Advertisment

Free Training By Barik Sir : ବାରିକ ସାରଙ୍କ ପାଖକୁ ଗଲେ ଚାକିରି ପକ୍କା , ଅନେକ ଗରିବ ଅସହାୟଙ୍କ ସାହାରା ସାଜିଛନ୍ତି

ସବୁ କଷ୍ଟର ସଫଳତା ମିଳିଛି । ଝାଳବୁହା ପରିଶ୍ରମ ସାର୍ଥକ ହୋଇଛି । ୩ଶହରୁ ଊର୍ଦ୍ଧ୍ବ ଯୁବକଙ୍କ ପରିବର ଓଠରେ ହସ ଫୁଟାଇଛନ୍ତି ବାରିକ୍ ସାର୍। ସୀମାଞ୍ଚଳ ସାରଙ୍କ ଟ୍ରେନିଂ ଏବଂ ପିଲାମାନଙ୍କ ଇଚ୍ଛାଶକ୍ତି ଆଜି ପ୍ରାୟ ସମସ୍ତଙ୍କୁ ଦେଶ ସେବା କରିବାକୁ ସୁଯୋଗଟିଏ ଦେଇଛି ।

author-image
Manas Ranjan Mohanty
Berhampur-Barik-Sir-Training

Berhampur-Barik-Sir-Training Photograph: (OTV)

ସବୁ କଷ୍ଟର ସଫଳତା ମିଳିଛି । ଝାଳବୁହା ପରିଶ୍ରମ ସାର୍ଥକ ହୋଇଛି । ୩ଶହରୁ ଊର୍ଦ୍ଧ୍ବ ଯୁବକଙ୍କ ପରିବାରରେ ଓଠରେ ହସ ଫୁଟାଇଛନ୍ତି ବାରିକ୍ ସାର୍। ସୀମାଞ୍ଚଳ ସାରଙ୍କ ଟ୍ରେନିଂ ଏବଂ ପିଲାମାନଙ୍କ ଇଚ୍ଛାଶକ୍ତି ଆଜି ପ୍ରାୟ ସମସ୍ତଙ୍କୁ ଦେଶ ସେବା କରିବାକୁ ସୁଯୋଗଟିଏ ଦେଇଛି । ଏଇ ଗୋଟିଏ ବର୍ଷରେ ୩ଶହରୁ ଅଧିକ ଯୁବକ ଅଗ୍ନିବୀରରେ ଚାକିରି ପାଇଛନ୍ତି ।  ଆଉ ସବୁଠାରୁ ମଜାଦାର କଥା କ’ଣ ଜାଣନ୍ତି, ଟ୍ରେନିଂ ବେଳେ ସାରଙ୍କ ସେହି ‘ଚାବା ଚାବା’ ଶବ୍ଦ ଏ ପିଲାଙ୍କ ଭିତରେ ଜୋଶ୍‌ ଭରିଦେଇଛି । ଯାହା ପାଇଁ ଏହି ସଫଳତା ମିଳିଥିବା କହିଛନ୍ତି ନୂଆକରି ଅଗ୍ନିବୀରରେ ସାମିଲ ହେବାକୁ ଯାଉଥିବା ଯବାନ । 

Advertisment

ବାରିକ୍‌ ସାର୍‌ଙ୍କ ମାଗଣା ଶାରିରୀକ ପ୍ରଶିକ୍ଷଣ । ପିଲାଙ୍କୁ ଟ୍ରେନିଂ ଦେଉଛନ୍ତି ସାର୍ । ଏଠି ପହଞ୍ଚିଗଲେ ଓଠରେ ହସ ଫୁଟେ । ଆଗକୁ ବଢ଼ିବାର ବାଟ ଫିଟେ । ସବୁ ସଂଘର୍ଷ ଯେମିତି, ଏଇଠି ଶେଷ ହୋଇ ଭବିଷ୍ୟତ ପାଇଁ ଆପେ ଆପେ ଛିଡ଼ା ହୋଇଯାଏ ବିରାଟ ମାଇଲ୍‌ ଖୁଣ୍ଟ । ଏଇଠୁ ତାଲିମ ନେଇ ପୂର୍ବରୁ ଅନେକ ଯୁବକ ଓଡ଼ିଶା ପୋଲିସର ରିଜର୍ଭ ବାଟାଲିୟନ୍‌ରେ ଚାକିରି ପାଇଛନ୍ତି । ଆଉ ଏବେ ଶତାଧିକ ଅଗ୍ନିବୀରଙ୍କୁ ବାରିକ୍ ସାର୍ ତିଆରି କରିଛନ୍ତି । ତେଣୁ ବାରିକ୍ ସାରଙ୍କ ଏହି ମାଗଣା ଶାରିରୀକ ପ୍ରଶିକ୍ଷଣ ବେଶ୍ ଚର୍ଚ୍ଚାକୁ ଆସିଛି । 

ଅନେକ ଗରିବ ଅସହାୟଙ୍କ ସାହାରା ସାଜିଛନ୍ତି ବାରିକ୍ ସାର୍ । ଗରିବ ପିଲାମାନଙ୍କୁ ମାଗଣାରେ ଶାରୀରିକ ପ୍ରଶିକ୍ଷଣ ଦେଇ ମଣିଷ କରି ଗଢ଼ି ତୋଳିଛନ୍ତି । ସାରଙ୍କ ଠାରୁ ଟ୍ରେନିଂ ନେଇ ଚାକିରି ପାଇବା ପରେ ଏବେ ପିଲାମାନଙ୍କ ସହ ଅଭିଭାବକଙ୍କ ଓଠରେ ହସ ଫୁଟିଛି । 

Advertisment
Advertisment
Related Articles
Advertisment