Advertisment

No Pin Needed: ପିନ୍ ଦରକାର ନାହିଁ, ଏଭଳି ହେବ ୟୁପିଆଇ ପେମେଣ୍ଟ...ପଢ଼ନ୍ତୁ ଗୋଟିଏ କ୍ଲିକରେ

ଦେଶରେ ସବୁଠାରୁ ଅଧିକ ବ୍ୟବହୃତ ଡିଜିଟାଲ ପେମେଣ୍ଟ ସିଷ୍ଟମ UPI ଅପଗ୍ରେଡ ହୋଇଛି। ଆପଣ ନିଜର ଫେସ୍ ଭେରିଫିକେସନ କିମ୍ବା ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ ପେମେଣ୍ଟ କରିପାରିବେ, ଅର୍ଥାତ୍ ଏବେ ଆପଣଙ୍କୁ ୪ କିମ୍ବା ୬ ଅଙ୍କର UPI ପିନ୍ ପୂରଣ କରିବାର ଆବଶ୍ୟକତା ନାହିଁ, କି ଏହାକୁ ମନେ ରଖିବା ବି ଦରକାର ନାହିଁ ।

author-image
Manas Ranjan Mohanty
UPI

UPI Photograph: (OTV)

ଦେଶରେ ସବୁଠାରୁ ଅଧିକ ବ୍ୟବହୃତ ଡିଜିଟାଲ ପେମେଣ୍ଟ ସିଷ୍ଟମ UPI ଅପଗ୍ରେଡ ହୋଇଛି। ଆପଣ ନିଜର ଫେସ୍ ଭେରିଫିକେସନ କିମ୍ବା ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ ପେମେଣ୍ଟ କରିପାରିବେ, ଅର୍ଥାତ୍ ଏବେ ଆପଣଙ୍କୁ ୪ କିମ୍ବା ୬ ଅଙ୍କର UPI ପିନ୍ ପୂରଣ କରିବାର ଆବଶ୍ୟକତା ନାହିଁ, କି ଏହାକୁ ମନେ ରଖିବା ବି ଦରକାର ନାହିଁ ।  ଏହି ନୂଆ ସୁବିଧା ଆଧାର-ଆଧାରିତ ବାୟୋମେଟ୍ରିକ ଅଥେଣ୍ଟିକେସନ ଉପରେ କାମ କରିବ। ଏହା ଦ୍ୱାରା ଟ୍ରାଞ୍ଜାକସନ ଆହୁରି ଦ୍ରୁତ, ସହଜ ଏବଂ ସୁରକ୍ଷିତ ହେବ। ଆସନ୍ତୁ ୫ଟି ପଏଣ୍ଟରେ ଏହି ପରିବର୍ତ୍ତନ ବିଷୟରେ ବିସ୍ତୃତ ଭାବେ ଜାଣିବା।

Advertisment

ଫେସ୍ କିମ୍ବା ଫିଙ୍ଗରପ୍ରିଣ୍ଟ ପେମେଣ୍ଟ 

ନ୍ୟାସନାଲ ପେମେଣ୍ଟ  କର୍ପୋରେସନ ଅଫ ଇଣ୍ଡିଆ (NPCI) ଏବେ ପେମେଣ୍ଟ ଭେରିଫିକେସନ ପାଇଁ ଏକ ନୂଆ ପଦ୍ଧତି ଆଣିଛି। ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ସଚିବ ଏମ ନାଗରାଜୁ ଏହି ସୁବିଧା ଲଞ୍ଚ କରିଛନ୍ତି। ଏହା ଅଧୀନରେ ଉପଭୋକ୍ତାମାନେ କୌଣସି ପେମେଣ୍ଟକୁ ଫେସ୍ ରେକଗନୀସନ କିମ୍ବା ଫିଙ୍ଗରପ୍ରିଣ୍ଟ ସ୍କାନ ମାଧ୍ୟମରେ ଅନୁମୋଦନ କରିପାରିବେ। ଅର୍ଥାତ୍, ଏବେ ପିନ୍ ପୂରଣ କରିବା ଆଉ ଦରକାର ହେବନି । 

