/odishatv-khabar/media/media_files/2025/10/16/sundaragah-k-balang-2025-10-16-16-34-59.jpg)
SUNDARAGAH-K-BALANG Photograph: (OTV)
ସୁନ୍ଦରଗଡ଼ କେ. ବଲାଙ୍ଗ ଲାଣ୍ଡମାଇନ୍ ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ରୁପୁ ସିଂର ରିମାଣ୍ଡ ଶେଷ। ତାକୁ ୩ ଦିନିଆ ରିମାଣ୍ଡରେ ଆଣିଥଲା NIA। ରିମାଣ୍ଡରେ ଜଣାପଡ଼ିଥିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ମୋଟା ଅଙ୍କର ଟଙ୍କା ନେଇ ରୁପୁ ସିଂ ମାଓବାଦୀଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲା। ୨୦୨୫ ଅଗଷ୍ଟ ୩ରେ ଲ୍ୟାଣ୍ଡମାଇନ୍ ଲଗାଇ ରେଲୱେ ଟ୍ରାକକୁ ମାଓବାଦୀମାନେ ଉଡାଇ ଦେଇଥିଲେ। ଏହି ମାମଲାରେ ସେପ୍ଟେମ୍ବର ୯ ତାରିଖରେ ଅଭିଯୁକ୍ତ ତଥା ମାଓ ଇଂଫର୍ମର ଭାବେ ଗିରଫ ହୋଇଥିଲା ରୁପୁ ସିଂ। ଏହି ମାମଲାରେ ଏବେ ଝାଡ଼ଖଣ୍ଡରେ ଡେରା ପକାଇଛି NIAର ଗୋଟିଏ ଟିମ୍। ଜଣେ ମାଓନେତାଙ୍କ ସହ ଅନ୍ୟ ୭ ଜଣଙ୍କ ସନ୍ଧାନ ପାଇଛି NIA ଟିମ୍। ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି NIA ପକ୍ଷରୁ ସୂଚନା ମିଳିଛି। ...
ରୁପୁ ସିଂର ରିମାଣ୍ଡ ଶେଷ
କେ. ବଲାଙ୍ଗ ବିସ୍ଫୋରଣ ମାମଲା, ରୁପୁ ସିଂର ରିମାଣ୍ଡ ଶେଷ
୩ ଦିନିଆ ରିମାଣ୍ଡରେ ଆଣିଥଲା NIA
ରିମାଣ୍ଡରେ ଜଣାପଡ଼ିଥିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ
ଟଙ୍କା ନେଇ ମାଓବାଦୀଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲା ରୁପୁ ସିଂ
ସେପ୍ଟେମ୍ବର ୯ ତାରିଖରେ ଗିରଫ ହୋଇଥିଲା ରୁପୁ ସିଂ
ଏବେ ଝାଡ଼ଖଣ୍ଡରେ ଡେରା ପକାଇଛି NIAର ଗୋଟିଏ ଟିମ୍
ଜଣେ ମାଓନେତାଙ୍କ ସହ ଅନ୍ୟ ୭ ଜଣଙ୍କ ସନ୍ଧାନରେ NIA ଟିମ୍
ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି NIAର ସୂଚନା
Firecrackers: ବାଣଫୁଟାରେ ଲାଗିଲା କଟକଣା! ଫୁଟାଇଲେ ବନ୍ଧା ହେବେ!

Vidura’s Golden Advice to Dhritarashtra: ମହାଭାରତ ଯୁଦ୍ଧ ପୂର୍ବରୁ ବିଦୁର କହିଥିଲେ ଧୃତରାଷ୍ଟ୍ରଙ୍କୁ, କେମିତି ରହିବେ ସୁଖୀ

Virat Kohli Cryptic Posts: ବିରାଟ ଦେଲେ ବଡ଼ ବୟାନ, ଚେତାବନୀ ନା ଆଉ କିଛି ...

Bans Public Drinking: ସବ୍-କଲେକ୍ଟରଙ୍କ କଡ଼ା ତାଗିଦ୍ , ମଦ ବ୍ୟାନ୍ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)