Advertisment

CBI Begins Probe: SI ମହାକେଳେଙ୍କାରୀର ଘଣ୍ଟାଚକଟା ଆରମ୍ଭ କଲା ସିବିଆଇ , ଜାମିନରେ ଥିବା ୧୧୪ ଜଣଙ୍କୁ ହେବ ଜେରା

ପ୍ରଥମ ପର୍ଯ୍ୟାୟରେ ମୋଟ ୧୦ ଜଣ ପରୀକ୍ଷାର୍ଥୀଙ୍କୁ ସମନ ଜାରି କରାଯାଇଛି। ତେବେ ଶୁକ୍ରବାର ୪ ଜଣ ପରୀକ୍ଷାର୍ଥୀଙ୍କୁ ପାଖାପାଖି 8 ଘଣ୍ଟା ଜେରା କରିବା ପରେ ରାତି ପ୍ରାୟ ସାଢେ ୧୧ଟା ବେଳେ ଛାଡିଥିଲା ସିବିଆଇ। ଆଜି ଆଉ ୬ ଜଣ ସିବିଆଇରେ ହାଜର ହୋଇଥିଲେ।

author-image
Manas Ranjan Mohanty
SI-SCAM

SI-SCAM Photograph: (OTV)

ଶୁକ୍ରବାର ରାତିରେ ଦୀର୍ଘ ୮ ଘଣ୍ଟା ଜେରା ହେବା ପରେ ପାଟିରୁ ଆଉ କଥା ବାହାରୁନି। ଗଣମାଧ୍ୟମ ପ୍ରଶ୍ନରେ କି ଉତ୍ତର ଦେବେ ଜାଣି ପାରୁନାହାନ୍ତି। ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ସିବିଆଇ ଜେରା ହେବା ପରେ ଏମିତି କିଛି ପରୀକ୍ଷାର୍ଥୀଙ୍କ ଅବସ୍ଥା। ୪ ଦିନ ଧରି ଦସ୍ତାବିଜ୍ ଯାଞ୍ଚ ପରେ ଏହି ମାମଲାରେ ଜଡିତ 114 ପରୀକ୍ଷାର୍ଥୀଙ୍କ ଷ୍ଟେଟମେଣ୍ଟ ରେକର୍ଡରୁ ହିଁ ଆରମ୍ଭ ହୋଇଛି ସିବିଆଇ ତଦନ୍ତ ଧାରା ।

Advertisment

ପ୍ରଥମ ପର୍ଯ୍ୟାୟରେ ମୋଟ ୧୦ ଜଣ ପରୀକ୍ଷାର୍ଥୀଙ୍କୁ ସମନ ଜାରି କରାଯାଇଛି। ତେବେ ଶୁକ୍ରବାର ୪ ଜଣ ପରୀକ୍ଷାର୍ଥୀଙ୍କୁ ପାଖାପାଖି 8 ଘଣ୍ଟା ଜେରା କରିବା ପରେ ରାତି ପ୍ରାୟ ସାଢେ ୧୧ଟା ବେଳେ ଛାଡିଥିଲା ସିବିଆଇ। ଆଜି ଆଉ ୬ ଜଣ ସିବିଆଇରେ ହାଜର ହୋଇଥିଲେ। ସକାଳ ସମୟରେ ୨ ଜଣ ପହଞ୍ଚିଥିବା ବେଳେ ଅପରାହ୍ଣ ୩ଟା ସମୟରେ ଆଉ ୪ଜଣ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶୁକ୍ରବାର ଜେରାର ସମ୍ମୁଖୀନ ହୋଇଥିବା ସମସ୍ତ ପରୀକ୍ଷାର୍ଥୀ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ବେଳେ ଆଜି ହାଜର ସମସ୍ତ ପରୀକ୍ଷାର୍ଥୀ କଟକ ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି। କେଳେଙ୍କାରୀରେ ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ବୟାନ ରେକର୍ଡ କରିବା ସହ ଷଡଯନ୍ତ୍ରୀକାରୀଙ୍କୁ ଖୋଜୁଛି ସିବିଆଇ।...

ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ଗତ ୧୩ ତାରିଖରେ ସିବିଆଇ ମାମଲା ରୁଜୁ କରିଥିଲା। ପରେ କ୍ରାଇମବ୍ରାଞ୍ଚ୍ ଓ ବ୍ରହ୍ମପୁର ପୋଲିସ ନିକଟରୁ ସମସ୍ତ ଦସ୍ତାବିଜ ଆଣି ଯାଞ୍ଚ କରିବା ପରେ ଆରମ୍ଭ ହୋଇଛି ଖୋଳତାଡ। ଏହାରି ଭିତରେ ସିବିଆଇ ଖୋଜୁଛି, ପୂରା କେଳେଙ୍କାରୀ ପଛରେ ରହିଛି କେଉଁ ପ୍ରଭାବଶାଳୀ ଲୋକଙ୍କର ସମ୍ପୃକ୍ତି ? କିଏ ସେ ଅଫିସର ଯାହାଙ୍କ ପୃଷ୍ଠପୋଷକତାରେ ବଢୁଥିଲେ ଶଂକର ପୃଷ୍ଟି ଭଳି ଦଲାଲ ? କାହା ଛତ୍ରଛାୟା ତଳେ ଚାଲିଥିଲା ଚାକିରି ବିକ୍ରି ସିଣ୍ଡିକେଟ? କେଉଁଠି ଲୁଚିଛନ୍ତି ଆନ୍ତଃରାଜ୍ୟ ଦଲାଲ ?

୨୫ ଲକ୍ଷ ଟଙ୍କାରେ ପୋଲିସ SI ପଦବି ବିକ୍ରି ହେଉଥିବା ଜାଣିବା ପରେ 114 ପରୀକ୍ଷାର୍ଥୀ ଓ 3 ଦଲାଲଙ୍କ ସହ 117 ଜଣଙ୍କୁ ଶ୍ରୀକାକୁଲମରୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ। ପରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ଏଥିରେ ସଂପୃକ୍ତ ଥିବା ଦଲାଲ ମୁନା ମହାନ୍ତି, ପଞ୍ଚ ସଫ୍ଟ ମାଲିକ ଶଂକର ପୃଷ୍ଟି, ସିଲିକନ ଟେକ୍ ମୁଖ୍ୟ ସୁରେଶ ନାୟକ ସମେତ ୧୨ ଜଣଙ୍କୁ ଗିରଫ କରାଯାଇଥିଲା। ଘଟଣାରେ ଆନ୍ତଃରାଜ୍ୟ ଲିଙ୍କ ଥିବାରୁ ମାମଲାର ସିବିଆଇ ତଦନ୍ତ ସୁପାରିଶ କରିଥିଲେ ରାଜ୍ୟ ସରକାର। ଗତ ୧୩ ତାରିଖରେ ସିବିଆଇ ଏନେଇ ମାମଲା ରୁଜୁ କରିବା ପରେ ଆରମ୍ଭ କରିଛି ତଦନ୍ତ।...

Advertisment
Advertisment
Related Articles
Advertisment