/odishatv-khabar/media/media_files/2025/09/24/molestation-aligation-2025-09-24-22-25-39.jpg)
MOLESTATION ALIGATION Photograph: (OTV)
ରାଜଧାନୀ ଦିଲ୍ଲୀର ହାଇପ୍ରୋଫାଇଲ ବସନ୍ତକୁଞ୍ଜ ଏରିଆ। ଏଇଠି ଅଛି ଦକ୍ଷିଣମୟ ଶ୍ରୀ ସାରଦା ପୀଠ ଆଶ୍ରମ। ଆଶ୍ରମରେ ସର୍ବେସର୍ବା ଥିଲେ ସ୍ବାମୀ ଚୖତନ୍ୟାନନ୍ଦ ସରସ୍ବତୀ। ଯାହାଙ୍କ ଅସଲ ନାଁ ପାର୍ଥସାରଥୀ। ସାରଦା ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟ କଲେଜର ନିର୍ଦ୍ଦେଶକ। ବାବାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। କଲେଜର ଛାତ୍ରୀଙ୍କୁ ଅଶାଳୀନ ଭାଷା ପ୍ରୟୋଗ କରନ୍ତି, ରାତିରେ ଅଶ୍ଳୀଳ ମେସେଜ ବି ପଠାନ୍ତି। ଏକୁଟିଆ ପାଇଲେ ଶାରିରୀକ ସମ୍ପର୍କ ରଖିବାକୁ ବି ବାଧ୍ୟ କରିଥାନ୍ତି।
ବାବାଙ୍କ କାରନାମାରେ ଅତିଷ୍ଠ ହୋଇ ସିଧା ଥାନାରେ ଫେରାଦ ହୋଇଛନ୍ତି ପୀଡ଼ିତା। ପୋଲିସ ତଦନ୍ତ କହୁଛି, ଆଶ୍ରମର ୩୨ ଛାତ୍ରୀଙ୍କ ମଧ୍ୟରୁ ୧୭ ଜଣ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ବାବା ଏବେ ଫେରାର ମାରିଥିବା ବେଳେ ତାଙ୍କୁ ପୋଲିସ ଖୋଜୁଛି।...
ବଡ କଥା ହେଲା, ଯୌନ ପିପାସୁ ବାବାଙ୍କୁ ସହଯୋଗ କରୁଥିଲେ କଲେଜର ୱାର୍ଡେନ ଓ ଅନ୍ୟ ଅଧିକାରୀ। ପ୍ରଥମେ ସେମାନେ ଛାତ୍ରୀମାନଙ୍କୁ ବାବାଙ୍କ ସହ ପରିଚୟ କରାନ୍ତି। ଅନ୍ୟ ମହିଳା ଅଧ୍ୟାପିକା ଓ ପ୍ରଶାସନିକ ଅଧିକାରୀ ଧମକ ଚମକ ଦେଇ ଏକାନ୍ତରେ ବାବାଙ୍କ ପାଖକୁ ପଠାନ୍ତି। ଅଭିଯୁକ୍ତ ଚୈତନ୍ୟାନନ୍ଦ ସରସ୍ବତୀର ଜନ୍ମ ଓଡିଶାରେ ବୋଲି ଜଣାପଡିଛି। ତେବେ ପ୍ରକୃତରେ ସେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନି।
ଏମିତିକି ପୂର୍ବରୁ ବି ତାଙ୍କ ନାଁରେ ୨ଟି ମାମଲା ଓଡିଶାରେ ରୁଜୁ ହୋଇଛି। ୨୦୦୯ ଓ ୨୦୧୬ରେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି। ଚୈତନ୍ୟାନନ୍ଦ ଗଲା ୧୨ ବର୍ଷ ହେଲା ଦିଲ୍ଲୀ ଆଶ୍ରମରେ ରହୁଥିଲେ। ତାଙ୍କ କାରରେ ଫେକ୍ ନମ୍ବର ପ୍ଲେଟ ଲାଗିଥିବା ମଧ୍ୟ ଜଣାପଡିଛି। ଯେଉଁ ନମ୍ବର ପ୍ଲେଟରେ ଜାତିସଂଘର ସ୍ବତନ୍ତ୍ର ରାଷ୍ଟ୍ରଦୂତ ବୋଲି ଲେଖାଯାଇଥିଲା। ପୋଲିସ ଉକ୍ତ କାରକୁ ଜବତ କରିଛି।...
ତନାଘନା ପରେ ଦିଲ୍ଲୀ ସାରଦା ପୀଠ ଆଶ୍ରମ ପ୍ରଶାସନ ଯୌନରାକ୍ଷସ ବାବାଙ୍କୁ ପଦରୁ ହଟାଇଛି।..
Sexually Harassing Women Students: ଆଶ୍ରମରେ ଚାଲିଥିଲା ଯୌନଶୋଷଣ, ସାଧୁ ବେଶରେ ବାବା କରୁଥିଲେ ପାପ...

Pakistan Bombs Own Citizens: ଛଟପଟ ହୋଇ ମରିଗଲେ ୩୦ରୁ ଅଧିକ ପାକିସ୍ତାନୀ, ଆକାଶମାର୍ଗରୁ ଘନ ଘନ ମିସାଇଲ୍ ମାଡ଼

Plan for Ratna Bhandar Inventory: କେମିତି ହେବ ଗଣତି ? କଣ କହୁଛନ୍ତି ରତ୍ନଭଣ୍ଡାର କମିଟିର ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ...ପଢ଼ନ୍ତୁ ଗୋଟିଏ କ୍ଲିକରେ

Pani Puri connection with Mahabharata: ମହାଭାରତରେ କିଏ ବନେଇଥିଲେ ଗୁପଚୁପ, କାହିଁକି ଓ କିଭଳି ଜାଣିବା ପାଇଁ ପଢ଼ନ୍ତୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)