Advertisment

E-Certificates Only in Name: ଅନଲାଇନରେ ମିଳୁନି ସାର୍ଟିଫିକେଟ୍ , ତହସିଲ ଆସି ହାତଗୁଞ୍ଜା ଦେଲେ ଦୌଡ଼ୁଛି ଫାଇଲ୍ !

ନାଁକୁ ଇ-ସାର୍ଟିଫିକେଟ୍ । ତୁଛାରେ ବଢ଼ୁଛି ଅଯଥା ଖାରଜ, ଆପ୍ଲିକାଣ୍ଟ ନାକେଦମ୍ । ଜାତି ପ୍ରମାଣପତ୍ର ହେଉ କି ଲିଗାଲ୍ ହେୟାର ସାର୍ଟିଫିକେଟ୍। ଘରେ ବସି ଅନଲାଇନରେ ୩୨ଟି ବିଭାଗର ବିଭିନ୍ନ ସେବା ହାତ ପାଆନ୍ତାରେ ମିଳିଯିବା ନେଇ ସରକାରଙ୍କ ବ୍ୟବସ୍ଥା କେତେ ଫଳପ୍ରଦ ?

author-image
Manas Ranjan Mohanty
E-SEVA-In-TROUBLE

E-SEVA-In-TROUBLE Photograph: (OTV)

ନାଁକୁ ଇ-ସାର୍ଟିଫିକେଟ୍ । ତୁଛାରେ ବଢ଼ୁଛି ଅଯଥା ଖାରଜ, ଆପ୍ଲିକାଣ୍ଟ ନାକେଦମ୍ । ଜାତି ପ୍ରମାଣପତ୍ର ହେଉ କି ଲିଗାଲ୍ ହେୟାର ସାର୍ଟିଫିକେଟ୍। ଘରେ ବସି ଅନଲାଇନରେ ୩୨ଟି ବିଭାଗର ବିଭିନ୍ନ ସେବା ହାତ ପାଆନ୍ତାରେ ମିଳିଯିବା ନେଇ ସରକାରଙ୍କ ବ୍ୟବସ୍ଥା କେତେ ଫଳପ୍ରଦ ? କେମିତି ଏଥିପାଇଁ ଚାଲୁଛି ହାତଗୁଞ୍ଜା କାରବାର...ଭାତ ହାଣ୍ଡିରୁ ଗୋଟିଏ ଚିପିଲେ ଧରାପଡ଼ିବା ଭଳି, ଭୁବନେଶ୍ବର ତହସିଲ ପାଖରୁ ସ୍ପାଏ କ୍ୟାମେରାରେ କଏଦ ହୋଇଛି ଦୃଶ୍ୟ । 

Advertisment



ଓକିଲ: ବରିମୁଣ୍ଡ ଆରଆଇକୁ ପଠାଇଦେବି…RIକୁ ୫ଶହରୁ ହଜାରେ ଦେବ। ଏଠି ତହସିଲରେ ହଜାରେ ଖର୍ଚ୍ଚ ହେବ…୨ ହଜାର ଟଙ୍କା ଭିତରେ ଖର୍ଚ୍ଚ ହେବ…
ରିପୋର୍ଟର: ଏତେ ଅଧିକ ଲାଗିବ ?
ଓକିଲ: ଏଠି ହଜାରେ…ଆର ଆଇ ହଜାରେ…
ରିପୋର୍ଟର: ଆଗରୁ ଏତେ ନଥିଲା?
ଓକିଲ: ଦେଖ, ଅନଲାଇନ୍ ଆପ୍ଲାଏ କଲେ କମ୍ପ୍ୟୁଟରବାଲା ନବ ୨ଶହ। ଆଫିଡେଭିଟ୍ ୨ଶହ। ଯିଏ ଆପ୍ରୁଭାଲ୍ କରିବ ୨ଶହ ନେବ। ଆମେ ୨ଶହ ପାଇବୁ…


ଦେଖିଲେ ତ’ ତହିସଲକୁ ଘରୁ ବା ଜନସେବା କେନ୍ଦ୍ର ଜରିଆରେ ଅନଲାଇନରେ କୌଣସି ଇ-ସାର୍ଟିଫିକେଟ୍ ପାଇଁ ଆପ୍ଳାଏ କଲା ପରେ ବି କେତେ ଖର୍ଚ୍ଚ ହେବ ? ଏ ହେଉଛି ଭୁବନେଶ୍ବର ତହସିଲରେ ଜଣେ ଓକିଲଙ୍କ ଉତ୍ତର। ଆପଣ ଯଦି ଅନଲାଇନରେ କାଷ୍ଟ ସାର୍ଟିଫିକେଟ୍ ପାଇଁ ଆପ୍ଲାଏ କରି ବସି ପଡ଼ିଲେ, ନିଶ୍ଚିତ ସାର୍ଟିଫିକେଟ୍ ମିଳିବାର କୌଣସି ଗ୍ୟାରେଣ୍ଟି ନାହିଁ। ବିଭିନ୍ନ ବାହାନା ଦେଖାଇ ଏହାକୁ ରିଜେକ୍ଟ ବି କରାଯାଇପାରେ। ଯେମିତିକି ଲିଗାଲ ହେୟାର ସାର୍ଟିଫିକେଟ୍ ପାଇବାକୁ ଆବେଦନ କରିବାର ୨ ମାସ ପରେ ବି ଆବେଦନ ରିଜେକ୍ଟ ହେବାରୁ ବରମୁଣ୍ଡା ଗାଁର ଜଣେ ବ୍ୟକ୍ତି କେମିତି ତହସିଲ ଅଫିସ ଆସିବାକୁ ବାଧ୍ୟ ହୋଇଛନ୍ତି। 

