/odishatv-khabar/media/media_files/2025/10/11/kantabanjhi-2025-10-11-16-11-00.jpg)
Kantabanjhi Photograph: (OTV)
ରାସ୍ତା ମଝିରେ ଉଡୁଛି ବିଡା ବିଡା ନୋଟ୍... ତଳେ ଘେରିଛନ୍ତି ଚେଲା, ଆଉ ଗାଡିରେ ଛିଡା ହୋଇ ନୋଟ୍ ଉଡାଉଛନ୍ତି ଯୁବକ । ରୋବାବ୍ ଏମିତି, ସତେ ଗୋଟେ ବଡ ଡନ୍ । ମାଳ ମାଳ ଦାମୀ ଗାଡି । ୟୁପି କି ବିହାରର ଘଟଣା ନୁହେଁ, ବରଂ ଆମ ଓଡିଶାର କେନ୍ଦୁଝର ଜିଲ୍ଲାର ।
ରାଜରାସ୍ତାରେ ଦବଙ୍ଗଗିରି ଦେଖାଉଥିବା ଯୁବକ ହେଲେ ଗଣେଶ ଗିରି । ଘର ମୟୂରଭଞ୍ଜ ଜିଲ୍ଲା ଛେଳିଆନାଳ ଅଞ୍ଚଳରେ । ଗଣେଶର ଇଚ୍ଛା ଥିଲା କେନ୍ଦୁଝରର ଡନ୍ ହେବାକୁ । ଏଥିପାଇଁ ତିଆରି କରିଥିଲା ମହାକାଳ ଗ୍ୟାଙ୍ଗ୍ । ଏଥିରେ ସାମିଲ କରିଥିଲା ଓଡ଼ିଶା ଓ ଝାଡଖଣ୍ଡରୁ ବଛା ବଛା ଯୁବକ । ଆଉ ନିଜେ ଗ୍ରୁପର ଡନ୍ ସାଜିଥିଲା । ବନ୍ଧୁକ ଧରି ବୁଲୁଥିଲା ।
ଲୋକଙ୍କୁ ଡରେଇବାକୁ ଏକାସାଙ୍ଗରେ ୨୦ରୁ ଅଧିକ ଗାଡି ଧରି ବାହାରୁଥିଲା ଗଣେଶ I କେତେବେଳେ ରାଜରାସ୍ତାରେ ନୋଟ୍ ଉଡାଉଥିଲା ତ ଆଉ କେତେବେଳେ ରାସ୍ତା ମଝିରେ ଗାଡି ରଖି ଖଣ୍ଡାରେ କେକ୍ କାଟୁଥିଲା । ଲୋକଙ୍କୁ ଭୟଭୀତ କରିବାକୁ ମହାକାଳ ଗ୍ୟାଙ୍ଗ୍ ନାଁରେ ଏସବୁ ଭିଡିଓ ପୋଷ୍ଟ କରୁଥିଲା ସୋସିଆଲ ମିଡିଆରେ । ଖାଲି ଏତିକି ନୁହେଁ, ଏହି ଗ୍ୟାଙ୍ଗ ନିଜର ସାମ୍ରାଜ୍ୟ ବଢ଼ାଇବାକୁ ବିଭିନ୍ନ ଖଣି ଓ କଳକାରଖାନା ମାଲିକଙ୍କୁ ଧମକ ଦେଇ ଆଦାୟ କରୁଥିଲା ଦାଦାବଟି । ଏନେଇ ବିଭିନ୍ନ ଥାନାରେ ରୁଜୁ ହୋଇଛି ୩୭ଟି ମାମଲା ।ଯେଉଁଥିରେ ଡକାୟତି, ହତ୍ୟା, ଖଣିଜ ପଦାର୍ଥ ଚୋରାଚାଲାଣ ଭଳି ସଙ୍ଗିନ ଅଭିଯୋଗ ରହିଛି ।
ଏସବୁ ଅଭିଯୋଗ ପରେ ଗଣେଶ ପଛରେ ପଡ଼ିଥିଲା କେନ୍ଦୁଝର ପୋଲିସ । ଏସପିଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକାଧିକ ସ୍ପେଶାଲ ସ୍କ୍ୱାର୍ଡ । ଗତକାଲି ରାତିରେ କେନ୍ଦୁଝରରେ ଡକାୟତି ପାଇଁ ନରଣପୁର ଶିବ ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଯୋଜନା କରୁଥିଲା ଗ୍ୟାଙ୍ଗ୍ । ବିଶେଷ ସୂତ୍ରରୁ ଖବର ପାଇ ସେଠି ପହଞ୍ଚି ୯ ଜଣଙ୍କୁ ମାଡି ବସିଛି ପୋଲିସ । ସେମାନଙ୍କ ଠାରୁ ୫ଟି ପିସ୍ତଲ, ୨୫ଟି ଜୀବନ୍ତ ଗୁଳି, ୭ଟି ମାଗାଜିନ ସହ ୫ଟି ମାରଣାସ୍ତ୍ର ଓ ଏକ ଥାର୍ ଗାଡି ଜବତ କରିଛି । ଏମାନଙ୍କ ମଧ୍ୟରୁ ଜଣେ ଝାରଖଣ୍ଡ ରାଜ୍ୟର ହୋଇଥିବା ବେଳେ ଅନ୍ୟମାନେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି ଏସପି ।
India on High Alert: ଭାରତଠୁ ପ୍ରତିଶୋଧ ପାଇଁ ବଡ ଚାଲ୍ ! ଆତଙ୍କୀସ୍ତାନରେ ତିଆରି ଚାଲିଛି ମହିଳା ବୋମା

Medical student Gang-raped: ବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ; କଲେଜରେ ପ୍ରବଳ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

Rohit Sharma: କମିଯାଇଛି ପେଟ ଦେଖାଯାଉଛନ୍ତି ସ୍ଲିମ୍ ଟ୍ରିମ୍ , ହିଟମ୍ୟାନଙ୍କ ମାଡ଼ରେ ଚିତପଟାଙ୍ଗ୍ ଟ୍ରୋଲର୍

Philippines Earthquake: ଭୟଙ୍କର ବିପତ୍ତି, ପୁଣି ସବୁ ଛାରଖାର୍ ! ଭାଇରାଲ ହେଉଛି ଭିଡିଓ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)