Advertisment

Rape Allegation Against IRS Officer: IRS ଅଫିସରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ; ଭାଇରାଲ୍ କରିବାକୁ ଧମକ, ଛାନଭିନ୍ ଜାରି

ଆଇଆରଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ସମୟକୁ ରେକର୍ଡିଂ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ଅଭିଯୋଗ ପରେ ସହିଦନଗର ପୋଲିସ୍ ତଦନ୍ତ କରୁଛି।

author-image
Chinmayee Sahoo
Rape Allegation Against IRS Officer

Rape Allegation Against IRS Officer Photograph: (OTV)

ଭୁବନେଶ୍ୱରରେ ଏକ ଗମ୍ଭୀର ଓ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ଘଟିଛି। ଆଇଆରଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱର ସତସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ଏ ନେଇ ସହୀଦନଗର ଥାନାରେ ଏତଲା ଦିଆଯିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି। 

Advertisment

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗତ ଫେବୃଆରୀ ୧୫ ତାରିଖରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତା ସହୀଦନଗର ଥାନାରେ ଅଭିଯୋଗ ଦାଖଲ କରିବା ପରେ ପୋଲିସ କେସ୍ ନମ୍ବର ୧୦୪/୨୬ ରେ ମାମଲା ରୁଜୁ କରିଛି। ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ଏବଂ ତାଙ୍କର ବୟାନ ମଧ୍ୟ ଆଇନଗତ ଭାବେ ରେକର୍ଡ କରାଯାଇଛି।

ସବୁଠାରୁ ଗମ୍ଭୀର ଅଭିଯୋଗ ହେଉଛି- ଦୁଷ୍କର୍ମ ସମୟରେ ଅଭିଯୁକ୍ତ ଅଧିକାରୀ ପୀଡ଼ିତାଙ୍କର ନଗ୍ନ ଫଟୋ ଉଠାଇଥିବେ କଥା କୁହାଯାଇଛି। ପରେ ସେହି ଅଶ୍ଳୀଳ ଫଟୋ ଭାଇରାଲ ନେଇ ମଧ୍ୟ ଧମକ ଦେଇଛନ୍ତି ଅଭିଯୁକ୍ତ ଅଧିକାରୀ। ସହୀଦନଗର ପୋଲିସ ଏହି ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହିତ ଗ୍ରହଣ କରି ଖୋଳତାଡ଼ ଜାରି ରଖିଛି।

Advertisment

Bhubaneswar Woman Raped Rape Allegation
Advertisment
Related Articles
Advertisment