/odishatv-khabar/media/media_files/2025/11/24/exclusive-chori-report-2025-11-24-21-29-49.jpg)
CHORI-REPORT Photograph: (OTV)
ଲୋକସେବା ଭବନରେ ମାତିଛନ୍ତି ଏସି ଚୋର । ହାଇସିକ୍ୟୁରିଟି ଜୋନ ଭିତରେ ଚୋରି । ଗୋଟିଏ କି ଦୁଇଟି ନୁହେଁ, ନିୟମିତ ବ୍ୟବଧାନରେ ହେଉଛି ଚୋରି । ଏସି ଅଛି ହେଲେ କଂପ୍ରେସର ଗାଏବ। ଅବକାରୀ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନରେ ଏତଲା ବି ହୋଇଛି। ବିଭାଗର ଅନୁସଚିବ ପରୀକ୍ଷିତ ଭୋଇ ଦୁଇଟି ଏସି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଆଉ ତାପରେ ଖୋଳତାଡ଼ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୋଲିସ। ସୂଚନା ଅନୁସାରେ ପୂର୍ବରୁ ବି ମହିଳା ଏବଂ ଶିଶୁ ବିକାଶ ଓ ଗ୍ରାମ୍ୟ ଉନୟନ ବିଭାଗରୁ ଏସି ଚୋରି ହୋଇଥିବା ଜଣା ପଡିଛି। ବିଭିନ୍ନ ବିଭାଗ ଏବଂ ବିଲ୍ଡିଂ ବାହାରେ ଲାଗିଥିବା ଏସି ଗୁଡିକ ନିୟମିତ ବ୍ୟବଧାନରେ ଚୋରି ହେଉଥିବା କୁହାଯାଉଛି। ପ୍ରତିକ୍ରିୟା ରଖିନଥିଲେ ବି ପୋଲିସ କହିଛି ତଦନ୍ତ ଚାଲିଛି ଖୁବ ଶୀଘ୍ର ଚୋର ଧରାପଡିବ।...
ଲୋକ ସେବା ଭବନ। ହାଇ ସିକ୍ୟୁରିଟି ଜୋନ୍। ମାଳ ମାଳ ସୁରକ୍ଷା କର୍ମୀ। ୨୪ ଘଣ୍ଟିଆ ସିସିଟିଭି ଆଲର୍ଟ। କିନ୍ତୁ ତା ଭିତରେ ବି ଚୋରି, ଲୋକସେବା ଭବନ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ଛିଡା କରିଛି। ବାହାରୁ ଚୋର ଆସି ଲୋକ ସେବା ଭବନ ଭିତରେ ପଶି କେମିତି ଚୋରି କରି ଖସିଯିବାରେ ସଫଳ ହେଲେ ? ନା ଲୋକସେବା ଭବନ ଭିତରେ ହିଁ ହୋଇଛି ଚୋରି କାରବାର ? ସନ୍ଦେହ ଘେରରେ ମେଣ୍ଟେନାନ୍ସ ବିଭାଗ। ମେଣ୍ଟେନାନ୍ସ ବିଭାଗ କର୍ମଚାରୀଙ୍କ ବିନା ସଂପୃକ୍ତିରେ ହାଇ ସିକ୍ୟୁରିଟି ଜୋନରେ ଚୋରି ସମ୍ଭବ କି?
Sanjay Dutt: ଭାଙ୍ଗି ପଡିଥିଲେ, ଘଣ୍ଟା ଘଣ୍ଟା ଧରି କାନ୍ଦିଥିଲେ... ସାହାଯ୍ୟର ହାତ ବଢାଇଥିଲେ ଏହି ବନ୍ଧୁ

Varanasi’s Timeless Identity: ଏଠି ମୃତ୍ୟୁ ହେଲେ ମିଳେ ମୋକ୍ଷ, ଭଗବାନ ଶିବଙ୍କ ତ୍ରିଶୂଳ ଉପରେ ରହିଛି ଏ ସହର

Father Returns Home: ନିଖୋଜ ବାପା ଫେରିଆସିଲେ, ଘରେ ଖୁସିର ଲହରୀ କିନ୍ତୁ ନାହାନ୍ତି ଆଉ ମାଆ

India Stares at Another Defeat: ଭାରତର ନୈରାଶ୍ୟଜନକ ପ୍ରଦର୍ଶନ , ପୁଣି ଥରେ ପରାଜୟ ମୁହାଁ ଦଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)