Advertisment

Darkest Hour Unveiled: ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ, ଆଜି ବଲିଉଡର ଲୋକପ୍ରିୟ ଓ ସଫଳ ଷ୍ଟାର

ବଲିଉଡରେ ନିଜର ପରିଚୟ ଗଢ଼ିବା ସହଜ ନୁହେଁ। କିଛି ବର୍ଷ ଧରି ସଂଘର୍ଷ କରିବା ପରେ ଏକ ସ୍ଥାନ ମିଳିଥାଏ । ଜଣେ ଏମିତି ଅଭିନେତା ଅଛନ୍ତି ଯିଏ ନିଜର ଅଲଗା ପରିଚୟ ଗଢ଼ିବା ପାଇଁ ବହୁତ ପରିଶ୍ରମ କରିଛନ୍ତି।

author-image
Manas Ranjan Mohanty
bollywood

bollywood Photograph: (OTV)

ବଲିଉଡରେ ନିଜର ପରିଚୟ ଗଢ଼ିବା ସହଜ ନୁହେଁ। କିଛି ବର୍ଷ ଧରି ସଂଘର୍ଷ କରିବା ପରେ ଏକ ସ୍ଥାନ ମିଳିଥାଏ । ଜଣେ ଏମିତି ଅଭିନେତା ଅଛନ୍ତି ଯିଏ ନିଜର ଅଲଗା ପରିଚୟ ଗଢ଼ିବା ପାଇଁ ବହୁତ ପରିଶ୍ରମ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେ ଏମିତି ସ୍ଥାନରେ ପହଞ୍ଚିଛନ୍ତି ଯେଉଁଠି ପହଞ୍ଚିବା ଅନେକ ଲୋକଙ୍କ ପାଇଁ  ସ୍ବପ୍ନ । 

Advertisment

ନବାଜୁଦ୍ଦିନ ସିଦ୍ଦିକୀ ୧୯ ମେ, ୧୯୭୪ରେ ବୁଢ଼ାନାରେ ଏକ ଜମିଦାରୀ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ନବାଜୁଦ୍ଦିନ ସିଦ୍ଦିକୀ ଆଠ ଭାଇ ଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ଼ । ସେ ନିଜର ବାଲ୍ୟକାଳ ଉତ୍ତରାଖଣ୍ଡରେ ବିତାଇଥିଲେ ଏବଂ ହରିଦ୍ୱାର ଅବସ୍ଥିତ ଗୁରୁକୁଳ କାଙ୍ଗଡ଼ୀ ବିଶ୍ୱବିଦ୍ୟାଳୟରୁ କେମେଷ୍ଟ୍ରିରେ ବ୍ୟାଚଲର ଡିଗ୍ରୀ କରିଛନ୍ତି । 

ଅଭିନେତା ହେବା ପୂର୍ବରୁ ନବାଜୁଦ୍ଦିନ ସିଦ୍ଦିକୀ ବଡ଼ୋଦରାରେ କେମିଷ୍ଟ୍ ଭାବରେ କାମ କରିଥିଲେ। ଯଦିଓ ସେ ନିଜର ଚାକିରିରୁ ଖୁସି ନଥିଲେ। କିଛି ବର୍ଷ ଧରି କାମ କରିବା ପରେ ସେ ନୂଆ ଚାକିରି ପାଇଁ ଦିଲ୍ଲୀ ଆସିଥିଲେ। ଏକ ଥିଏଟରରେ ନାଟକ ଦେଖିବା ସମୟରେ ସେ ନିଜକୁ ଅଭିନୟ ଜଗତରେ ପ୍ରବେଶ କରିବାରୁ ରୋକି ପାରିଲେ ନାହିଁ। ସେହି ନାଟକ ହିଁ ତାଙ୍କର ଜୀବନ ବଦଳାଇ ଦେଇଥିଲା । 

