Advertisment

Hand-Stitched Portrait of PM: ହାତ ସିଲାଇରେ ଟୁକୁଡ଼ା କପଡ଼ାରୁ ମୋଦୀଙ୍କ ମୁହଁ

ସାଧାରଣ କପଡ଼ାର ଛୋଟ ଛୋଟ ଟୁକୁଡ଼ା ଆଉ ଛୁଞ୍ଚି–ସୂତାର ନିଖୁତ ସ୍ପର୍ଶ। ବ୍ରହ୍ମପୁରର ଏକ ଘରୋଇ ଫ୍ୟାସନ ଡିଜାଇନ୍ ସ୍କୁଲର ଛାତ୍ରଛାତ୍ରୀମାନେ ହାତ ସିଲାଇ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖାକୃତିକୁ ଏକ ବିରଳ କଳାରୂପ ଦେଇଛନ୍ତି।

author-image
Pramod Behera
Hand-Stitched Portrait of PM

ହାତ ସିଲାଇରେ କପଡ଼ା ଟୁକୁଡ଼ାରୁ ମୋଦୀଙ୍କ ମୁହଁ Photograph: (OTV)

ସାଧାରଣ କପଡ଼ାର ଛୋଟ ଛୋଟ ଟୁକୁଡ଼ା ଆଉ ଛୁଞ୍ଚି–ସୂତାର ନିଖୁତ ସ୍ପର୍ଶ। ଏହା ସହିତ ଅସୀମ ଧୈର୍ଯ୍ୟର କଳାକୃତିରେ ପରିଣତ ହୋଇଛି ଗୋଟିଏ ଐତିହାସିକ ମୁହଁ।

Advertisment

ବ୍ରହ୍ମପୁରର ଏକ ଘରୋଇ ଫ୍ୟାସନ ଡିଜାଇନ୍ ସ୍କୁଲର ଛାତ୍ରଛାତ୍ରୀମାନେ ହାତ ସିଲାଇ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖାକୃତିକୁ ଏକ ବିରଳ କଳାରୂପ ଦେଇଛନ୍ତି।

ଏହି ଚିତ୍ରଟି କୌଣସି ରଙ୍ଗ କିମ୍ବା ତୂଳିରେ ତିଆରି ହୋଇନି। ବରଂ ବିଭିନ୍ନ ଟେଲର ଦୋକାନରୁ ସଂଗ୍ରହ କରାଯାଇଥିବା ଛୋଟ ଛୋଟ କପଡ଼ା ଟୁକୁଡ଼ାକୁ ଛିଞ୍ଚି–ସୂତାରେ ଯୋଡି ଏହି ଅନନ୍ୟ ମୁହଁ ଗଢ଼ାଯାଇଛି।

Advertisment

ଫ୍ୟାସନ ଡିଜାଇନ୍ ସ୍କୁଲର ନିର୍ଦ୍ଦେଶକ କହିଛନ୍ତି, ଛାତ୍ରଛାତ୍ରୀମାନେ ନିଜ ହାତର କୌଶଳ, ସୃଜନଶୀଳତା ଓ ଧୈର୍ଯ୍ୟକୁ ଏହି କଳାକୃତିରେ ପ୍ରତିଫଳିତ କରିଛନ୍ତି। ତେବେ ଏହା କେବଳ ଗୋଟିଏ ଚିତ୍ର ନୁହେଁ, ବରଂ “ବେଷ୍ଟ ଆଉଟ୍ ଅଫ୍ ୱେଷ୍ଟ” ଭାବନାର ଏକ ସୁନ୍ଦର ଉଦାହରଣ।

ଅନ୍ୟପଟେ, ଏହି ହାତ ସିଲାଇରେ ତିଆରି ମୋଦୀଙ୍କ ଚିତ୍ରଟିକୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହାତରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ବ୍ରହ୍ମପୁର ବିଧାୟକ ସୂଚନା ଦେଇଛନ୍ତି।
ଏହି କଳାକୃତି ନା କେବଳ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଆଲୋକିତ କରୁଛି, ବରଂ ଓଡ଼ିଶାର ସୃଜନଶୀଳ ଶକ୍ତିକୁ ଜାତୀୟ ମଞ୍ଚରେ ପରିଚୟ ଦେବାର ଦିଗରେ ଏକ ନୂଆ ପଦକ୍ଷେପ ହୋଇଛି।

Odisha Artist Art And Culture PM Modi
Advertisment
Advertisment