/odishatv-khabar/media/media_files/2025/09/26/balasore-murder-2025-09-26-10-29-14.jpg)
BALASORE MURDER Photograph: (OTV)
ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ସମଲପୁର ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ଅଳିଆ ଗୋଟେଇ ପେଟ ପୋଷୁଥିବା ଜଣେ ନାବାଳିକାଙ୍କ ଡେଡବଡି ମିଳିଛି ବସ୍ତା ଭିତରୁ । ହେଲେ କିଏ ଓ କାହିଁକି ମାରିଲା ତାଙ୍କୁ ? ସନ୍ଦେହଘେରରେ ନାବାଳିକାଙ୍କ ରୁମମେଟ୍ସ ।
ପୋତିଦେବାକୁ ପ୍ଲାନ
ମୃତ ନାବାଳିକାଙ୍କ ଘର ବାହାନଗା ଅଂଚଳରେ ବୋଲି ଜଣାପଡିଛି । ସମଲପୁର ନିକଟରେ ଏକ ଛପର ଘରେ ୨ ଜଣ ଝିଅ ଓ ୨ ପୁଅଙ୍କ ସହ ରହୁଥିଲେ ନାବାଳିକା । ସମସ୍ତେ ଅଳିଆ ଆବର୍ଜନା ଗୋଟାଇ ଭିକ ମାଗି ପେଟ ପୋଷୁଥିଲେ । ହେଲେ ଆଜି ସେହି ଘରୁ ଏକ ବସ୍ତା ଭିତରୁ ମିଳିଥିଲା ନାବାଳିକାଙ୍କ ମୃତଦେହ । ବସ୍ତାରେ ମୃତଦେହକୁ ବାନ୍ଧି ଘର ପଛପଟେ ପୋତିଦେବାକୁ ପ୍ଲାନ କରୁଥିଲେ ରୁମମେଟମାନେ ।
ଗାତ ଖୋଳା ସରିଥିଲା, ଆଖପାଖର ଲୋକେ କେହି କିଛି ଜାଣିବା ଆଗରୁ ମୃତଦେହ ପୋତିଦେବାକୁ ଯୋଜନା ଚାଲିଥିଲା । କିନ୍ତୁ ସ୍ଥାନୀୟ ଲୋକେ ଜାଣିବା ପରେ ତୁରନ୍ତ ଜଣାଇଥିଲେ ପୋଲିସକୁ । ପୋଲିସ ଘଟଣାସ୍ଥଳରେ ବସ୍ତା ଭିତରୁ ଉଦ୍ଧାର କରିଥିଲା ମୃତଦେହ । ନାବାଳିକାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି କିନ୍ତୁ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି କରାଯାଉଛି ସନ୍ଦେହ ।
ସେପଟେ ତାଙ୍କ ସାଥିରେ ରହୁଥିବା ଝିଅମାନଙ୍କ ବୟାନରେ ବି ରହୁନି ତାଳମେଳ । ସନ୍ଦେହରେ ପୋଲିସ ୨ ଝିଅଙ୍କ ସହ ସାଥିରେ ରହୁଥିବା ଦୁଇ ପୁଅଙ୍କୁ ଉଠାଇ ନେଇଛି ଥାନାକୁ । କେମିତି ନାବାଳିକାଙ୍କ ମୃତ୍ୟୁ ହେଲା, କିଏ ମାରିଲା ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି, ସେନେଇ ଚାଲିଛି ପଚରାଉଚରା ।
Daily Horoscope 26th September 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Sexual Harassment in Delhi Ashram: ରାତି ଅଧରେ କହୁଥିଲେ ବେବି ଆଇ ଲଭ୍ ୟୁ , ରୁମକୁ ଡ଼ାକି ଦେଉଥିଲେ ଯୌନ ନିର୍ଯ୍ୟାତନା

Infant Dies After Doctor’s Alleged Negligence: ଡାକ୍ତର ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ପୋଲିଓ ଟୀକା ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ

Heavy Rain Alert: ଦକ୍ଷିଣରେ ଅତିପ୍ରବଳ ବର୍ଷିବ, ଆଜିଠୁ ତିନିଦିନ ଯାଏଁ ପ୍ରବଳ ବର୍ଷା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)