Advertisment

Medical Staff Misconduct: ଡାକ୍ତର ବାବୁଙ୍କ ଦାଦାଗିରି; ସାମ୍ବାଦିକଙ୍କୁ ଧକ୍କା ମାରିଲେ, ମୋବାଇଲ୍ ଛଡାଇନେଲେ

ଡାକ୍ତର ବାବୁଙ୍କ ଦାଦାଗିରି। ସାମ୍ବାଦିକଙ୍କୁ ଧକ୍କା ମାରିଲେ, ମୋବାଇଲ୍ ଆଉ ଗାଡି ଚାବି ଛଡାଇନେଲେ। ଧମକଚମକ ଦେବା ସହିତ ସୁଟିଂ କରିଥିବା ଭିଡିଓକୁ ମୋବାଇଲ୍‌ରୁ ଡିଲିଟ୍ କରିବାକୁ ମଧ୍ୟ କହିଥିଲେ।

author-image
Pramod Behera
Medical Staff Misconduct

ଡାକ୍ତର ବାବୁଙ୍କ ଦାଦାଗିରି; ସାମ୍ବାଦିକଙ୍କୁ ଧକ୍କା ମାରିଲେ Photograph: (OTV)

ଡାକ୍ତର ବାବୁଙ୍କ ଦାଦାଗିରି। ସାମ୍ବାଦିକଙ୍କୁ ଧକ୍କା ମାରିଲେ, ମୋବାଇଲ୍ ଆଉ ଗାଡି ଚାବି ଛଡାଇନେଲେ। ଧମକଚମକ ଦେବା ସହିତ ସୁଟିଂ କରିଥିବା ଭିଡିଓକୁ ମୋବାଇଲ୍‌ରୁ ଡିଲିଟ୍ କରିବାକୁ ମଧ୍ୟ କହିଥିଲେ। ଘଟଣା ପରେ ସାମ୍ବାଦିକ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।

Advertisment

ଏମିତି ଏକ ଘଟଣା ପାଲଲହଡା ଉପଖଣ୍ଡରେ ଥିବା ଦ୍ଵିତୀୟ ଚିଲିକା ଭୋଜି ସ୍ଥଳରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଦ୍ଵିତୀୟ ଚିଲିକାରେ ପ୍ରବଳ ଭିଡ଼ ଲାଗି ରହିଛି। ଏନେଇ ସାମ୍ବାଦିକ ଜଣକ ଖବର ସଂଗ୍ରହ ପାଇଁ ସେଠାକୁ ଯାଇଥିଲେ। ଭିଡିଓ କରୁଥିବା ବେଳେ ସେଠାରେ ଭୋଜି କରୁଥିବା ଖମାର୍ ମେଡିକାଲର କର୍ମଚାରୀ ଓ ମେଡିକାଲ ଅଧିକାରୀ ସାମ୍ବାଦିକଙ୍କ ମୋବାଇଲ ଓ ଗାଡ଼ି ଚାବି ଛଡାଇ ନେଇଥିଲେ। ଏଥିସହିତ ତାଙ୍କୁ ପ୍ରବଳ ଗାଳି ଗୁଲଜ କରିବା ସହିତ ଧକା ମଧ୍ୟ ମାରିଥିଲେ। ଏହା ପରେ ମୋବାଇଲରୁ ଭିଡିଓ ଡିଲିଟ କରିବାକୁ ଧମକ ବି ଦେଇଥିଲେ। 

ଖବର ପାଇ ଘଟଣାସ୍ଥଳରେ ପାଲଲହଡା ପୋଲିସ ପହଞ୍ଚି ମେଡିକାଲ ଷ୍ଟାଫ୍‌ଙ୍କୁ ପଚରାଉଚରା କରିବା ସହିତ ମୋବାଇଲ ଫେରାଇଦେବାକୁ କହିଥିଲେ ମଧ୍ୟ ମଦ୍ୟପ ମେଡିକାଲ ଷ୍ଟାପ୍‌ମାନେ ପୋଲିସକୁ ମଧ୍ୟ ବେଖାତିର କରିଥିଲେ। ଏ ଘଟଣାରେ ସାମ୍ବାଦିକ ଜଣକ ପାଲଲହଡା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିବା ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। 

Advertisment
Pallahara Journalist Anugul
Advertisment
Advertisment