Advertisment

Tension In Berhampur: ପୁଣି ଥରେ ଅଶାନ୍ତ ହେଲା ବ୍ରହ୍ମପୁର, ଆଇନଜୀବୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ପୁଣି ଥରେ ଅଶାନ୍ତ ହେଲା ବ୍ରହ୍ମପୁର। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆରମ୍ଭ ହୋଇଥିବା ଉତ୍ତେଜନା ଏଯାଏ ପ୍ରଶମିତ ହୋଇନି। ପୁଣି ଜଣେ ଆଇନଜୀବୀଙ୍କ ଉପରେ ହୋଇଛି ମରଣାନ୍ତକ  ଆକ୍ରମଣ।

author-image
Niharika Rout
Attack On Lawyer

Attack On Lawyer Photograph: (OTV)

ପୁଣି ଥରେ ଅଶାନ୍ତ ହେଲା ବ୍ରହ୍ମପୁର। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆରମ୍ଭ ହୋଇଥିବା ଉତ୍ତେଜନା ଏଯାଏ ପ୍ରଶମିତ ହୋଇନି। ଏବେ ପୁଣି ଥରେ ଉଠୁଛି ପଡ଼ୁଛି ରେଶମ ସହର। ପୁଣି ଜଣେ ଆଇନଜୀବୀଙ୍କ ଉପରେ ହୋଇଛି ମରଣାନ୍ତକ  ଆକ୍ରମଣ। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ମନରୁ ନଲିଭୁଣୁ  ଘଟିଛି ଆଉ ଏକ ଜଘନ୍ୟ କାଣ୍ଡ। 
 

Advertisment

ବଡ ବଜାର ଥାନା ଶାନ୍ତି ମାର୍ଗ ସେକେଣ୍ଡ ଲାଇନ୍ ରେ ଆଇନଜୀବୀ ମହେଶ ତ୍ରିପାଠୀ ନିଜ ପରିବାର ସହ ରହୁଥିବା ବେଳେ ତାଙ୍କ ଘର ଉପରକୁ ହୋଇଛି ବୋମା ମାଡ଼। ଗତକାଲି ରାତିରେ ୯ରୁ ୧୦ ଜଣ ଦୃର୍ବୁତ୍ତ ମହେଶଙ୍କ ଘର ନିକଟକୁ ଆସି ତାଙ୍କୁ ଗାଳି କରିବା ସହ ବୋମା ମାଡ଼ କରିଛନ୍ତି। ଏପରିକି ଖଣ୍ଡାରେ ଆକ୍ରମଣ କରିଛନ୍ତି, ଯାହାର ଦୃଶ୍ୟ କଏଦ ହୋଇଛି। 

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଏଭଳି ଆକ୍ରମଣ ଏବେ ପୁରା ଅଞ୍ଚଳରେ ଆତଙ୍କ ଖେଳାଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୋଜିବାକୁ ପୋଲିସ୍ ତନାଘନା ଚଳାଇଥିବା ବେଳେ ଏଯାଏ ସେମାନଙ୍କ ଟେର ପାଇପାରିନି। 

Advertisment

Police Berhampur Attack Crime
Advertisment
Related Articles
Advertisment