/odishatv-khabar/media/media_files/2025/10/16/cracker-bursting-time-2025-10-16-14-44-25.jpg)
Cracker-bursting-time Photograph: (OTV)
ଦୀପାବଳି ଆସିଲେ ସପ୍ତାହେ ଆଗରୁ ଆରମ୍ଭ ହୋଇଯାଏ ବାଣ ଫୁଟା । ଢୋ ଢା ଶବ୍ଦରେ ଫାଟିପଡେ ଚତୁର୍ଦ୍ଦିଗ । ଦୀପାବଳି ଦିନ ବି ସକାଳୁ ବାଣ ଫୁଟା ଚାଲିଥାଏ । ଦୀପ ଜାଳିବା ସହ ରାତିସାରା ଭଳିକି ଭଳି ବାଣ ଫୁଟାଇ ଖୁସି ମନାନ୍ତି ସମସ୍ତେ । ହେଲେ ଏ ବର୍ଷ ଆଉ ଦିନବେଳା କି ରାତିସାରା ଫୁଟିବନି ବାଣ । ଆସିଲା ସରକାରଙ୍କ କଟକଣା । ଏଥର ଦୀପାବଳିରେ କେବଳ କିଛି ନିର୍ଦ୍ଧିଷ୍ଟ ସମୟ ପାଇଁ ବାଣ ଫୁଟିବ ।
ଦୀପାବଳିରେ ବାଣ ଫୁଟାଇବା ନେଇ କଟକଣା ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । କେତେବେଳେ ବାଣ ଫୁଟାଇବେ ଓ କି କି ବାଣ ଫୁଟାଇପାରିବେ ସେନେଇ ଆସିଛି ଗାଇଡଲାଇନ । ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ଲୋକେ ବାଣ ଫୁଟାଇପାରିବେ । ସର୍ବାଧିକ ୧୨୫ ଡେସିବଲ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟା ଯାଇପାରିବ। ଗ୍ରୀନ ବାଣ ଫୁଟାଇବା ପାଇଁ କୌଣସି ବାରଣ ନାହିଁ ।
ବଗିଚା, ପାର୍କ, କୋର୍ଟ, ହସ୍ପିଟାଲ, ଧାର୍ମିକ ସ୍ଥାନ ଇତ୍ୟାଦିର ୧୦୦ ମିଟର ଦୂରତା ଭିତରେ ବାଣ ନ ଫୁଟାଇବାକୁ କୁହାଯାଇଛି । ଝୁଂପୁଡ଼ି, ଦୋକାନ, ଘର ଓ ଅଧିକ ଯାତାୟାତ ହେଉଥିବା ରାସ୍ତାରେ ବାଣ ଫୁଟାଇବା ନିଷେଧ ହୋଇଛି । 10 ବର୍ଷରୁ କମ୍ ବୟସର ଶିଶୁମାନେ ଅଧିକ ଧ୍ୱନି ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ନାହିଁ । ବାଣରେ ବେରିଅମ ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ବ୍ୟବହାର ସଂପୂର୍ଣ୍ଣ ବର୍ଜନ କରାଯାଇଛି ।
ପଶୁପକ୍ଷୀଙ୍କୁ ବାଣ ଧୂଆଁରୁ ଓ ଶବ୍ଦରୁ ସୁରକ୍ଷା କରିବାକୁ ଅପିଲ କରାଯାଇଛି। ବୃଦ୍ଧ ଓ ଶ୍ବାସରୋଗୀ ବାଣର ଧୁଆଁରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ବାଣ ଫୁଟାଇବା ସମୟରେ ଆଖି ସୁରକ୍ଷା ପାଇଁ ଚଷମା ପିନ୍ଧିବେ । ବାଣ ବିକ୍ରି ବେଳେ ଅନେକ ସ୍କ୍ୱାର୍ଡ ନଜର ରଖିବେ । ଅନ୍ୟପଟେ ଦୀପାବଳି ପାଳନକୁ ନେଇ ଏବେ ବି ଲାଗି ରହିଛି ଦ୍ବନ୍ଦ୍ୱ । ୨୦ କି ୨୧ରେ ଦୀପାବଳି ପାଳିବେ ସେନେଇ ଦ୍ବନ୍ଦ୍ୱରେ ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)