Advertisment

KISS Student’s Death Case: KISS ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପଡେଟ୍: ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା

KISS ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପଡେଟ୍। ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସହପାଠୀ। କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ୩ ଛାତ୍ରଙ୍କୁ ଅଟକ ରଖି ଇନଫୋସିଟି ପୋଲିସର ତଦନ୍ତ।

author-image
Chinmayee Sahoo
KISS Student Death

KISS Student Death Photograph: (OTV)

କିସ୍ ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପ୍‌ଡେଟ୍। ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସହପାଠୀ    । ୩ ଛାତ୍ରଙ୍କୁ ଅଟକ ରଖି ଇନଫୋସିଟି ପୋଲିସ ତଦନ୍ତ କରୁଛି। ଡାଲି ପଡ଼ିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣା ପଡିଛି। 

Advertisment

ସହପାଠୀମାନେ ଗଣ୍ଡଗୋଳ ପରେ ବାଥରୁମରେ ମାଡ଼ ମାରିଥିଲେ। ମାଡ଼ ମାରିବା ସହିତ ତଣ୍ଟି ଚିପି ହତ୍ୟା କରିଥିଲେ। ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି। ସେପଟେ ଜିରୋ FIRରେ ତଦନ୍ତ କରୁଥିଲା ପୋଲିସ ବୋଲି ଜଣା ପଡିଛି।

ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ସନ୍ଦେହଜନକ ଭାବେ ଛାତ୍ରଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ସନ୍ଦେହ ବଢିଥିଲା। ମୃତ ଛାତ୍ର ଶିବ ମୁଣ୍ଡା ନବମ ଶ୍ରେଣୀରେ ପଢୁଥିଲେ। ତାଙ୍କ ଘର କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ। ହତ୍ୟାକାଣ୍ଡ ଦିନ ତାଙ୍କ ପରିବାରକୁ ଗୋଡ ଭାଙ୍ଗି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କହିଥିଲେ ସ୍କୁଲ କର୍ତ୍ତୃପକ୍ଷ। ହେଲେ ପରେ ଛାତ୍ରଙ୍କ ବାପା ହସ୍ପିଟାଲରେ ପହଞ୍ଚିବା ପରେ ପୁଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଯାହା ପରେ ତଦନ୍ତ ଦାବି ଜୋର ଉଠିଥିଲା।

Advertisment

•    KISS ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପଡେଟ୍
•    ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସହପାଠୀ
•    ୩ ଛାତ୍ରଙ୍କୁ ଅଟକ ରଖି ଇନଫୋସିଟି ପୋଲିସର ତଦନ୍ତ
•    ଗଣ୍ଡଗୋଳ ପରେ ବାଥରୁମରେ ମାଡ଼ ମାରିଥିଲେ
•    ମାଡ଼ ମାରିବା ସହିତ ତଣ୍ଟି ଚିପି ହତ୍ୟା
•    କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା
•    ଜିରୋ FIRରେ ତଦନ୍ତ କରୁଥିଲା ପୋଲିସ

KISS
Advertisment
Related Articles
Advertisment