Advertisment

Philippines Earthquake: ଭୟଙ୍କର ବିପତ୍ତି, ପୁଣି ସବୁ ଛାରଖାର୍ ! ଭାଇରାଲ ହେଉଛି ଭିଡିଓ

ଭୟଙ୍କର, ଲୋମଟାଙ୍କୁରା... ଛିନଛତ୍ର ଦେଶ, ତାସ୍ ଘର ଭଳି ଭୁଶୁଡିଲା ଘରଦ୍ୱାର, ବଡ ବଡ କୋଠା । ସବୁଠି ଆକୁଳ ଚିତ୍କାର । ଜୀବନ ବଞ୍ଚାଇବାକୁ ବିକଳ ରଡି । ଥରେ ଭାବନ୍ତୁ, ଆପଣ କ୍ଲାସରେ ବସି ପାଠ ପଢୁଥିବେ, ହଠାତ୍ ଥରିଉଠିବ କ୍ଲାସରୁମ, ଲାଗିବ ଯେମିତି ଏଇନା ପୁରା କୋଠା ଭୁଶୁଡି ପଡିବ ଉପରେ ।

author-image
Manas Ranjan Mohanty
PHILIPPINES-EARTHQUAKE

PHILIPPINES-EARTHQUAKE Photograph: (OTV)

ଭୟଙ୍କର, ଲୋମଟାଙ୍କୁରା... ଛିନଛତ୍ର ଦେଶ, ତାସ୍ ଘର ଭଳି ଭୁଶୁଡିଲା ଘରଦ୍ୱାର, ବଡ ବଡ କୋଠା । ସବୁଠି ଆକୁଳ ଚିତ୍କାର । ଜୀବନ ବଞ୍ଚାଇବାକୁ ବିକଳ ରଡି । ଥରେ ଭାବନ୍ତୁ, ଆପଣ କ୍ଲାସରେ ବସି ପାଠ ପଢୁଥିବେ, ହଠାତ୍ ଥରିଉଠିବ କ୍ଲାସରୁମ, ଲାଗିବ ଯେମିତି ଏଇନା ପୁରା କୋଠା ଭୁଶୁଡି ପଡିବ ଉପରେ । ଏମିତିରେ ଆପଣ କ’ଣ କରିବେ, କି ଅବସ୍ଥା ହେବ ? 

Advertisment

ଶକ୍ତିଶାଳୀ ଝଟ୍‌କାରେ ଥରହର ହୋଇଥିଲା ବିଲ୍ଡିଂ । ଜୀବନ ବଞ୍ଚାଇବାର ଉପାୟ ନପାଇ ଟେବୁଲ ତଳେ ଆଶ୍ରୟ ନେଇଥିଲେ ଲୋକେ । ଭାଇରାଲ ହେଉଥିବା ଭିଡିଓ ଦେଖିଲେ ଭୟରେ ଶିହରି ଉଠୁଛି ଦେହ । ଗୋଟିଏ ଭୂମିକମ୍ପର କ୍ଷତ ନପୁରୁଣୁ ପୁଣି ୭.୬ ତୀବ୍ରତାର ବଡ ଧରଣର ଭୂମିକମ୍ପରେ ଖିନଭିନ୍‌ ହୋଇଯାଇଛି ଦେଶ ।

କିଏ ବୁଲାବୁଲି କରିଥିଲେ ତ କିଏ ବସି ପାଠ ପଢୁଥିଲେ, ହଠାତ୍ ଅନୁଭୂତ ହୋଇଥିଲା ଶକ୍ତିଶାଳୀ ଝଟ୍‌କା । ଦୋହଲି ଯାଇଥିଲା ରାସ୍ତାଘାଟ, ଘରଦ୍ୱାର । ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ ଲୋକମାନେ । ହସ୍ପିଟାଲ ଛାଡି ରୋଗୀ ଆଉ ଷ୍ଟାଫ୍‌ମାନେ ଦୌଡିଥିଲେ । 

Advertisment

ଅସହାୟ ଏ ମଣିଷ

ଏହାପରେ ଭୂମିକମ୍ପ ବିଜ୍ଞାନ ସଂସ୍ଥା ପକ୍ଷରୁ ଜାରି ହୋଇଥିଲା ସୁନାମୀ ଆଲର୍ଟ । ତେବେ ଏ ଯାଏଁ ଏହି ଭୂକମ୍ପ ଜନିତ କୌଣସି ମୃତାହତ ରିପୋର୍ଟ ସାମ୍ନାକୁ ଆସିନି । ହେଲେ ବଡ ବଡ କୋଠା ଓ ବ୍ୟାପକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।  ପ୍ରକୃତିର କୋପ ଆଗରେ କେତେ ନାଚାର, ଅସହାୟ ଏ ମଣିଷ । 

ଦୁଇ ସପ୍ତାହ ତଳେ ଫିଲିଫାଇନ୍ସରେ ଏପରି ବଡ ଧରଣର ଭୂମିକମ୍ପ ହୋଇ ୭୨ ଜଣକ ମୃତ୍ୟୁ ହୋଇଥିଲା । ଶତାଧିକ ଆହତ ହୋଇଥିଲେ । ଥରକୁ ଥର ଶକ୍ତିଶାଳୀ ଭୂକମ୍ପ ସଂଗଠିତ ହେବାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଫିଲିଫାଇନ୍ସବାସୀ ।

Advertisment
Related Articles
Advertisment