ନୂଆ ସୁବିଧା ଆଧାର-ଆଧାରିତ ବାୟୋମେଟ୍ରିକ ଡାଟା ଉପରେ କାମ କରିବ। କେନ୍ଦ୍ର ସରକାରଙ୍କ ପାଖରେ ପୂର୍ବରୁ ଆଧାର କାର୍ଡଧାରୀ ନାଗରିକଙ୍କର ଫିଙ୍ଗରପ୍ରିଣ୍ଟ, ଆଇରିସ୍ ସ୍କାନ ଏବଂ ଚେହେରାର ଡାଟାର ରେକର୍ଡ ରହିଛି। ଏବେ ଏହି ଡାଟାର ସାହାଯ୍ୟରେ ପେମେଣ୍ଟ ଭେରିଫିକେସନ ହେବ। ଯେତେବେଳେ ଜଣେ ଉପଭୋକ୍ତା ଟ୍ରାଞ୍ଜାକ୍ସନ ଆରମ୍ଭ କରିବେ, ତାଙ୍କୁ ପିନ୍ ପୂରଣ କରିବା ବଦଳରେ ନିଜର ଫିଙ୍ଗରପ୍ରିଣ୍ଟ କିମ୍ବା ଚେହେରା ସ୍କାନ କରିବାକୁ ହେବ। ଏହା ଦ୍ୱାରା ପେମେଣ୍ଟ  ପ୍ରକ୍ରିୟା ଦ୍ରୁତ ହେବ ଏବଂ ସୁରକ୍ଷା ମଧ୍ୟ ବଜାୟ ରହିବ ।

Advertisment

RBIର ନୂଆ ଗାଇଡଲାଇନ ଖୋଲିଲା ପଥ

କେନ୍ଦ୍ରୀୟ ବ୍ୟାଙ୍କ (RBI) ନିକଟରେ ଏକ ଗାଇଡଲାଇନ ଜାରି କରିଥିଲା, ଯେଉଁଥିରେ ପାରମ୍ପରିକ ପିନ୍ ବ୍ୟତୀତ ବିକଳ୍ପ ଅଥେଣ୍ଟିକେସନ ପଦ୍ଧତିଗୁଡ଼ିକୁ ଅନୁମୋଦନ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ବ୍ୟାଙ୍କ ଏବଂ ଫିନଟେକ କମ୍ପାନୀମାନଙ୍କୁ ନୂଆ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଗ୍ରାହକ ଅଥେଣ୍ଟିକେସନରେ ଉନ୍ନତି ଆଣିବାର ସ୍ୱାଧୀନତା ମିଳିଛି। 

ବିଶେଷଜ୍ଞମାନେ କହୁଛନ୍ତି ଯେ ବାୟୋମେଟ୍ରିକ ଅଥେଣ୍ଟିକେସନ ଦ୍ୱାରା UPI ଜାଲିଆତିର ମାମଲା କମିବ। ପିନ୍‌ର ତୁଳନାରେ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍ ରେକଗନୀସନ ଚୋରି କରିବା କିମ୍ବା ନକଲ କରିବା ପ୍ରାୟ ଅସମ୍ଭବ। ତେଣୁ ଏହି ପେମେଣ୍ଟ  ଅଧିକ ସୁରକ୍ଷିତ ହେବ। ବିଶେଷ କରି ବୟସ୍କ ଏବଂ କମ ଶିକ୍ଷିତ ଉପଭୋକ୍ତାଙ୍କ ପାଇଁ ଏହା ସାହାଯ୍ୟକାରୀ ହେବ, ଯେଉଁମାନେ ପିନ୍ ମନେ ରଖିବାକୁ ଅସୁବିଧା ଅନୁଭବ କରନ୍ତି। 

ଗୋପନୀୟତା ଏବଂ ଡାଟା ସୁରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ

ଏହା ଏକ କ୍ରାନ୍ତିକାରୀ ପରିବର୍ତ୍ତନ ପରି। ତଥାପି, ଅନ୍ୟପଟେ ବିଶେଷଜ୍ଞମାନେ ମଧ୍ୟ ଏହା ଉପରେ ଧ୍ୟାନ ଦେଉଛନ୍ତି ଯେ ଏହାର ସଫଳତା ପାଇଁ ଗୋପନୀୟତା ସୁରକ୍ଷା ସିଷ୍ଟମର ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ। ଉପଭୋକ୍ତାଙ୍କ ସହମତି, ବାୟୋମେଟ୍ରିକ ଡାଟାର ସୁରକ୍ଷା ଏବଂ ସମସ୍ତ ବ୍ୟାଙ୍କ ଓ ଆପ୍‌ଗୁଡ଼ିକରେ ସିଷ୍ଟମର ସୁଗମ କାର୍ଯ୍ୟକାରିତା ଉପରେ ପୂର୍ଣ୍ଣ ଧ୍ୟାନ ଦେବାକୁ ହେବ। 

Advertisment
Related Articles
Advertisment