Advertisment

ପ୍ରକୃତ ସଂଘର୍ଷ ସେତେବଳେ ଆରମ୍ଭ ହେଲା ଯେତେବଳେ ସେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ କାମ କରିବାର ଇଚ୍ଛା ନେଇ ମୁମ୍ବାଇ ଯିବାର ନିଷ୍ପତ୍ତି ନେଇଥିଲେ। ସେ ନିଜର ଅଭିନୟ ଜୀବନ ଆମିର୍ ଖାନଙ୍କ ଚଳଚ୍ଚିତ୍ର ସର୍ଫରୋଶ୍‌ରେ ଏକ ଛୋଟ ଚରିତ୍ରରୁ ଆରମ୍ଭ କରିଥିଲେ। ରାମ ଗୋପାଳ ବର୍ମାଙ୍କ ଶୂଲ୍ ଏବଂ ସଞ୍ଜୟ ଦତ୍ତଙ୍କ ମୁନ୍ନା ଭାଇ ଏମ୍‌ବି‌ବି‌ଏସ୍‌ରେ ବହୁତ କମ୍ ସମୟ ପାଇଁ ନଜର ଆସିଥିଲେ । 

ସେ ଦଶକରୁ ଅଧିକ ସମୟ ଧରି ସଂଘର୍ଷ କରିଥିଲେ ଏବଂ ସହରରେ ଗୁଜୁରାଣ ମେଣ୍ଟାଇବା ପାଇଁ ଯଥା ସମ୍ଭବ ପ୍ରୟାସ କରିଥିଲେ। ନିଜର ଅନେକ ଛୋଟ-ମୋଟ ଚାକିରି ବ୍ୟତୀତ, ସେ ରାସ୍ତାରେ ଧନିଆ ପତ୍ର ବିକ୍ରି କରିଥିଲେ । ଚୌକିଦାରର କାମ ମଧ୍ୟ କରିଥିଲେ। 

ଏକ ପୋଡକାଷ୍ଟରେ ନବାଜୁଦ୍ଦିନ ସେ ସମୟକୁ ମନେ ପକାଇଥିଲେ ଯେତେବେଳେ ତାଙ୍କ ମନରେ ଆତ୍ମହତ୍ୟା କରିବାର ବିଚାର ଆସିବା ଆରମ୍ଭ ହୋଇଥିଲା। ଅଭିନେତା କହିଥିଲେ ଯେ, ଏହିଭଳି ଚିନ୍ତାଧାରା ତାଙ୍କୁ ସଫଳତା ମିଳିବାର ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ଆସିଥିଲା। ମୋର କିଛି ବନ୍ଧୁଙ୍କର ମୃତ୍ୟୁ ହୋଇଯାଇଥିଲା। ଜଣଙ୍କର ଦୁର୍ଘଟଣାରେ, ଅନ୍ୟଟି ମାନସିକ ରୋଗରୁ ଏବଂ ଅନ୍ୟଟି ଆତ୍ମହତ୍ୟାରୁ । ଆମେ ସଂଘର୍ଷ କରୁଥିବା ଅଭିନେତାମାନଙ୍କର ଏକ ଦଳ ଥିଲା, ଯେଉଁମାନେ ପରସ୍ପରଙ୍କ ନିକଟରେ ରହୁଥିଲେ। ଏହି କାରଣରୁ ମୁଁ ମୋ ଆଖପାଖରେ ଅନେକ ଯନ୍ତ୍ରଣା ଦେଖିଛି। ଏହାର ପରିଣାମରେ ମୁଁ ଶାରୀରିକ ଏବଂ ମାନସିକ ଭାବେ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲି। ମୁଁ ନିଜକୁ ମାନସିକ ଭାବେ ଯନ୍ତ୍ରଣା ଦେଉଥିଲି। ମୋତେ ପ୍ରକୃତରେ ଲାଗୁଥିଲା ଯେ, ମୁଁ ମଧ୍ୟ ମରିଯିବି । ଗୋଟିଏ ଦିନ ମୁଁ ରେଲୱେ ଟ୍ରାକର କଡ଼ରେ ଠିଆ ହୋଇଥିଲି। କିନ୍ତୁ ମୁଁ ପଛକୁ ଫେରିଯାଇଥିଲି ।

Advertisment
Related Articles
Advertisment