/odishatv-khabar/media/media_files/2025/10/26/duplicate_note-2025-10-26-22-18-53.jpg)
DUPLICATE_NOTE Photograph: (OTV)
ଛାପୁଥିଲେ ନକଲି ନୋଟ୍। ମାର୍କେଟକୁ ଛାଡୁଥିଲେ ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍। ଏଭଳି ଏକ ରାକେଟର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ପୋଲିସ।ବିନିକାରୁ ୪ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ କରିବା ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଛି ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ ନକଲି ନୋଟ୍। ଅଭିଯୁକ୍ତମାନେ ପ୍ରାୟ ୨ ଲକ୍ଷ ଟଙ୍କା ଜାଲ୍ ନୋଟ୍ ମାର୍କେଟକୁ ଛାଡ଼ିଥିବା ଏସପି ସୂଚନା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଅଶୋକ ନାଏକ, ଅଭିଷେକ ହୋତା ଓ ଜୟନାରାୟଣ ବସ୍ତିଆ। ବରଗଡ଼ରୁ ଏକ ଲକ୍ଷ ଟଙ୍କା ଦେଇ ୫୦୦ ଟଙ୍କିଆ ଜାଲ ନୋଟ ମୋଟ ୬ ଲକ୍ଷ ଟଙ୍କା ଆଣିଥିଲେ। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୧୫ ଶହ ଟଙ୍କା ଜବତ ହୋଇଛି। ବଳକା ୧ ଲକ୍ଷ ୯୮ ହଜାର ୫ ଶହ ଟଙ୍କାକୁ ଅଭିଯୁକ୍ତମାନେ ବଜାରରେ ଖର୍ଚ୍ଚ କରିଥିବା ଜଣାପଡ଼ିଛି। ତେବେ ଜାଲ୍ ନୋଟ୍ ରାକେଟ୍ ଚେର ପଡ଼ୋଶୀ ଜିଲ୍ଲାକୁ ବ୍ୟାପିଥିବା ଆଶଙ୍କା କରାଯାଉଛି। କିଏ ଏହାର ମାଷ୍ଟରମାଇଣ୍ଡ ସେନେଇ ତନାଘନା ଚଳାଇଛି ବିନିକା ପୋଲିସ। ...
ଜାଲ୍ ନୋଟ୍ ରାକେଟର ପର୍ଦ୍ଦାଫାସ
ବିନିକାରୁ ୪ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ
୩ ଅଭିଯୁକ୍ତଙ୍କୁ ଗିରଫ କଲା ବିନିକା ପୋଲିସ
ମାର୍କେଟକୁ ଛାଡୁଥିଲେ ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍
୨ ଲକ୍ଷର ଜାଲ୍ ନୋଟ୍ ମାର୍କେଟକୁ ଛାଡ଼ିଥିବା ସୂଚନା
ଜାଲ୍ ନେଟୱର୍କ ପଡ଼ୋଶୀ ଜିଲ୍ଲାକୁ ବ୍ୟାପିଥିବା ଆଶଙ୍କା
କିଏ ମାଷ୍ଟରମାଇଣ୍ଡ ତନାଘନା କରୁଛି ବିନିକା ପୋଲିସ
Excise Dept Busts: ସ୍ବାମୀ-ସ୍ତ୍ରୀଙ୍କ କଳା ବେପାର , ଢୋକେ ପିଇଲେ ଘଣ୍ଟେ ନିଦ...ଚକାଚକ୍ ବୋତଲରେ ଚିକଚିକ୍ ମଦ

Odia NEET Aspirant Dead: ଖବର ଆସିଲା ତମ ପୁଅ ଆଉ ନାହିଁ...ଡାକ୍ତର ହୋଇଥାଆନ୍ତା, ଶବ ହୋଇ ଫେରିଛୁ

Police Officer Charged: ଫୋନ ଆସିଲା ଗୁଳିମାଡ଼ ହୋଇଛି, ପୋଲିସ ଅଧିକାରୀ ଗଲେ କାଫେ ...ଖାଇବାକୁ ପିଜା

Cyclone Alert: ୨୮ରେ ଭୀଷଣ ରୂପ ନେଇ ସ୍ଥଳଭାଗ ମୁହାଁ ହେବ ‘ମୋନ୍ଥା’ , ମଙ୍ଗଳବାର ଏବଂ ବୁଧବାର ସାରା ଓଡ଼ିଶାକୁ ବର୍ଷା ୱାର୍ଣ୍ଣିଂ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)