/odishatv-khabar/media/media_files/2025/10/17/punjab-ips-cbi-raid-2025-10-17-18-15-21.jpg)
Punjab-IPS-CBI-RAID Photograph: (OTV)
ବସ୍ତା ବସ୍ତା ନୋଟ... ଯେମିତି ନୋଟ୍ ର ଗଦି । ଯୁଆଡେ ଅନାଇବେ ଖାଲି ୫୦୦ ଟଙ୍କିଆ । ଆପଣଙ୍କୁ ଲାଗୁଥିବ ଏ କୋଉ ବ୍ୟାଙ୍କ ନହେଲେ କୋଉଠି ଟଙ୍କାର ପ୍ରଦର୍ଶନୀ ଚାଲିଛି । ନାଇଁ ଆଜ୍ଞା ! ଟଙ୍କା ମିଳିଛି ଜଣେ ବରିଷ୍ଠ ଆଇପିଏସ୍ ବାବୁଙ୍କ ଘରୁ ।
ବଡ ବାବୁଙ୍କ ଘର ଥିଲା ଟଙ୍କା ଗୋଦାମ । ନୋଟ ଗଦିରେ ଶୋଇଥିଲେ ସେ । ଆଖି ଖୋସିହେଲା ଭଳି କଳାଧନ । ଖାଲି ନୋଟ ନୁହେଁ, ଏ ପୁଳା ପୁଳା ସୁନା, ସଜ୍ଜା ହୋଇଥିଲା ଭଳିକି ଦାମୀ ଘଣ୍ଟା । ଏଥିରୁ ଜାଣିପାରୁଥିବେ କେମିତି କଳାଧନର କୁବେର ପାଲଟିଥିଲେ ଏ ଆଇପିଏସ୍ ଜଣକ । ଚଢୁଥିଲେ ଦାମୀ ମସର୍ଡିଜ୍ ଆଉ ଅଡି କାର୍ । ବରିଷ୍ଠ ଆଇପିଏସ ଅଫିସରଙ୍କ ଅମାପ ସମ୍ପତ୍ତି ଦେଖି CBI ବି ଟେରା । ଟଙ୍କା ଗଣି ଗଣି ହାଲିଆ ଅଧିକାରୀ ।
୨୦୦୯ ବ୍ୟାଚର ପଞ୍ଜାବର ବରିଷ୍ଠ ଆଇପିଏସ ଅଫିସର ହରଚରଣ ସିଂହ ଭୁଲ୍ଲାରଙ୍କ ଘରେ ଛାପା ମାରି ଏସବୁ ସାମଗ୍ରୀ ଜବତ କରିଛି ସିବିଆଇ । ତାଙ୍କ ଘରୁ ମିଳିଛି ନଗଦ ୫ କୋଟି । ସଂପୃକ୍ତ IPS ଅଧିକାରୀ ଏବେ ପଞ୍ଜାବର ରୋପର୍ ରେଞ୍ଜରେ DIG ଭାବରେ ନିଯୁକ୍ତ ଅଛନ୍ତି । ୮ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ରେଡ୍ କରିଥିଲା ସିବିଆଇ ।
ଗୋଟିଏ ମାମଲାର ରଫାଦଫା କରିବାକୁ ୮ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଆଇପିଏସ ବାବୁ । ଫତେଗଡ଼ର ଜଣେ ସ୍କ୍ରାପ ଡିଲରଙ୍କୁ ମାଗିଥିଲେ ଲାଞ୍ଚ । ଟଙ୍କା ନଦେଲେ ମିଛ କେସ୍ର ଫସାଇବାକୁ ଦେଉଥିଲେ ଧମକ । ଏନେଇ ଅଭିଯୋଗ ପରେ ଆଇପିଏସ ହରଚରଣ ସିଂହଙ୍କୁ ଧରିବାକୁ ଜାଲ ବିଛାଇଥିଲା ସିବିଆଇ । ହରଚରଣଙ୍କ ନିର୍ଦ୍ଦେଶ ଅନୁସାରେ ଟଙ୍କା ନେଇ ମୋହାଲିରେ ଥିବା ଅଫିସରେ ପହଞ୍ଚିଥିଲେ ଅଭିଯୋଗକାରୀ । ଆଉ ସେଠି ତାଙ୍କଠୁ ଲାଞ୍ଚ ଟଙ୍କା ନେଉଥିବାବେଳେ ଆଇପିଏସ ବାବୁଙ୍କୁ ରଙ୍ଗେ ହାତ ମାଡି ବସିଥିଲା ସିବିଆଇ
