Advertisment

Rohit Sharma Rocks: ନିଜ ଲୁକରେ ଫ୍ୟାନ୍ସଙ୍କୁ ସରପ୍ରାଇଜ କଲେ ରୋହିତ, କମାଇଲେ ୨୦ କେଜି ଓଜନ

ରୋହିତଙ୍କ ନୂଆ ଲୁକ ଓ ଫିଟନେସ ପ୍ରଶଂସକଙ୍କୁ ଆକର୍ଷିତ କରିଛି। ଅନେକେ ତାଙ୍କର ଡାଏଟ ପ୍ଲାନ ବିଷୟରେ ଜାଣିବାକୁ ଆଗ୍ରହୀ ଅଛନ୍ତି । ହିଟମ୍ୟାନଙ୍କ ଏହି ସିକ୍ରେଟ ଡାଏଟ ପ୍ଲାନ ଏବେ ଚର୍ଚ୍ଚାର ବିଷୟ।

author-image
Manas Ranjan Mohanty
ROHIT SHARMA

ROHIT SHARMA Photograph: (OTV)

ଟି୨୦ ଅନ୍ତର୍ଜାତୀୟ ଓ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଏବେ ଦିନିକିଆରୁ  ଅଧିନାୟକ ପଦରୁ ମଧ୍ୟ ରୋହିତ ଶର୍ମାଙ୍କୁ ହଟାଯାଇଛି । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଏକଦିବସୀୟ ଦଳରେ ତାଙ୍କୁ ସାମିଲ କରାଯାଇଛି, କିନ୍ତୁ ଅଧିନାୟକ ଦାୟିତ୍ୱ ଶୁବମନ ଗିଲଙ୍କୁ ଦିଆଯାଇଛି। ଏହା ପରେ ସମସ୍ତଙ୍କ ନଜର ରୋହିତଙ୍କ ଉପରେ।

Advertisment

ନୂଆ ଲୁକରେ ରୋହିତ

ଏକଦିବସୀୟ ଅଧିନାୟକତ୍ୱରୁ ହଟାଯିବା ପରେ ୩୮ ବର୍ଷୀୟ ରୋହିତ ଏଭଳି କିଛି କରିଛନ୍ତି ଯାହା ଫଳରେ ସେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ନୂଆ ଲୁକ ସମସ୍ତଙ୍କ ମନ ଜିଣିଛି। ଗତ କିଛି ମାସ ଧରି ରୋହିତ ନିଜର ଫିଟନେସ ଉପରେ ବେଶୀ ଧ୍ୟାନ ଦେଇଛନ୍ତି ଏବଂ ୨୦ କିଲୋଗ୍ରାମ ଓଜନ ମଧ୍ୟ ହ୍ରାସ କରିଛନ୍ତି। ତାଙ୍କର ଏହି ଲୁକ୍ ଦେଖି ପ୍ରଶଂସକମାନେ ବେଶ ଖୁସି। 

rohit
rohit Photograph: (GOOGLE)

ପ୍ରଶଂସକଙ୍କ ଉତ୍ସାହ

ରୋହିତଙ୍କ ନୂଆ ଲୁକ ଓ ଫିଟନେସ ପ୍ରଶଂସକଙ୍କୁ ଆକର୍ଷିତ କରିଛି। ଅନେକେ ତାଙ୍କର ଡାଏଟ ପ୍ଲାନ ବିଷୟରେ ଜାଣିବାକୁ ଆଗ୍ରହୀ ଅଛନ୍ତି । ହିଟମ୍ୟାନଙ୍କ ଏହି ସିକ୍ରେଟ ଡାଏଟ ପ୍ଲାନ ଏବେ ଚର୍ଚ୍ଚାର ବିଷୟ। 

Advertisment

ROHIT SHARMA
ROHIT SHARMA Photograph: (GOOGLE)

ମୁମ୍ବାଇରେ CEAT Awardsରେ ତାଙ୍କ ଲୁକକୁ ଦେଖି ଲୋକଙ୍କ ନଜର ହଟିନଥିଲା ରୋହିତଙ୍କ ଉପରୁ । ସାମ୍ପ୍ରତିକ ବର୍ଷଗୁଡ଼ିକରେ ରୋହିତଙ୍କ ଫିଟନେସ୍ ଉପରେ କିଛି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କାରଣ ବୟସ ଯୋଗୁଁ ସେ କିଛି ଓଜନ ବୃଦ୍ଧି ପାଇଥିଲେ ଏବଂ ଅନଲାଇନରେ ଟ୍ରୋଲର ଶିକାର ବି ହୋଇଥିଏଲେ । CEAT ପୁରସ୍କାର ଉତ୍ସବରେ ଏକ ମେରୁନ ରଙ୍ଗର ସୁଟ୍ ପିନ୍ଧିଥିଲେ । ଯେଉଁଠାରେ ସେ ଶ୍ରେୟସ ଆୟର ଏବଂ ସଞ୍ଜୁ ସାମସନଙ୍କ ସହିତ ଯୋଗ ଦେଇଥିଲେ । 

Advertisment
Related Articles
Advertisment