/odishatv-khabar/media/media_files/2025/12/11/kritika-kamra-2025-12-11-15-59-17.jpg)
kritika-kamra Photograph: (OTV)
ଟିଭି ଓ ଓଟିଟିର ଲୋକପ୍ରିୟ ଓ ଚର୍ଚ୍ଚିତ ଅଭିନେତ୍ରୀ କୃତିକା କାମରା । ତାଙ୍କର ଏକ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ଏବେ ଚର୍ଚ୍ଚାରେ ରହିଛି । ଅଭିନେତ୍ରୀ ଜଣଙ୍କ ଜଣେ ବ୍ୟକ୍ତିଙ୍କ ଫଟୋ ସେୟାର କରିଛନ୍ତି ଯିଏ କ୍ରିକେଟ ଜଗତର ଜଣାଶୁଣା ଚେହେରା ।
ସୋସିଆଲ୍ ମିଡିଆରେ ଅଭିନେତ୍ରୀ କୃତିକା କାମରାଙ୍କ ଡେଟିଙ୍ଗ୍ ଖବର ଛାଇ ଯାଇଛି। ସେହି ବ୍ୟକ୍ତି ଜଣକ ଆଉ କେହି ନୁହେଁ, କ୍ରିକେଟ ଜଗତର ଲୋକପ୍ରିୟ ହୋଷ୍ଟ୍ ଗୌରବ କପୁର । ସୋସିଆଲ୍ ମିଡିଆରେ ଗୌରବ୍ କପୁରଙ୍କ ସହ ଏକ ଫଟୋ ଶେୟାର୍ କରି ଅଭିନେତ୍ରୀ ଲେଖିଥିଲେ, “ବ୍ରେକଫାଷ୍ଟ୍ ୱିଥ୍”।
ଏହି ପୋଷ୍ଟରେ ସେଲିବ୍ରିଟି ମାନେ ରିଆକ୍ସନ ଦେଇଥିଲେ ଏବଂ ଲେଖିଥିଲେ, “ଶେଷରେ”। ସେହିପରି ହାର୍ଟ୍ ଇମୋଜିରେ ପୁରା କମେଣ୍ଟ୍ ସେକ୍ସନ୍ ଭରି ଯାଇଛି । କୃତିକା କାମରାଙ୍କ ଜନ୍ମ ୨୫ ଅକ୍ଟୋବର ୧୯୮୮ରେ ହୋଇଥିଲା। ଅଭିନେତ୍ରୀଙ୍କ ବୟସ ଏବେ ୩୭ ବର୍ଷ । ଅନ୍ୟପକ୍ଷରେ ଗୌରବ କପୁର ଜନ୍ମ ୧୧ ଏପ୍ରିଲ୍ ୧୯୮୧ରେ ହୋଇଥିଲ। କୃତିକା କାମରାଙ୍କ ଠାରୁ ୭ ବର୍ଷ ବଡ଼ ଗୌରବ ।
ଗୌରବଙ୍କ ପର୍ସନାଲ ଲାଇଫ
୨୦୧୪ରେ କ୍ରିକେଟ୍ ହୋଷ୍ଟ୍ କିରତ୍ ଭଟ୍ଟଲଙ୍କୁ ବିବାହ କରିଥିଲେ ଗୌରବ। ଯଦିଓ ସେମାନଙ୍କ ବିବାହ ବିଚ୍ଛେଦ ନେଇ ସୋସିଆଲ ମିଡିଆରେ କୌଣସି ସୂଚନା ନାହିଁ । କିନ୍ତୁ ଚର୍ଚ୍ଚା ହେଉଛି ୨୦୨୧ରେ ଗୌରବ କପୁର ଓ କିରତ ଭଟ୍ଟଲଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଛି ।
ରିପୋର୍ଟ ଅନୁସାରେ ଗୌରବ କପୁର ୪୦ରୁ ୬୫ କୋଟି ଟଙ୍କାର ସଂପତ୍ତିର ମାଲିକ । ତାଙ୍କ ଆୟର ଅଧିକାଂଶ ଭାଗ ବ୍ରାଣ୍ଡ୍ ଏଣ୍ଡର୍ସମେଣ୍ଟ୍ (ବ୍ରାଣ୍ଡ୍ ପ୍ରୋମୋସନ୍) ଓ ପୋଡକାଷ୍ଟରୁ ଆସେ। ଅନ୍ୟପକ୍ଷରେ କୃତିକା କାମରାଙ୍କ ମୋଟ ସଂପତ୍ତି ୧୦ରୁ ୧୨ କୋଟି ଟଙ୍କା । ସେ ସିରିଜ୍ ଓ ସିରିଆଲ୍ (ଟିଭି ଧାରାବାହିକ) ମାଧ୍ୟମରେ ଆୟ କରନ୍ତି।
Pakistan’s Possible Breakup: ଦୁଇ ଭାଗ ହେବ ପାକିସ୍ତାନ; ଅଲଗା ହୋଇ ଗଢାହେବ ‘ସିନ୍ଧୁଦେଶ’

Horrific Ragging: ଡ୍ରଗ୍ସ ଖାଇଲେନି ବୋଲି ନିସ୍ତୁକ ପିଟିଲେ, ଛାତ୍ରଙ୍କୁ ପିଆଇଲେ ଶୌଚାଳୟ ପାଣି

Shocking Negligence: ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ, ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

Love Turns Deadly: ନାବାଳିକା ପ୍ରେମିକା ସାଜିଲା ରାକ୍ଷସୀ, ପାହାଡ଼ ଉପରେ ପ୍ରେମିକର ନେଲା ଜୀବନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)