ଏହାପରେ ହରଚରଣଙ୍କ ପଞ୍ଜାବ ଓ ଚଣ୍ଡିଗଡ ସ୍ଥିତ ଠିକଣାରେ ମାରିଥିଲା ଛାପା । ଆଉ ଚଢାଉ ବେଳେ ସାମ୍ନାକୁ ଆସିଥିଲା ବାବୁଙ୍କ କଳାସମ୍ପତ୍ତିର ପାହାଡ । ପୁଳା ପୁଳା ସୁନା, ବସ୍ତା ବସ୍ତା ଟଙ୍କା ଓ ଦାମୀ ଗାଡିଗୁଡିକ ଦେଖି ତାଜୁବ ହୋଇଥିଲେ ସିବିଆଇ ଅଧିକାରୀ । ବାବୁଙ୍କ ଘରୁ ମିଳିଥିଲା ବିପୁଳ ପରିମାଣର କ୍ୟାସ୍ । ଯାହାର ପରିମାଣ ପ୍ରାୟ ୫ କୋଟି ହେବ । ଏହାସହ ଦେଢ କେଜି ସୁନା, ୨୨ଟି ଦାମୀ ଘଣ୍ଟା, ୪୦ ଲିଟର ଇମ୍ପୋଡେଟ ମଦ ବୋତଲ ସହ ଗୁଳି ଓ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ସିବିଆଇ ଟିମ୍ । ହରଚରଣଙ୍କ ଗୋଟିଏ ମର୍ସିଡିଜ୍ ଓ ଅଡି କାର୍ ବି ସିଜ୍ ହୋଇଛି । ଏହି ଘଟଣାରେ ଆଇପିଏସ ହରଚରଣ ସିଂ ଭୁଲ୍ଲାରଙ୍କ ସହ ଜଣେ ମିଡିଲ୍ମ୍ୟାନଙ୍କୁ ଗିରଫ କରାଯାଇଛି । ମିଡିଲମ୍ୟାନଠାରୁ 21 ଲକ୍ଷ ଟଙ୍କା ନଗଦ ଜବତ ହୋଇଛି ।
ଜଣେ ବରିଷ୍ଠ ଆଇପିଏସଙ୍କୁ ଘରୁ ଏତେ ପରିମାଣର କଳାଧନ ମିଳିବା ଘଟଣା ସାରା ଦେଶରେ ସୃଷ୍ଟି କରିଛି ହଇଚଇ ।
SI Scam Exposed: କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ଖୁଲାସା, ଖୋଲିଲା ପୋଲିସ୍ SI କେଳେଙ୍କାରୀ

Son Fails to Identify Mother’s Body: ପୁଅ ଚିହ୍ନି ପାରିଲାନି ମାଆର ମୃତଦେହ, ଚକିତ ପୂରା ପରିବାର

Record Mass Surrender: ସବୁଠାରୁ ବଡ ନକ୍ସଲ ଆତ୍ମସମର୍ପଣ, ନଦୀ ଡେଇଁ ଚାଲି ଚାଲି ଆସିଥିଲେ

Truck Overturns: ଓଲଟିଲା ଟ୍ରକ୍, ବସ୍ତା ବସ୍ତା ଚାଉଳ ବୋହିନେଲେ ଲୋକେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)