/odishatv-khabar/media/media_files/2025/11/29/bmpr_additional_collector_family_basand-2025-11-29-12-09-58.jpg)
BMPR_ADDITIONAL_COLLECTOR_FAMILY_BASAND Photograph: (OTV)
ଅନ୍ୟ ଜାତିରେ ବିବାହ କରିଥିବାରୁ ଆସିକା ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୁଳ ସମାଜରୁ ଚଳିବା ପାଇଁ ବାରଣ କରାଯାଇଥିବା ମାମଲାରେ କାର୍ଯ୍ୟାନୁଷ୍ଠାନ। ୯ ଜଣଙ୍କ ନାଁରେ ମାମଲା ରୁଜୁ କଲା ଛତ୍ରପୁର ଥାନା ପୋଲିସ। ମୁନିଷିପେଣ୍ଠ ଗାଁ କୈବର୍ତ୍ତ ଜାତିର ୯ ଜଣଙ୍କ ନାଁରେ ମାମଲା ହୋଇଛି। ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ। ତାଙ୍କ ବାପାଙ୍କୁ ସମାଜର ଏକ ଭୋଜିରୁ ଅପମାନ କରି ଉଠାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପୁଅ ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ କୈବର୍ତ୍ତ ସମାଜ ପକ୍ଷରୁ ପରିବାରକୁ ସମାଜର ଏକ ବିବାହ ଭୋଜିରୁ ବାରଣ ସହ ଅପମାନିତ କରାଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଅଭିଯୋଗକୁ କୈବର୍ତ୍ତ ସମାଜ ପକ୍ଷରୁ ଖଣ୍ଡନ କରାଯାଇଛି।
ଅଭିଯୋଗ ଅନୁସାରେ ଗତ ଫେବୃଆରୀ ମାସରେ ଅତିରିକ୍ତ ତହସିଲଦାର ତଥା ମୁନିସିପେଣ୍ଠ ନିବାସୀ ସୌଦାଗର ବେହେରା ଅନ୍ୟ ଜାତିର ଝିଅ ସହ ବିବାହ କରିଥିଲେ | ଘଟଣାକୁ ବିଜୟ ତାଙ୍କ କୈବର୍ତ୍ତ କୂଳ ସମାଜକୁ ଜଣାଇଥିଲେ, କୂଳ ସମାଜ ପୁଅବୋହୁଙ୍କୁ ଛାଡିବ ନା କୂଳକୁ ବୋଲି ଧମକ ଦେଇଥିଲେ। ଗତ ୨୩ ତାରିଖ ଦିନ ଏକ ବିବାହ କାର୍ଯ୍ୟକ୍ରମରେ ବିଜୟ ଯୋଗଦେଇଥିବାରୁ ତାଙ୍କୁ ସମାଜର ଭଦ୍ରବ୍ୟକ୍ତି ମାନେ ଅପମାନିତ କରି ଭୋଜିକୁ ବାରଣ କରିଥିଲେ।
୯ ଜଣଙ୍କ ନାଁରେ ମାମଲା
ଆସିକା ଅତିରିକ୍ତ ତହସିଲଦାରଙ୍କ ପରିବାରକୁ ବାରଣ ମାମଲାରେ କାର୍ଯ୍ୟାନୁଷ୍ଠାନ
୯ ଜଣଙ୍କ ନାଁରେ ମାମଲା ରୁଜୁ କଲା ଛତ୍ରପୁର ଥାନା ପୋଲିସ
ମୁନିଷିପେଣ୍ଠ ଗାଁ କୈବର୍ତ୍ତ ଜାତିର ୯ ଜଣଙ୍କ ନାଁରେ ମାମଲା
ଅତିରିକ୍ତ ତହସିଲଦାରଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ
କୈବର୍ତ୍ତ ସମାଜ ବାରଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା
ପୁଅ ଅନ୍ୟ ଜାତିରେ ବିବାହ ଯୋଗୁଁ ବାରଣ କରିଥିବା ଅଭିଯୋଗ
ଏକ ବିବାହ ଭୋଜିରୁ ଅପମାନ କରି ଉଠାଇ ଦିଆଯାଇଥିବା ଅଭିଯୋଗ
Cult Classic Sholay: ବଡ଼ ପରଦାକୁ ଫେରିବ କଲ୍ଟ କ୍ଲାସିକ୍ ସୋଲେ , ଅରିଜିନାଲ୍ କ୍ଲାଇମେକ୍ସ ଦେଖିବେ ଦର୍ଶକ

Sudden Price Flare Up: ଅସମୟରେ ପରିବା ବଜାରରେ ନିଆଁ , କଞ୍ଚା ପରିବାରେ ହାତ ମାରିହେଉନି !

Twist in Pooja Amar Story: ଅମର ମାଗିଥିଲା କୋଟିଏ ଟଙ୍କା ! ପ୍ରେମ କାହାଣୀରେ ନୂଆ ଟ୍ବିଷ୍ଟ ...କଣ କରିବେ ସେଜଲ

Flight Operations Disrupted: ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ , ଆପଣ କରିଛନ୍ତି କି ଟିକେଟ...ଜାଣନ୍ତୁ ପୂରା ଖବର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)