/odishatv-khabar/media/media_files/2025/10/26/cyclone-2025-10-26-20-44-01.jpg)
cyclone Photograph: (OTV)
ଆଉ ମାତ୍ର ଅଳ୍ପ କେଇ ଘଣ୍ଟା । ସମୁଦ୍ର ଭିତରେ ଆଜି ରାତିରେ ବାତ୍ୟା । କାରଣ ଘନୀଭୂତ ହେଇ ଆହୁରି ବଳୁଆ ହେଉଛି ଗଭୀର ଅବପାତ । କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟା ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସିବ । ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରର ମଛଲିପଟନମ୍ ଓ କଳିଙ୍ଗପଟନମ୍ ମଝି କାକିନାଡ଼ା ପାଖରେ ଲ୍ୟାଣ୍ଡଫଲ୍ କରିବ
ଖୋଦ୍ ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟାର ଅପଡେଟ୍ ସ୍ଥିତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି-ବର୍ତ୍ତମାନ ସମୟରେ ଗଭୀର ଅବପାତ ଗୋପାଳପୁରଠାରୁ ୯ଶହ ଓ କାକିନାଡ଼ାଠାରୁ ୮ଶହ କିମି ଦୂରରେ କେନ୍ଦ୍ରୀଭୂତ ରହିଛି l ସ୍ଥଳଭାଗକୁ ଆସିବା ପୂର୍ବରୁ ଏହା ସିଭିଅନ୍ ସାଇକ୍ଲୋନ୍ ରୂପ ନେଇ ମାଡ଼ି ଆସିବ। ୨୮ ତାରିଖ ସନ୍ଧ୍ୟାରେ କାକିନାଡ଼ାରେ ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ। ତେବେ ବେଳେବେଳେ ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ।...
ଓଡ଼ିଶାରେ କେତେ କୋପ ଦେଖାଇବ ବାତ୍ୟା ? କେଉଁ ଭାଗରେ ଖେଳାଇବ ତାଣ୍ଡବ ? ଏ ସମ୍ପର୍କରେ ମଧ୍ୟ ଅଧିକ ତଥ୍ୟ ରଖି ଆଇଏମଡି ଡିଜି କହିଛନ୍ତି- ବାତ୍ୟା ଉପକୂଳ ଓ ଆଭ୍ୟନ୍ତର ଅପେକ୍ଷା ଦକ୍ଷିଣ ଓଡ଼ିଶାକୁ ବେଶୀ ବିପଦ ସାଜିବ। ତେବେ ବାତ୍ୟାର ଇଫେକ୍ଟ ଆସନ୍ତାକାଲିଠୁ ଅନୁଭବ ହୋଇଯିବ। ୨୭ ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ସହିତ ପବନ ଆରମ୍ଭ ହୋଇଯିବ। କାଲି ଆକାଶ ମେଘୁଆ ରହିବା ସହ ଘଣ୍ଟାକୁ ୩୫ରୁ ୫୫ କିଲୋମିଟର ବେଗରେ ପହନ ବହିବ, ସମୟେ ସମୟେ ଏହା ବଢ଼ି ୪୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ତେବେ ୨୮ ତାରିଖ ମଙ୍ଗଳବାର ସକାଳୁ ପବନର ବେଗ ଅଧିକ ବଢ଼ିଯିବ, ଗଂଜାମ, ଖୋର୍ଦ୍ଧା ଓ ପୁରୀ ଭଳି ସମୁଦ୍ର କୂଳିଆ ଜିଲ୍ଲା ମାନଙ୍କରେ ପବନର ବେଗ ୪୫ରୁ ୫୫ ଏପରିକି ୬୫ କିଲୋମିଟର ପର୍ଯ୍ୟନ୍ତ ବୋହିପାରେ। କିନ୍ତୁ ୨୮ ତାରିଖ ସନ୍ଧ୍ୟାରୁ ୨୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ, ବାତ୍ୟା ସ୍ଥଳଭାଗ ଅତିକ୍ରମ କରୁଥିବାବେଳେ ପବନର ବେଗ ଆହୁରି ବଢ଼ିଯିବ ଓ ୬୦ରୁ ୭୦ କିମି ଏମିତିକି ବେଳେବେଳେ ଘଣ୍ଟାକୁ ୮୦ କିମି ଛୁଇଁଯିବାର ମଧ୍ୟ ସମ୍ଭାବନା ରହିଛି।...
ଯଦିଓ ବାତ୍ୟା ମୋନ୍ଥା ଆଖିରୁ ଓଡ଼ିଶା ବର୍ତ୍ତି ଯିବ, କିନ୍ତୁ ରାଜ୍ୟରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ୨୮ ଓ ୨୯ ଦୁଇ ଦିନ ଧରି ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ହେବ। ୨୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେମିତି ସେହିଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ବି ଜାରି ହୋଇଛି ଅରେଞ୍ଜ ଆଲର୍ଟ। ୨୯ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାକୁ ରେଡ୍ ଏବଂ ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାକୁ ଭୀଷଣ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧାରେ ବି ପବନର ବେଗ ରହିପାରେ ୫୦ରୁ ୭୦ କିଲୋମିଟର।
ବାତ୍ୟା ମୋନ୍ଥା ସମୁଦ୍ର ଭିତରେ ବଳ ଗୋଟାଉଥିବାବେଳେ ଏଣେ ଓଡ଼ିଶା ଆକାଶ ମେଘାଛନ୍ନ ହେଲାଣି ଓ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ଆରମ୍ଭ ହେଲାଣି।
Ex Sarpanch Scams: ଋଣ କରି ଲୁଟିନେଲେ ୨କୋଟିରୁ ଅଧିକ , ଟଙ୍କା ଫେରସ୍ତ ପାଇଁ ମହିଳାଙ୍କ ଦୂଆରେ ବ୍ୟାଙ୍କ

Heart breaking: ମାଆ ଲୋ ମୁଁ ଯାଉଛି...ତୋ ଦୁଃଖ ଆଉ ସହିପାରୁନି

Mauritius to Jajpur: ମରିସସରୁ ଯାଜପୁର, ମୋ ପୂର୍ବ ପୁରୁଷଙ୍କୁ ଖୋଜିଦିଅ...ରାମରୂପଙ୍କୁ ଡାକୁଛି ଯାଜପୁର ମାଟି

Sunday Cooking: ରବିବାରକୁ କରନ୍ତୁ ଖାସ, ସହଜରେ ତିଆରି କରନ୍ତୁ ଦହି ଇଲିଶି...ହାତ ଚାଟିକି ଖାଇବେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)