସୌମେଶ ଶତପଥିଙ୍କ ସହ ମିଳିତ ଭାବେ ହାଇକୋର୍ଟରେ ଜାମିନ ଆବେଦନ କରିଥିବା ଜଣାପଡ଼ିଛି । ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର, ଗାୟିକା ଅର୍ପିତା ଚୌଧୁରୀ, ଦୁଇ ଜଣ ମ୍ୟାନେଜର ଦିନେଶ ଓ ପ୍ରଶାନ୍ତଙ୍କ ସମେତ ୯ ଜଣଙ୍କ ନାଁ ଏଫଆଇଆର୍ କପିରେ ଲେଖିଥିଲେ ମା’ ଶେଫାଳି ସୁନା । ଆଉ ଏହି ସମସ୍ତ ନାଁକୁ ପୋଲିସ ତାଲିକା ଭୁକ୍ତ କରିଛି । ତା’ ସହ ଆର୍ଥିକ କାରବାର ଅଭିଯୋଗ ଉପରେ ବି ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି । ଅନ୍ୟପଟେ ଏଫ୍ଆଇଅର୍ ପରେ ଓଟିଭି ଖୋଲା କଥାରେ ଅର୍ପିତାଙ୍କୁ ନେଇ ହ୍ୟୁମାନଙ୍କ ମା’ ରଖିଛନ୍ତି ବିସ୍ଫୋରକ ବାୟନ । ରାତିରେ ହ୍ୟୁମାନଙ୍କ ପାଖକୁ ଅର୍ପିତା ଆସନ୍ତି ବୋଲି ମା’ ଶେଫାଳି କହିଛନ୍ତି ।
ହ୍ୟୁମାନଙ୍କ ମୃତ୍ୟୁକୁ ପାଖାପାଖି ଦେଢ଼ମାସ ବିତିଲାଣି । ହେଲେ ତଥାପି ଘଟଣାକୁ ନେଇ ପ୍ରତ୍ୟେକ ଦିନି ନୂଆ ନୂଆ ଘଟଣା ଆସୁଥିବା ଏବେ ଆଗକୁ ପୋଲିସ କି ଆକ୍ସନ ନେଉଛି ତା’କୁ ଦେଖିବାକୁ ବାକି ରହିଲା ।
Pralay Ballistic Missile: ପ୍ରଳୟ ବାଲିଷ୍ଟିକ୍ ମିସାଇଲର ସିରିଜ୍ ପରୀକ୍ଷଣ , ୫୦୦-୧୦୦୦ କେଜି ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା

Abhijit Majumdar on the Mend: ସୁସ୍ଥ ହେଉଛନ୍ତି ଅଭିଜିତ୍ ମଜୁମଦାର, ୨-୩ ଦିନରେ ଭୁବନେଶ୍ବର ଏମ୍ସରୁ ହେବେ ଡିସଚାର୍ଜ

Khaleda Zia: କାହିଁକି ଦିଲ୍ଲୀଠୁ ଦୂରତା ରଖୁଥିଲେ ଖଲିଦା ? ମାଆଙ୍କ ରାସ୍ତାରେ ଚାଲିବେ କି ଖଲିଦାଙ୍କ ପୁଅ ରେହମାନ୍ ?

Aviva Baig: ଚର୍ଚ୍ଚାରେ ଅବିବା ବେଗ୍ , ହେବେ ପ୍ରିୟଙ୍କା ଗାନ୍ଧିଙ୍କ ବୋହୂ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)