/odishatv-khabar/media/media_files/2026/01/26/rape-2026-01-26-13-25-23.jpg)
Rape Photograph: (OTV)
ଦେବଗଡ଼ରେ ଲଜ୍ଜା। ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଗତକାଲି ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ନାବାଳିକା। ବାରକୋଟ ଥାନା ଅଂଚଳରେ ଘଟିଛି ଏ ଲଜ୍ଜାଜନକ ଘଟଣା। ଉଦିତ ପାତ୍ର ନାମକ ଯୁବକ ଶିଶୁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଶିଶୁକନ୍ୟା ଚିତ୍କାର କରିବାରୁ ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ଼ ମାରିଥିଲେ ଗ୍ରାମବାସୀ। ଗ୍ରାମବାସୀଙ୍କ ମାଡରେ ଉଦିତଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଘଟଣାସ୍ଥଳରୁ ଉଦ୍ଧାର କରି ଅଭିଯୁକ୍ତକୁ ଦେବଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଡାକ୍ତରଖାନାରେ ପୋଲିସ ହେପାଜତରେ ଅଭିଯୁକ୍ତ ରହିଛି। ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମକୁ ସୂଚନା ଦିଆଯାଇଛି। ଚିକିତ୍ସା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ।
ଦେବଗଡ଼ରେ ଲଜ୍ଜା !
୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ
ବାରକୋଟ ଥାନା ଅଞ୍ଚଳର ଘଟଣା
ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର
ଅଭିଯୁକ୍ତ ଉଦିତ ପାତ୍ରକୁ ଧରି ନିସ୍ତୁକ ପିଟିଲେ ଲୋକ
ମାଡ଼ ଖାଇ ଆହତ ଅଭିଯୁକ୍ତ ଦେବଗଡ ଡାକ୍ତରଖାନାରେ ଭର୍ତ୍ତି
ଡାକ୍ତରଖାନାରେ ପୋଲିସ ହେପାଜତରେ ଅଭିଯୁକ୍ତ
Shubhanshu Shukla Honored with Ashoka Chakra: ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ସମ୍ମାନ ପ୍ରଦାନ

Colourful Parade at Kartavya Path: ଗର୍ଜିଲା ଆପାଚେ ହେଲିକପ୍ଟର, ବିଶ୍ୱ ଦେଖିଲା ଭାରତର ଶକ୍ତି, ସାମର୍ଥ୍ୟ ଓ ପରାକ୍ରମ

Who is blocking US-India trade deal? କାହିଁକି ଅଟକିଲା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି; ଅଡିଓ ଲିକ୍, ଏ ହେଉଛନ୍ତି ମେନ୍ ଭିଲେନ

Walking Barefoot at Home Problems: ଘରେ ଖାଲି ପାଦରେ ଚାଲୁଛନ୍ତି କି? ସାବଧାନ! ଆଣ୍ଠୁ-ଗଣ୍ଠି, ମେରୁଦଣ୍ଡ ପାଇଁ ବିପଦ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)