Advertisment

Sexual Harassment in Delhi Ashram: ରାତି ଅଧରେ କହୁଥିଲେ ବେବି ଆଇ ଲଭ୍ ୟୁ , ରୁମକୁ ଡ଼ାକି ଦେଉଥିଲେ ଯୌନ ନିର୍ଯ୍ୟାତନା

ଜଣେ ଛାତ୍ରୀଙ୍କ ଅଭିଯୋଗ ମୁତାବକ, ସେ ଗତ ବର୍ଷ ପ୍ରଥମ ଥର ପାଇଁ ସ୍ୱାମୀଜୀଙ୍କ ସହ କଥା ହୋଇଥିଲେ। ଛାତ୍ରୀ କହିଛନ୍ତି ଯେ ପ୍ରଥମ ସାକ୍ଷାତ ସମୟରେ ତାଙ୍କୁ ବାବା ଏକ ଅଜବ ଦୃଷ୍ଟିରେ ଦେଖୁଥିଲେ। ଛାତ୍ରୀ ଜଣକ ତାଙ୍କ ଆଘାତର ଡାକ୍ତରୀ ରିପୋର୍ଟ ବାବାଙ୍କୁ ସେୟାର କରିଥିଲେ।

author-image
Manas Ranjan Mohanty
Sarathi Baba

Sarathi Baba Photograph: (OTV)

ଓଡ଼ିଶାରେ ଜନ୍ମ, ଦିଲ୍ଲୀ (Delhi) ରେ ଆଶ୍ରମ। ଓଡ଼ିଶାର ଦ୍ୱିତୀୟ ସାରଥୀ ବାବାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା। ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ବାବାଙ୍କ ନାମରେ। ୬୨ ବର୍ଷିୟ ଆତ୍ମଘୋଷିତ ବାବା ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କ ଫିଟିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର। ଦିଲ୍ଲୀର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବାବା। ଏଫଆଇଆର ମୁତାବକ ବାବା ଚୈତନ୍ୟାନନ୍ଦ ଛାତ୍ରୀମାନଙ୍କୁ ଅଶ୍ଳୀଳ ମେସେଜ୍ ପଠାଉଥିଲେ ଏବଂ ସେମାନଙ୍କ ସୌନ୍ଦର୍ଯ୍ୟ ବିଷୟରେ ଅପମାନଜନକ ମନ୍ତବ୍ୟ ମଧ୍ୟ ଦେଉଥିଲେ।

Advertisment

ମେସେଜ କରିଥିଲେ ‘ବେବି, ଆଇ ଲଭ୍ ୟୁ’

ଜଣେ ଛାତ୍ରୀଙ୍କ ଅଭିଯୋଗ ମୁତାବକ, ସେ ଗତ ବର୍ଷ ପ୍ରଥମ ଥର ପାଇଁ ସ୍ୱାମୀଜୀଙ୍କ ସହ କଥା ହୋଇଥିଲେ। ଛାତ୍ରୀ କହିଛନ୍ତି ଯେ ପ୍ରଥମ ସାକ୍ଷାତ ସମୟରେ ତାଙ୍କୁ ବାବା ଏକ ଅଜବ ଦୃଷ୍ଟିରେ ଦେଖୁଥିଲେ। ଛାତ୍ରୀ ଜଣକ ତାଙ୍କ ଆଘାତର ଡାକ୍ତରୀ ରିପୋର୍ଟ ବାବାଙ୍କୁ ସେୟାର କରିଥିଲେ। ହେଲେ ଏହାର ଉତ୍ତର ବାବା ଏକ ଅଜବ ଢ଼ଙ୍ଗରେ ଦେଇଥିଲେ। ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ଚୈତନ୍ୟାନନ୍ଦ ମେସେଜ କରିଥିଲେ ଯେ, "ବେବି, ଆଇ ଲଭ୍ ୟୁ। ମୁଁ ତୁମକୁ ପସନ୍ଦ କରେ, ତୁମେ ଆଜି ବହୁତ ସୁନ୍ଦର ଦେଖାଯାଉଥିଲ।" ଏମିତିକି ବାବା ସାରଥୀ ତାଙ୍କ କେଶକୁ ପ୍ରଶଂସା କରୁଥିଲେ।

ପୋଲିସ ମୁତାବକ, ଚୈତନ୍ୟାନନ୍ଦ ସରସ୍ୱତୀ ପ୍ରତିଷ୍ଠାନ, ଦିଲ୍ଲୀର ବସନ୍ତ କୁଞ୍ଜରେ ଥିବା ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟରେ ଆର୍ଥିକ ଦୁର୍ବଳ ବର୍ଗର ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଏବଂ ମାନସିକ ନିର୍ଯାତନା ଦେଉଥିଲେ। ଅନେକ ଛାତ୍ରୀଙ୍କୁ ତାଙ୍କ ସହିତ ବିଦେଶ ଯାତ୍ରାରେ ମଧ୍ୟ ବାଧ୍ୟ କରାଯାଇଥିଲା, ଯେଉଁଠାରେ ସେମାନଙ୍କୁ ବିଳମ୍ବିତ ରାତିରେ ତାଙ୍କ ରୁମକୁ ଯିବାକୁ କୁହାଯାଉଥିଲା। ପ୍ରତିରୋଧ କରିଥିବା ଛାତ୍ରୀମାନଙ୍କୁ ସେମାନଙ୍କର ଡିଗ୍ରୀ ଏବଂ ଡକ୍ୟୁମେଣ୍ଟଗୁଡ଼ିକୁ ଅଟକ ରଖିବା ପାଇଁ ଧମକ ଦିଆଯାଇଥିଲା। ତେବେ ଗିରଫ ହେବା ଭୟରେ ବାବା ପାର୍ଥସାରଥୀ ଏବେ ଫେରାର ଅଛନ୍ତି।   

Advertisment

Delhi
Advertisment
Related Articles
Advertisment