Advertisment

Picnic Fun Turns Risky: ପିକନିକ କରିବାକୁ ଯାଆନ୍ତୁ, କିନ୍ତୁ ଏମିତି ଭୁଲ୍ କରନ୍ତୁ ନାହିଁ

ମାଙ୍କଡ଼ଡିଆଁ ଜଳପ୍ରପାତରୁ ମୃତଦେହ ଉଦ୍ଧାର ହୋଇଛି । କାଲି ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ । ମୃତ ଯୁବକଜଣକ ପାରଳାଖେମୁଣ୍ଡିର । ପିକନିକ୍ କରିବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା ।

author-image
Tapan Swain
TOURIST

TOURIST Photograph: (OTV)

୧୮ ଘଣ୍ଟା ପରେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହେଲା । ଆର୍ . ଉଦୟଗିରି ମାଙ୍କଡ଼ଡିଆଁ ଜଳପ୍ରପାତରୁ ମୃତଦେହ ଉଦ୍ଧାର ହୋଇଛି । କାଲି ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ । ମୃତ ଯୁବକଜଣକ ପାରଳାଖେମୁଣ୍ଡିର । ପିକନିକ୍ କରିବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା ।

Advertisment

ଜଳପ୍ରପାତରେ ବୁଡି ପର୍ଯ୍ୟଟକ ଜଣକ ନିଖୋଜ ଥିଲେ। ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ମାଙ୍କଡଡିଆଁ ଜଳପ୍ରପାତକୁ ଗତକାଲି ପାରଳାଖେମୁଣ୍ଡିର କିଛି ଯୁବକ ପିକନିକ୍ କରିବାକୁ ଯାଇଥିଲେ l ହେଲେ ପାଣିରେ ଗାଧୋଉ ଥିବା ବେଳେ ଯୁବକ ଜଣଙ୍କ ନିଖୋଜ ହୋଇ ଯାଇଥିଲେ l

ଖବର ପାଇ ଆର୍.ଉଦୟଗିରି ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି କରିଥିଲେ । ଗତକାଲି ଖୋଜା ଖୋଜି ସତ୍ତ୍ୱେ ତାଙ୍କର ସନ୍ଧାନ ମିଳିପାରି ନଥିଲା l ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ଆର.ଉଦୟଗିରି ଓ ପାରଳାଖେମୁଣ୍ଡିରୁ ୨ଟି ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । 

Advertisment

ଯେଉଁମାନେ ପହଁରା ଜାଣିନାହାନ୍ତି, ସେମାନେ ଜଳପ୍ରପାତରେ ସାବଧାବନତାର ସହ ଗାଧୋଇବାକୁ ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ପରାମର୍ଶ ଦେଇଛନ୍ତି । ଏପରିକି ପହଁରା ଜାଣିଥିଲେ ମଧ୍ୟ ସାବଧାନତାର ସହ ଯିବା ଭଲ । କାରଣ ଶିଉଳିରେ ଗୋଡ଼ ଖସିଯିବାର ଭୟ ଥାଏ, ପାଣିର ସୁଅ ମଧ୍ୟ ଥାଏ ।  ପ୍ରଥମେ ନିଜକୁ ନିରାପଦରେ ରଖି ତା ପରେ ପିକନିକ ଉପଭୋଗ କରିବା ଭଲ ବୋଲି ସେ କହିଛନ୍ତି । କାରଣ ଏଭଳି ଦୁର୍ଘଟଣାର ଅନେକ ଖବର ଆସୁଛି । 

ଜଳପ୍ରପାତରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

୧୮ ଘଣ୍ଟା ପରେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର
ଆର୍ . ଉଦୟଗିରି ମାଙ୍କଡ଼ଡିଆଁ ଜଳପ୍ରପାତରୁ ମୃତଦେହ ଉଦ୍ଧାର
କାଲି ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ
ମୃତ ଯୁବକ ପାରଳାଖେମୁଣ୍ଡିର, ପିକନିକ୍ କରିବାକୁ ଆସି ଅଘଟଣ

Picnic Tourist
Advertisment
Related Articles
Advertisment