Advertisment

ରିପୋର୍ଟର: ଆପଣ କ’ଣ ଏଠାକୁ ଇନକମ୍- ସାର୍ଟିଫିକେଟ ନେବାକୁ ଆସିଥିଲେ ?
ବରମୁଣ୍ଡାର ବ୍ୟକ୍ତି: ନା, ନା ମୁଁ ଲିଗାଲ ହେୟାର ସାର୍ଟିଫିକେଟ୍ ପାଇଁ ଆସିଛି।…ଅନଲାଇନରେ ଦୁଇ ମାସ ତଳେ ଆପ୍ଲାଏ କରିଥିଲି। ରିଜେକ୍ଟ ହୋଇଗଲା ?
ରିପୋର୍ଟର: ଜନସେବା କେନ୍ଦ୍ରରେ ଆପ୍ଲାଏ କରିଥିଲେ ?
ବରମୁଣ୍ଡାର ବ୍ୟକ୍ତି: ହଁ, ଦେଢ ଶହ ଟଙ୍କା ଦେଇ ଆପ୍ଳାଏ କରିଥିଲି…ଦୁଇ ମାସ ପରେ ଜାଣିଲି ରିଜେକ୍ଟ ହୋଇଛି..
ରିପୋର୍ଟର: ତା’ ପରେ ଆସି ଏଠି କାହାକୁ ଧରିବାକୁ ଚେଷ୍ଟା କରୁଛନ୍ତି?
ବରମୁଣ୍ଡାର ବ୍ୟକ୍ତି: ଆମର ଜଣେ ଜାଗା-ବାଡ଼ି କାମ କରୁଥିବା ଓକିଲଙ୍କୁ ଧରିଛି…ହଁ ସେ ହଜାରେ…ଦୁଇ ହଜାର ନେବେ। ମୋର ମାସେ ଟାଇମ୍ ସରିଲା ପରେ ବି କୌଣସି RI ଇନସ୍ପେକସନ୍ ପାଇଁ ଗଲେନି। 
ରିପୋର୍ଟର: ଟାଇମ୍ ପଳାଇଲା ପରେ ରିଜେକ୍ଟ ହୋଇଯାଇଥିବ…
ବରମୁଣ୍ଡା ବ୍ୟକ୍ତି: ହଁ…

ଜାଣନ୍ତୁ ୨୦୧୨ରେ ପ୍ରଣୀତ ଜନସେବା ଅଧିକାର ଆଇନକୁ। ନିୟମ ରହିଛି, ଆବେଦନର ୧୫ ଦିନ ଭିତରେ ଆପଣଙ୍କୁ କାଷ୍ଟ ସାର୍ଟିଫିକେଟ୍ ମିଳିଯିବ। ଲିଗାଲ ହେୟାର ସାର୍ଟିଫିକେଟ୍ ମିଳିବାର ଅବଧି ବି ୩୦ ଦିନ।  ରାଜସ୍ବ ବିଭାଗର ORTPS ଓ୍ବେବସାଇଟ୍- ସ୍ପଷ୍ଟ ଭାବେ ଦର୍ଶାଯାଇଛି ଏଯାଏଁ ରାଜ୍ୟରେ ପ୍ରାୟ ୧୫ ଲକ୍ଷ ଲୋକ କାଷ୍ଟ ସାର୍ଟିଫିକେଟ୍ ପାଇଁ ଆବେଦନ କରିଛନ୍ତି। ତା ଭିତରୁ ପ୍ରାୟ ୧୨ ଲକ୍ଷ ମଂଜୁର ହୋଇଥିବାବେଳେ ପାଖାପାଖି ୨ ଲକ୍ଷ ରିଜେକ୍ଟ ହୋଇଛି। ୧୫ ଦିନରେ ଇ-ସାର୍ଟିଫିକେଟ ମିଳିବା ଜାଗାରେ ବେଳେବେଳେ ୫୫ ଦିନ ବି ଲାଗିଯାଉଛି। ଏବେ ବି ଜାତି-ପ୍ରମାଣପତ୍ର ପାଇବା ପାଇଁ ୫୨ ହଜାର ଆବେଦନ ପଡ଼ିଛି। ସାମାଜିକ କର୍ମୀ କହିଛନ୍ତି ରିଡେକ୍ଟର କାରଣ ଖୋଜା ହେଲେ ଢ଼ୋଲ ଭିତର ମୂଷ ଧରା ପଡ଼ିବେ। ତେଣେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଇ-ପ୍ରମାଣପତ୍ର ବିଳମ୍ବର ସମୀକ୍ଷା ହେବ।...

ସାଧାରଣ ଲୋକଙ୍କୁ ସହଜରେ ୩୨ଟି ବିଭାଗର ୪୩୩ଟି ସେବା ଅନଲାଇନରେ ଯୋଗାଇବାକୁ ସରକାରୀ ବ୍ୟବସ୍ଥା କରାଯାଇଛି। ଏମିତିକି ଇ-ସେବା ହ୍ବାଟସଆପରେ ମିଳିବ ବୋଲି ସରକାର କହିଲେଣି। ମାତ୍ର କିଛି ଅସାଧୁ କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା ବାଟ ହୁଡ଼ୁଛି ବୋଲି ଜଳ ଜଳ ଦିଶୁଛି।...

Advertisment
Related Articles
Advertisment