Advertisment

Rohit Sharma: କମିଯାଇଛି ପେଟ ଦେଖାଯାଉଛନ୍ତି ସ୍ଲିମ୍ ଟ୍ରିମ୍ , ହିଟମ୍ୟାନଙ୍କ ମାଡ଼ରେ ଚିତପଟାଙ୍ଗ୍ ଟ୍ରୋଲର୍

ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ତାଙ୍କ ଫିଟନେସକୁ ନେଇ ସବୁବେଳେ ଟ୍ରୋଲ କରାଯାଉଥିଲା। ଗତ କିଛି ବର୍ଷ ଧରି ତାଙ୍କ ଓଜନ କ୍ରମାଗତ ଭାବେ ବୃଦ୍ଧି ପାଉଥିଲା। ଯେଉଁଥିପାଇଁ ଟ୍ରୋଲର ତାଙ୍କୁ ଲଗାତାର ଟ୍ରୋଲ କରି ଆସୁଥିଲେ।

author-image
Manas Ranjan Mohanty
Rohit-Sharma-Fitness

Rohit-Sharma-Fitness Photograph: (OTV)

ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ତାଙ୍କ ଫିଟନେସକୁ ନେଇ ସବୁବେଳେ ଟ୍ରୋଲ କରାଯାଉଥିଲା। ଗତ କିଛି ବର୍ଷ ଧରି ତାଙ୍କ ଓଜନ କ୍ରମାଗତ ଭାବେ ବୃଦ୍ଧି ପାଉଥିଲା। ଯେଉଁଥିପାଇଁ ଟ୍ରୋଲର ତାଙ୍କୁ ଲଗାତାର ଟ୍ରୋଲ କରି ଆସୁଥିଲେ। ଏପରିକି ରୋହିତ ମୁମ୍ୱାଇର ବାସିନ୍ଦା ହୋଇଥିବାରୁ ତାଙ୍କ ଫିଟନେସର ରାଜ୍ ବଡ଼ାପାଓ ବୋଲି କହି ସମାଲୋଚନା ମଧ୍ୟ କରୁଥିଲେ। ହେଲେ ଏସବୁ ଟ୍ରୋଲରଙ୍କ ମୁହଁଙ୍କୁ ବନ୍ଦ କରିଦେଇଛନ୍ତି ୩୮ ବର୍ଷୀୟ ହିଟମ୍ୟାନ୍। ଆଉ ନିଜର ଜବରଦସ୍ତ ଫିଟନେସ୍ ଓ ସ୍ଲିମ୍ ଟ୍ରିମ୍ ଲୁକରେ ଫ୍ୟାନଙ୍କ ହୋସ ଉଡ଼ାଇ ଦେଇଛନ୍ତି। 

Advertisment

ମୁମ୍ବାଇରେ ଏକ ଆଓ୍ବାର୍ଡ ଶୋରେ ନୂଆ ଲୁକରେ ନଜର ଆସିଥିଲେ ରୋହିତ। ଯେଉଁଠାରେ ସେ ଶ୍ରେୟସ ଆୟର ଏବଂ ସଞ୍ଜୁ ସାମସନଙ୍କ ସହିତ ଯୋଗ ଦେଇଥିଲେ। ଉତ୍ସବରେ ରୋହିତ ଏକ ମେରୁନ ରଙ୍ଗର ସୁଟ୍ ପିନ୍ଧିଥିଲେ। ଯେଉଁଥିରେ ସେ ବହୁତ ଫିଟ୍ ଓ ପୂର୍ବ ଅପେକ୍ଷା ପତଳା ଦେଖାଯାଉଥିଲେ। ହିଟମ୍ୟାନଙ୍କ ଏହି ନୂଆ ଲୁକ ଉପରୁ ଲୋକଙ୍କ ନଜର ହଟିନଥିଲା। ଆଉ ଏହା ଇଣ୍ଟରନେଟରେ ଖୁବ ଭାଇରାଲ ମଧ୍ୟ ହେବାର ଲାଗିଥିଲା। ଫ୍ୟାନ ମାନେ ରୋହିତଙ୍କ ଫିଟନେସର ରାଜ ଜାଣିବାକୁ ଚାହିଁଥିଲେ।

ତେବେ ଗତ କିଛି ମାସ ଧରି ରୋହିତ ନିଜର ଫିଟନେସ ଉପରେ ବେଶୀ ଧ୍ୟାନ ଦେଇଛନ୍ତି। ଆଉ ପ୍ରାୟ ୨୦ କିଲୋଗ୍ରାମ ଓଜନ ମଧ୍ୟ ହ୍ରାସ କରିଛନ୍ତି। ତେବେ ତାଙ୍କର ଏହି ଲୁକ୍ ପ୍ରଶଂସକଙ୍କୁ ବେଶ ଆକର୍ଷିତ କରିଛି। ଅନେକେ ତାଙ୍କର ଡାଏଟ ପ୍ଲାନ ବିଷୟରେ ଜାଣିବାକୁ ଆଗ୍ରହୀ ଅଛନ୍ତି। 

Advertisment

ଟି୨୦ ଅନ୍ତର୍ଜାତୀୟ ଓ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଦିନିକିଆ ଅଧିନାୟକ ପଦରୁ ମଧ୍ୟ ରୋହିତ ଶର୍ମାଙ୍କୁ ହଟାଯାଇଛି। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଏକଦିବସୀୟ ଦଳରେ ତାଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ଅଧିନାୟକ ଦାୟିତ୍ୱ ଶୁବମନ ଗିଲଙ୍କୁ ଦିଆଯାଇଛି। ଯାହାକୁ ନେଇ ଉଠୁଛି ପଡ଼ୁଛି ସୋସିଆଲମିଡିଆ। ସେଭଳି ସମୟରେ ହିଟମ୍ୟାନଙ୍କ ଏହି ଫିଟ୍ ଲୁକ୍ ଆହୁରି ଚର୍ଚ୍ଚା ସୃଷ୍ଟି କରିଛି ।

Advertisment
Related Articles
Advertisment