/odishatv-khabar/media/media_files/2025/10/16/gunupur-2025-10-16-15-18-17.jpg)
Gunupur Photograph: (OTV)
ଆଉ ଢକ ଢକ ପିଇପାରିବେନି ମଦ ! ଚାଲିବନି ମଦ୍ୟପଙ୍କ ମନମାନି ! ପବ୍ଲିକ୍ ପ୍ଲେସରେ ମଦ ବ୍ୟାନ୍ ! ପର୍ଯ୍ୟଟନ ସ୍ଥଳୀରେ ନିଶାକୁ ବାରଣ । ଉପ-ଜିଲ୍ଳାପାଳଙ୍କ ଏପରି କଡ଼ା ତାଗିଦ ପରେ ଏବେ ରାୟଗଡ଼ାରେ ହଇଚଇ । ମଦୁଆଙ୍କୁ ସାବାଡ ପାଇଁ ଯୁବ IASଙ୍କ ଇଏ ହେଉଛି କଡା ପଦକ୍ଷେପ l ଗୁଣୁପୁର ସବଡିଭିଜନର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସାର୍ବଜନୀନ ସ୍ଥାନମାନଙ୍କରେ ଏଣିକି ମଦ୍ୟପାନ କରିବାକୁ ପ୍ରଶାସନ ବାରଣ କରିଛି l ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉପ ଜିଲ୍ଲାପାଳ ଅଭିଷେକ ଦୁଧାଲ ଏକ ନିର୍ଦେଶନାମା ଜାରି କରିଛନ୍ତି ।
ଗୁଣୁପୁରର ଧାର୍ମିକ ସ୍ଥଳ, ସର୍ବସାଧାରଣ ସ୍ଥାନ ଏବଂ ପର୍ଯ୍ୟଟନ ସ୍ଥଳରେ ମଦ୍ୟପାନ ଏବଂ ନିଶାଦ୍ରବ୍ୟ ସେବନ ହେଉଥିବା ନେଇ ସାଧାରଣ ଜନତା ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏହି ସମ୍ପର୍କରେ ଅନେକ ମୌଖିକ ଅଭିଯୋଗ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉପ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି । ସହର ନିକଟସ୍ଥ ସେଫାଳି ପାହାଡ଼, କେନ୍ଦୁଗୁଡ଼ା ଡ୍ୟାମ୍, ବ୍ଲକ କଲୋନି, ମା’ ମାଣିକେଶ୍ୱରୀ ମନ୍ଦିର ଏବଂ ଆଖପାଖ ଅଞ୍ଚଳରେ ନିଶା ସେବନ ହୋଇଥିବା ସ୍ଥାନ ଗୁଡ଼ିକୁ ପରିଦର୍ଶନ କରୁଥିବା ମହିଳା ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଉପଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି । ଏନେଇ ଗୁଣପୁର ଉପଖଣ୍ଡର ସମସ୍ତ ଥାନା ଆଇଆଇସି, ତହସିଲଦାର, ଆରକ୍ଷୀ ଅଧିକ୍ଷକ ପୁଲିସ ଏବଂ ଜିଲ୍ଲାପାଳଙ୍କୁ ଉପଜିଲ୍ଲାପାଳ ସୂଚନା ପ୍ରଦାନ କରିଥିବା ଜଣାପଡିଛି ।
ଗୁଣପୁରରେ ପ୍ରଥମ ଥର ପାଇଁ ଜଣେ ଯୁବ IAS ଏଭଳି ଆଦେଶ ଜାରି କରିଛନ୍ତି । ଉପଜିଲ୍ଲାପାଳ ନିଜେ ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିବାବେଳେ ପରିସ୍ଥିତି ଦେଖି ନିର୍ଦ୍ଦେଶ ଦେଇଛନ୍ତି । ଯୁବ IASଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ବର୍ଗ ପ୍ରଶଂସା କରିଛନ୍ତି ।
Thar Hits 2 Sisters: ଦୁଇ ଭଉଣୀଙ୍କ ଉପରେ ଚଢିଗଲା ଥାର, ଡ୍ରାଇଭର ଫେରାର

DA Hike: ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ବଢ଼ିଲା ମହଙ୍ଗା ଭତ୍ତା

Lambodar Nial Joins BJP: ବିଜେଡିକୁ ପୁଣି ଝଟକା, ଶଙ୍ଖ ଛାଡି ପଦ୍ମ ଧରିଲେ ଏହି ବରିଷ୍ଠ ନେତା

BJP Star Campaigner List: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)