/odishatv-khabar/media/media_files/2026/02/22/husband-spend-nights-with-wife-decomposed-body-2026-02-22-11-50-16.jpg)
Husband Spend Nights with Wife Decomposed Body Photograph: (OTV)
ଘର ଭିତରେ ପଡ଼ି ରହିଥିଲା ପତ୍ନୀଙ୍କ ମୃତଦେହ। ସ୍ବାମୀ ପାଲଟି ଯାଇଥିଲେ ସ୍ଥାଣୁ। ନା କାହାକୁ ଜଣାଇଥିଲେ ନା ଘରୁ ବାହାରକୁ ଯାଇଥିଲେ। ପତ୍ନୀଙ୍କ ମୃତଦେହ ସହ କାଟିଲେ ଚାରି ରାତି। ଦୁର୍ଗନ୍ଧରେ ଫାଟିଗଲା ଆଖପାଖ ଅଞ୍ଚଳ। ଆଉ ରହିପାରିଲେନି ପଡ଼ୋଶୀ। ଘରେ ପଶି ଯାହା ଦେଖିଲେ ସେମାନଙ୍କ ହୋସ୍ ଉଡ଼ିଗଲା। ଚଟାଣ ଉପରେ ପଡ଼ିଥିଲା ପଚାଶଢ଼ା ମୃତଦେହ। ଆଉ ଏପଟେ ପୋଲିସ୍ ର ପ୍ରଶ୍ନ ଶୁଣି ଟଳିପଡ଼ିଲେ ସ୍ବାମୀ। ଏପରି ହୃଦୟ ବିଦାରକ ଘଟଣା ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ସନଯୋବ ଗାଁରେ ଘଟିଛି।
ସନଯୋବ ଗ୍ରାମରେ ୬୧ ବର୍ଷୀୟ ଗୋବିନ୍ଦ ଭୋଇ ଓ ତାଙ୍କ ୫୫ ବର୍ଷୀୟା ପତ୍ନୀ ରୁକ୍ମିଣୀ ଭୋଇ ରହୁଥିଲେ। ପ୍ରାୟ ୩ ଦିନ ହେବ ତାଙ୍କ ଘର କବାଟ ଭିତରୁ ବନ୍ଦ ଥିଲା। ଫୋନ୍ କଲେ ବି କେହି ଉଠାଉ ନ ଥିଲେ। କିଛି ଅଘଟଣ ଆଶଙ୍କାରେ ରୁକ୍ମିଣୀଙ୍କ ଭଉଣୀ ଶୁକ୍ରବାର ସକାଳେ ଆସି କବାଟ ବାଡ଼େଇଥିଲେ। ବହୁ ସମୟ ପରେ କବାଟ ଖୋଲିଥିଲେ ଗୋବିନ୍ଦ। ହେଲେ ଭଉଣୀ ଶୋଇଛି, ଏବେ କଥା ହୋଇପାରିବନି ବୋଲି କହିଥିଲା। ମାତ୍ର ଉତ୍କଟ ଦୁର୍ଗନ୍ଧ ବାହାରୁଥିବାରୁ ଏନେଇ ସେ ପଡୋଶୀଙ୍କୁ ଜଣାଇଥିଲେ।
ଖବର ପାଇ ପୋଲିସ୍ ପହଞ୍ଚି ଘରେ ପଶି ଗୋବିନ୍ଦଙ୍କୁ ପଚରାଉଚରା କରିଥିଲା। ଏହା ମଧ୍ୟରେ ସେ ବି ବେହୋସ ହୋଇଯାଇଥିବା ବେଳେ ତୁରନ୍ତ ଗୋବିନ୍ଦଙ୍କୁ ମେଡିକାଲ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋବିନ୍ଦଙ୍କ ସ୍ତ୍ରୀ ରୁକ୍ମିଣୀଙ୍କ ଶବ ଗଳିତ ହୋଇଯାଇଥିବାରୁ ତିନି ଚାରି ଦିନ ତଳୁ ସେ ମରି ଯାଇଥିବା ପୋଲିସ ଅନୁମାନ କରୁଛି। ତେବେ କିପରି ଗୋବିନ୍ଦ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହେଲା, ଏହା ପଛରେ କିଛି ସାଂଘାତିକ ଷଡଯନ୍ତ୍ର ଅଛି କି ନାହିଁ ତାହାର ଖୋଳତାଡ଼ କରୁଛି ପୋଲିସ୍।
ଗୋବିନ୍ଦ ଜଣେ ଅବସରପ୍ରାପ୍ତ ଏମସିଏଲ କର୍ମଚାରୀ। ଅବସରକାଳୀନ ଟଙ୍କା, ପେନସନ ଟଙ୍କା ସହିତ ପୈତୃକ ଜମି ବିକ୍ରି ଟଙ୍କା ବି ତାଙ୍କ ପାଖରେ ଥିଲା। ସର୍ବଦା ତାଙ୍କ ଘରକୁ ବହୁ ଲୋକଙ୍କ ଯିବା ଆସିବା ଥିଲା। ତେଣୁ କିପରି ଉଭୟ ପତିପତ୍ନୀଙ୍କ ମୃତ୍ୟୁ ହେଲା ତାହାକୁ ନେଇ ଚାଲିଛି ଚର୍ଚ୍ଚା। ପୋଲିସ ସଠିକ ତଦନ୍ତ କଲେ ସତ ସାମନାକୁ ଆସିବ ବୋଲି ପଡୋଶୀ କହିଛନ୍ତି।
Rape Allegation Against IRS Officer: IRS ଅଫିସରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ; ଭାଇରାଲ୍ କରିବାକୁ ଧମକ, ଛାନଭିନ୍ ଜାରି

Newlywed Bride Allegedly Abducted: ବାଟରେ ନବବଧୂକୁ ଧରି ପ୍ରେମିକ ଛୁ, ଥାନାର ଦ୍ବାରସ୍ଥ ବର

Contractor-Engineer Face-Off: ଠିକାଦାର-ଅଫିସର କଳି: ଥାନାରେ ପହଞ୍ଚିଲା ମାମଲା

Tusker Tramples Two to Death: ଦଳି ଦେଲା ଦନ୍ତା; ଜଣେ ମହିଳା ସମେତ ୨ ମୃତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)