/odishatv-khabar/media/media_files/2025/10/08/banana-2025-10-08-15-19-20.jpg)
banana Photograph: (OTV)
କଦଳୀ ଖାଇବା ପରେ ଆପଣ ପାଣି ପିଉଛନ୍ତି କି ? ତେବେ ଏହି ଖବରଟି ଆପଣଙ୍କ ପାଇଁ । ପୋଟାସିୟମ, ଫାଇବର, ଭିଟାମିନ ବି୬ ଏବଂ ଭିଟାମିନ ସି ଭଳି ପୋଷକ ତତ୍ତ୍ୱରେ ଭରପୂର କଦଳୀ ଏକ ଏଭଳି ଫଳ ଯାହା କେବଳ ସ୍ୱାଦରେ ମିଠା ଓ ନରମ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ବରଦାନ ବୋଲି ବିବେଚନା କରାଯାଏ। କିନ୍ତୁ ଏହାକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଠିକ୍ କି? ଏହା ଜାଣିବା ପାଇଁ ଏହି ରିପୋର୍ଟଟି ନିହାତି ପଢ଼ନ୍ତୁ
ପାଣି ପିଇବା ଉଚିତ କି ନୁହେଁ?
କଦଳୀକୁ ଏକ ଥଣ୍ଡା ଫଳ ବୋଲି ଗଣାଯାଏ, ଯାହା ହଜମ ହେବାରେ ସମୟ ନିଏ। ଏପରି ସ୍ଥିତିରେ ଯଦି ଆପଣ କଦଳୀ ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଅନ୍ତି, ତେବେ କଫ, କାଶ ଏବଂ ଥଣ୍ଡା ଭଳି ସମସ୍ୟା ଦେଖାଦେଇପାରେ। ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି ଯେ କଦଳୀ ଖାଇବା ପରେ ଅତି କମରେ ୨୦ରୁ ୩୦ ମିନିଟ୍ ପରେ ହିଁ ପାଣି ପିଇବା ଉଚିତ।
କଦଳୀ ଖାଇବା ପରେ ପାଣି ପିଇଲେ କ’ଣ ହୁଏ ?
• ଗ୍ୟାସ୍: କଦଳୀ ଖାଇବା ପରେ ପାଣି ପିଇଲେ କିଛି ଲୋକଙ୍କୁ ପେଟ ସମ୍ବନ୍ଧୀୟ ଅସୁବିଧା ଯେପରିକି ଭାରୀପଣ ଏବଂ ଗ୍ୟାସ୍ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ତେଣୁ କଦଳୀ ଖାଇବା ପରେ ପାଣି ପିଇବାକୁ ଏଡ଼ାଇ ଦିଅନ୍ତୁ।
• ଥଣ୍ଡା-ଜ୍ୱର: କଦଳୀ ଥଣ୍ଡା ହେବା କାରଣରୁ ଏହା ଖାଇବା ପରେ ଥଣ୍ଡା ପାଣି ପିଇଲେ ଶରୀରର ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇପାରେ, ଯାହା ଥଣ୍ଡା-ଜ୍ୱର ଭଳି ରୋଗର କାରଣ ହୋଇପାରେ। ଏଭଳି ସମସ୍ୟାରୁ ବଞ୍ଚିବା ପାଇଁ ଏହାକୁ ଏଡ଼ାନ୍ତୁ।
• ହଜମ ଧୀମା: କଦଳୀ ଖାଇବା ପରେ ପାଣି ପିଇଲେ ହଜମ ପ୍ରକ୍ରିୟା ଧୀମା ହୋଇପାରେ, ଯାହା ପେଟ ସମ୍ବନ୍ଧୀୟ ଅସୁବିଧାର କାରଣ ହୋଇପାରେ। ପେଟକୁ ସୁସ୍ଥ ରଖିବା ପାଇଁ କଦଳୀ ଖାଇବା ପରେ ପାଣି ପିଅନ୍ତୁ ନାହିଁ।
ଖାଇବାର ସଠିକ ଉପାୟ କ’ଣ ?
• କେବେ ଖାଆନ୍ତୁ: କଦଳୀ ଖାଇବା ପରେ ଅତି କମରେ ୨୦ରୁ ୩୦ ମିନିଟ୍ ପରେ ହିଁ ପାଣି ପିଇବାକୁ ପରାମର୍ଶ ଦିଆଯାଏ।
• ଶୋଷ ଲାଗିଲେ କ’ଣ କରିବେ: ଗରମ ପାଣି କିମ୍ବା ସାଧାରଣ ତାପମାତ୍ରାରେ ଥିବା ପାଣି ହିଁ ପିଅନ୍ତୁ।
• ଥଣ୍ଡା ପାଣି ପିଅନ୍ତୁ ନାହିଁ: ଖାସକରି ଶୀତଦିନେ କିମ୍ବା ରାତିରେ ଖାଇବା ପରେ ଥଣ୍ଡା ପାଣିକୁ ସମ୍ପୂର୍ଣ୍ଣ ଏଡ଼ାନ୍ତୁ।
Odisha Lawyers Mass Protest: ଆଜି ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ

Police personnel attacked: ପୋଲିସକୁ ମାଡ; ପିସିଆର ଭ୍ୟାନ ଭଙ୍ଗାରୁଜା ଉଦ୍ୟମ

Cancer Risk: ଖାଉଛନ୍ତି କି ଏହି ସବୁ ଖାଦ୍ୟ, ହୋଇପାରେ କ୍ୟାନସର !

India’s longest railway tunnel: ହିମାଳୟ ଛାତି ଉପରେ ନିର୍ମାଣ ହେଉଛି ଦେଶର ସବୁଠୁ ଲମ୍ବା ରେଳ ସୁଡଙ୍ଗ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)