/odishatv-khabar/media/media_files/2025/12/14/bolangir-migrant-labour-2025-12-14-11-54-09.jpg)
Bolangir-Migrant-Labour Photograph: (OTV)
ନୂଆପଡା ଜିଲ୍ଳା ଲଖନାରେ ଗରିବ ସେନାର ବିକ୍ଷୋଭ। ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କୁ ନ୍ୟାୟ ଦାବିରେ ଏହି ଆନ୍ଦୋଳନ । ରିପୋର୍ଟ ଅନୁସାରେ ଗତ ୬ ତାରିଖ ତୁରେକେଲା ଥାନା ମହୁଲବାହାଲି ଗାଁ ନିକଟ ରେଳଲାଇନରେ ମିଳିଥିଲା ବାଞ୍ଝାନିଧି କୈବର୍ତ୍ତଙ୍କ କଟାମୁଣ୍ଡ ଶବ। ଏହା ପରେ ଝରଣୀ ଗାଁର ଦାଦନ ସର୍ଦ୍ଦାର ଅରମାନ ଖାନଙ୍କ ବିରୋଧରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ପୋଲିସ କିନ୍ତୁ ଦୁଇଦିନ ପର୍ଯ୍ୟନ୍ତ ମାମଲା ରୁଜୁ କରି ନଥିଲା। ଏନେଇ ଗରିବ ସେନା ଆନ୍ଦୋଳନ କରିବା ସହିତ ଥାନା ଘେରାଓ କରିଛନ୍ତି।
Byte- ରାଏମତି କୈବର୍ତ୍ତ, ମୃତ ବାଞ୍ଝାନିଧିଙ୍କ ମାଆ
- ରବି ମଂଗରାଜ, ଆବାହକ, ଗରିବ ସେନା, ନୂଆପଡା
Vo-2
ରିପୋର୍ଟ ଅନୁସାରେ, ଲଖନା ଗାଁର ରାଜୁ ସୁନାନୀ ଝରଣୀ ଗାଁର ଦାଦନ ସର୍ଦ୍ଦାର ଅରମାନ ଖାନଙ୍କ ପାଖରୁ ୩୦ ହଜାର ଟଙ୍କା ଆଣି ବାଞ୍ଛାନିଧିଙ୍କୁ ବଇନା ଦେଇଥିଲେ । ତେଣୁ ଚୁକ୍ତି ମୁତାବକ, ଗତ ୩ ତାରିଖ ଏକ ଅଟୋରେ , ବାଞ୍ଛାନିଧିଙ୍କୁ ଦାଦନ ସର୍ଦ୍ଦାର ଅରମାନ ଖାନଙ୍କ ପାଖକୁ ନେଇଥିଲେ ରାଜୁ ସୁନାନୀ । ବାସ୍ ଝରଣୀରେ ପହଞ୍ଚି ସ୍ତ୍ରୀଙ୍କୁ ଫୋନ କରି, ଆସନ୍ତା ୯ ତାରିଖ ହାଇଦ୍ରାବାଦ ଯିବା ପାଇଁ ଟିକେଟ ହୋଇଛି ବୋଲି କହିଥିଲେ ବାଞ୍ଛାନିଧି । ୩ ତାରିଖରୁ ଅରମାନ ଖାନ ଘରେ ବାଞ୍ଛାନିଧି ଥିଲେ ମଧ୍ୟ ଆଉ ଫୋନ ଉଠାଇ ନଥିଲେ । ସ୍ତ୍ରୀ ଖୋଜିବାକୁ ଯାଇ, ଲଖନା ଥାନାରେ ଅଭିଯୋଗ କଲେ । ଶେଷରେ ଖବର ପାଇଲେ, ଝରଣୀ ନିକଟ ମହୁଲବାହାଲି ଗାଁ ପାଖ ରେଳଲାଇନରେ ବାଞ୍ଝାନିଧିଙ୍କ କଟାମୁଣ୍ଡ ଶବକୁ ଜବତ କରିଛି ଟିଟିଲାଗଡ ଜି.ଆର.ପି ଆଉ କେବଳ ଅପମୃତ୍ୟୁ ମାମଲା ରୁଜୁ କରି କାମ ତୁଟାଇଦେଇଛି।
Odisha MLA Salary Hike: କପେ ଚା’କୁ ନିଅଣ୍ଟ ସାଢ଼େ ୩ ଲକ୍ଷ, ଝାଡ଼ିଦେଲେ ଜୟ

Skeleton Recovered: ମାଟି ତଳୁ ବାହାରିଲା ରାମୁ , ଦିନେ ଚନ୍ଦକା ଜଙ୍ଗଲରେ କରୁଥିଲା ରାଜ୍

Severe Cold Wave Grips Odisha: ଜାରି ରହିଛି ଶୀତ ଲହରି, ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

Delhi Air Pollution Turns Severe: ରାଜଧାନୀରେ ଭୟଙ୍କର ବାୟୁ ପ୍ରଦୂଷଣ; ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଲାଗୁ କଲା CAQM

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)