Advertisment

Minor Girl Raped And Murdered: ପଡୋଶୀ ପାଲଟିଗଲା ପିଶାଚ, ଘଟାଇଲା ବର୍ବର କାଣ୍ଡ

ନିଜ ଘର ଆଗରେ ଗୁରୁବାର ଖେଳୁଥିବା ୩ ବର୍ଷର କୁନି ଝିଅକୁ ଟାର୍ଗେଟ କଲା ପଡ଼ୋଶୀ ଯୁବକ ଶିବନାଥ। ମିଠାମିଠା କଥା କହି ପାଖକୁ ଡାକିଲା। ଗାଁ ପାଖ ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କଲା।

author-image
Chinmayee Sahoo
Rape And Murdered

Rape And Murdered Photograph: (OTV)

ପଡୋଶୀ ପାଲଟିଗଲା ପିଶାଚ। ବିବାହିତ ହୋଇ ବି ଘଟାଇଲା ବର୍ବର କାଣ୍ଡ। ସୁଯୋଗ ଦେଖି କୁନି ଝିଅକୁ ଟେକିନେଲା। ଦୁଷ୍କର୍ମ କରି ମାଟିଖୋଳି ପୋତିଦେଲା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଖୋଦ ରାଜଧାନୀ ଦିଲ୍ଲୀର ଗୁରଗ୍ରାମରେ ଘଟିଛି। ନିଜ ଘର ଆଗରେ ଗୁରୁବାର ଖେଳୁଥିବା ୩ ବର୍ଷର କୁନି ଝିଅକୁ ଟାର୍ଗେଟ କଲା ପଡ଼ୋଶୀ ଯୁବକ ଶିବନାଥ। ମିଠାମିଠା କଥା କହି ପାଖକୁ ଡାକିଲା। ଗାଁ ପାଖ ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କଲା। ପିଲାଟି ବଞ୍ଚି ରହିଲେ ନାଁ କହିଦେବ ଭାବି ତଣ୍ଟି ଚିପି ତା’ ଜୀବନ ନେଲା। ଏତିକିରେ ମନ ଶାନ୍ତି ହେଲାନି ଯେ ପ୍ରମାଣ ନଷ୍ଟ କରିବାକୁ ମାଟି ଖୋଳି ପିଲାଟିକୁ ପୋତିଦେଲା। 

Advertisment

ଏଣେ ପିଲାଟି ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିବାକୁ ଲାଗିଲେ। ମାତ୍ର ଝିଅକୁ ନ ପାଇ ଶେଷରେ ପୋଲିସ୍ କୁ ଜଣାଇଲେ। ପୋଲିସ୍ ପହଞ୍ଚି ଚାରିଆଡ଼େ ଛାନଭିନ କରିବା ପରେ ଆଖପାଖରେ ଥିବା ସିସିଟିଭି ଦରାଣ୍ଡିଥିଲା। ସିସିଟିଭି ଫୁଟେଜରୁ ପୋଲିସ୍ ପାଇଲା ବଡ଼ ସୁରାକ। ଶିବନାଥ ପିଲାଟିକୁ କେଉଁଆଡ଼େ ନେଇ ଯାଉଥିବାର ଦେଖି ପୋଲିସ୍ ତାଙ୍କୁ ଟେକି ଆଣିଥିଲା। ପ୍ରଥମେ ପ୍ରଥମେ କିଛି ଜାଣି ନ ଥିବା କହୁଥିବା ଶିବନାଥ ପରେ କିନ୍ତୁ ସବୁ ସତ ଓଗାଳିଥିଲା। ଏହାପରେ ଯୁବକଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ୍ ପିଲାଟିର ଡେଡବଡ଼ି ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଲା। 

ଶିବନାଥଙ୍କ ଘର ବିହାରରେ ହୋଇଥିବା ବେଳେ ସେ ଗୁରୁଗ୍ରାମସ୍ଥିତ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେ ବିବାହିତ ଥିବା ବେଳେ ତାଙ୍କର ଏକ ଦେଢବର୍ଷର ଝିଅ ବି ଅଛି। ହେଲେ କୌଣସି ବିବାଦ କାରଣରୁ ତାଙ୍କ ପତ୍ନୀ ପିଲା ସହ ବାପଘରକୁ ଚାଲି ଯାଇଛନ୍ତି। ପୋଲିସ୍ ଶିବନାଥଙ୍କୁ ଗିରଫ କରି ଜେଲକୁ ପଠାଇଦେଇଛି।

Advertisment

Minor Girl Raped And Murdered Delhi
Advertisment
Related Articles
Advertisment